ETV Bharat / city

ଭାରତରେ ଆଉ ଗଣତନ୍ତ୍ର ନାହିଁ: ତନ୍ତ୍ରରେ ଇଡି ଓ ସିବିଆଇ, କଂଗ୍ରେସ ବିଧାୟକ

author img

By

Published : Aug 6, 2022, 10:59 PM IST

Etv Bharat
Etv Bharat

ଭାରତରେ ଆଉ ଗଣତନ୍ତ୍ର ନାହିଁ । ତନ୍ତ୍ରରେ ଇଡି ଓ ସିବିଆଇ । ଯେକୌଣସି ସ୍ଥିତି ଓ ଲୋକଙ୍କ କ୍ଷେତ୍ରରେ ଏହି ଦୁଇଟିକୁ ଅସ୍ତ୍ର କରି ବ୍ୟବହାର କରାଯାଉଛି । ଦେଶରେ ସିବିଆଇ ଏବଂ ଇଡି ଯେତେବେଳେ ଚାହିଁବେ, ଯାହା ଉପରେ ଚଢ଼ାଉ କରିବେ । ଏହା କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଭାରତରେ ଆଉ ଗଣତନ୍ତ୍ର ନାହିଁ । ତନ୍ତ୍ରରେ ଇଡି ଓ ସିବିଆଇ । ଯେକୌଣସି ସ୍ଥିତି ଓ ଲୋକଙ୍କ କ୍ଷେତ୍ରରେ ଏହି ଦୁଇଟିକୁ ଅସ୍ତ୍ର କରି ବ୍ୟବହାର କରାଯାଉଛି । ଦେଶରେ ସିବିଆଇ ଏବଂ ଇଡି ଯେତେବେଳେ ଚାହିଁବେ, ଯାହା ଉପରେ ଚଢ଼ାଉ କରିବେ । ଏହା କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଭାରତରେ ଆଉ ଗଣତନ୍ତ୍ର ନାହିଁ: ତନ୍ତ୍ରରେ ଇଡି ଓ ସିବିଆଇ : କଂଗ୍ରେସ ବିଧାୟକ

ତାରା କହିଛନ୍ତି ଯେ, ଦେଶର କୌଣସି ଅଣ ବିଜେପି ଶାସିତ ରାଜ୍ୟ ସରକାର ଅସୁରକ୍ଷିତ । ନେତା, ମନ୍ତ୍ରୀ ଓ ଶିଳ୍ପପତିଙ୍କ ମୁଣ୍ଡରେ ଇଡି ଓ ସିବିଆଇ ଭୁତ । ଏଥିରୁ କେହି ବର୍ତ୍ତି ପାରିବେ ନାହିଁ । ଏହା ପ୍ରମାଣିତ ହୋଇଛି । ଆସନ୍ତା ଦିନରେ ଇଡି ଓ ସିବିଆଇ ଭୟରେ ସମସ୍ତେ ମୋଦିଙ୍କ ସରଣକୁ ଯିବେ । ଆମେ ଦୁଇ, ଆମର ଦୁଇ ନୀତି ଆପଣେଇଛି ବିଜେପି । ମୋଦି, ଶାହା ଗୋଟେ ପଟେ, ଏପଟେ ଅଦାନୀ ଓ ଅମ୍ବାନୀ ।

ତାରା ଅଭିଯୋଗ କରିଛନ୍ତି ଦେଶର ପ୍ରାୟ ସମସ୍ତ ପୋର୍ଟ ସେମାନଙ୍କ ଦଖଲରେ ରହିଛି । ପାରାଦ୍ୱୀପ ପୋର୍ଟ ଉପରେ ଏବେ ତାଙ୍କର ନଜର । ମହିମା ମିଶ୍ର ଏକମାତ୍ର ଓଡ଼ିଆ ଶିଳ୍ପପତି ଯିଏ ପୋର୍ଟ ବ୍ୟବସାୟରେ ଅଛନ୍ତି । ତାଙ୍କୁ ତଡିବା ଲାଗି ଏହି ଯୋଜନା । ତେଣୁ ପାରାଦ୍ୱୀପ ପୋର୍ଟରେ ସିବିଆଇ ପଶିଛି । ସେଥିରୁ ମହିମାଙ୍କୁ ବାହାର କରି ଆଦାନୀଙ୍କୁ ଭର୍ତ୍ତି କରିବା ଲାଗି ଯୋଜନା ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.