ETV Bharat / city

ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ମାଡ ଅଭିଯୋଗ: ସତ ହୋଇଥିଲେ ସାଙ୍ଘାତିକ କହିଲେ ସୁର

author img

By

Published : Jan 22, 2022, 10:17 PM IST

ଯଦି ସତ୍ୟତା ଥାଏ ତେବେ ଭୟଙ୍କର: ସୁର
ଯଦି ସତ୍ୟତା ଥାଏ ତେବେ ଭୟଙ୍କର: ସୁର

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ଅଭିଯୋଗ ଆସିଲା ପରେ ତେଜୁଛି ରାଜନୀତି। ଏହାକୁ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଥିବାବେଳେ ସେପଟେ ବିଜେପି ଏହାର ଜବାବ ରଖିଛି। ଅଧିକ ପଢନ୍ତୁ

ଭୁବନେଶ୍ବର : ୨ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ଅଭିଯୋଗ ଆସିଲା ପରେ ତେଜୁଛି ରାଜନୀତି। ଏହାକୁ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଥିବାବେଳେ ସେପଟେ ବିଜେପି ଏହାର ଜବାବ ରଖିଛି ।

କେନ୍ଦ୍ରମନ୍ତ୍ରୀ ଉଭୟ ଅଧିକାରୀଙ୍କୁ ଚେୟାରରେ ପିଟିଥିବା ଅଭିଯୋଗକୁ ସହଜରେ ଗ୍ରହଣ କରି ପାରୁନି କଂଗ୍ରେସ। କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯଦି ଏ କଥା ସତ ହୋଇଥାଏ ତେବେ ଭୟଙ୍କର। କେନ୍ଦ୍ରମନ୍ତ୍ରୀ ଜଣେ ଭଲ ଲୋକ ,ହେଲେ ଜନସାଧାରଣ ଙ୍କ କାର୍ଯ୍ୟରେ ନିୟୋଜିତ ହୋଇ ଯଦି ସରକାରୀ ଅଧିକାରୀ ମାନଙ୍କୁ ମାଡ଼ ମାରନ୍ତି ତେବେ ବଡ଼ ଦୁଃଖ ଦାୟକ ,କିନ୍ତୁ ଏ ବିଷୟରେ ମଧ୍ୟ ଅନୁସନ୍ଧାନ ଆବଶ୍ୟକ।

ଯଦି ସତ୍ୟତା ଥାଏ ତେବେ ଭୟଙ୍କର: ସୁର
ସେପଟେ ବିଜେପି ନେତା ଗୋଲକ ମହାପାତ୍ର ଏଭଳି ଅଭିଯୋଗ କୁ ଭିତ୍ତିହୀନ ବୋଲି କହିଛନ୍ତି । ସେ ଜଣେ ଅତ୍ୟନ୍ତ ଭଦ୍ର ଲୋକ।ତାଙ୍କୁ ବଦନାମ କରିବାକୁ ଏଭଳି ଷଡ଼ଯନ୍ତ୍ର କରାଯାଇଛି । ତାଙ୍କ ନାମରେ ମିଥ୍ୟା ଅପପ୍ରଚାର କରାଯାଉଛି।ସେ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି।ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.