ETV Bharat / city

କାଳିଆ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ନେଇ ଦ୍ୱନ୍ଦ୍ବ, ମନ୍ତ୍ରୀଙ୍କ ତଥ୍ୟରେ ରହୁନି ତାଳମେଳ

author img

By

Published : Nov 13, 2019, 8:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କାଳିଆ ଅଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ନେଇ ଦ୍ୱନ୍ଦ୍ବ । ବିଧାନସଭା ବାହାର ଓ ଭିତରର ତଥ୍ୟରେ ରହୁନି ତାଳମେଳ । କାଳିଆର ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଯେବେ ଧରପଗଡ ଚାଲିଲା ସେତେବେଳେ 3 ଲକ୍ଷ 41 ହଜାର ଅଯୋଗ୍ୟ ହିତାଧିକାରୀ ଥିବା କୁହାଯାଉଥିବାବେଳେ ଗୃହରେ ତାହାକୁ 45 ହଜାର 965 ବୋଲି ଦର୍ଶାଉଛନ୍ତି ମନ୍ତ୍ରୀ ।

ଭୁବନେଶ୍ବର: କୃଷିମନ୍ତ୍ରୀ ଅରୁଣ ସାହୁଙ୍କ କେଉଁ ଉତ୍ତର ଠିକ । ଗଣମାଧ୍ୟମ ତଥ୍ୟ ନା ବିଧାନସଭା ତଥ୍ୟ । କାଳିଆର ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଯେବେ ଧରପଗଡ ଚାଲିଲା ସେତେବେଳେ 3 ଲକ୍ଷ 41 ହଜାର ଅଯୋଗ୍ୟ ହିତାଧିକାରୀ ଥିବା କୁହାଯାଇଥିଲା । ସେଥିମଧ୍ୟରୁ 20 ହଜାର ସରକାରୀ ଚାକିରିଆ, 12 ହଜାର ବଡ ଚାଷୀ ଏବଂ 9 ହଜାର ନାବାଳକ ଓ ନାବାଳିକା କଳିଆ ଯୋଜନାର ଲାଭ ଉଠାଇଥିଲେ ବୋଲି କୁହାଯାଇଥିଲା । ମାତ୍ର ଏହାର 3 ମାସ ପରେ ଅଣ ତାରକା ପ୍ରଶ୍ନର ଉତ୍ତର ରଖି ଆଉ ଗୋଟିଏ ନୂଆ ତଥ୍ୟ ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

kalia duplicate beneficiary list
କାଳିଆ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ନେଇ ଦ୍ୱନ୍ଦ୍ବ,

ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର ପଚାରିଥିଲେ କଳିଆ ଯୋଜନାରେ କେତେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ଓ କେତେ ଅଯୋଗ୍ୟ ଟଙ୍କା ଫେରାଇଛନ୍ତି । ତେବେ ମନ୍ତ୍ରୀ ଉତ୍ତର ରଖିଛନ୍ତି, 45 ହଜାର 965 ଜଣ ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ । ଅଯୋଗ୍ୟ ଟଙ୍କା ଫେରାଇବା ପାଇଁ ପ୍ରକ୍ରିୟା ଚାଲିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରକୃତରେ ସତ କଣ । 3 ଲକ୍ଷ 41 ହଜାର ନା 45 ହଜାର । ଯାହାକୁ ନେଇ ହରଡଘଣାରେ ପଡିଛନ୍ତି ମନ୍ତ୍ରୀ । ସେପଟେ ରାଜ୍ୟରେ କେତେ ଚାଷୀ ଅଛନ୍ତି ଆଉ କେତେ ଚାଷୀ ଶ୍ରମିକ ଅଛନ୍ତି ତାକୁ ନେଇ ବି ତଥ୍ୟର ତାଳମେଳ ରହୁନଥିବା ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କୃଷିମନ୍ତ୍ରୀ ଅରୁଣ ସାହୁଙ୍କ କେଉଁ ଉତ୍ତର ଠିକ । ଗଣମାଧ୍ୟମ ତଥ୍ୟ ନା ବିଧାନସଭା ତଥ୍ୟ। କାଳିଆର ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଯେବେ ଧରପଗଡ଼ ଚାଲିଲା ସେତବେଳେ 3 ଲକ୍ଷ 41 ହଜାର ହେଉଛନ୍ତି ଅଯୋଗ୍ୟ। ସେଥି ମଧ୍ୟରୁ 20 ହଜାର ସରକାରୀ ଚାକିରିଆ । 12 ହଜାର ବଡ଼ ଚାଷୀ । 9 ହଜାର ନାବାଳକ ଓ ନାବାଳିକା କଳିଆ ଯୋଜନାର ଲାଭ ଉଠାଇଥିଲେ । ମାତ୍ର ଏହାର 3 ମାସ ପରେ ଅଣ ତାରକା ପ୍ରଶ୍ନର ଉତ୍ତର ରଖି ଆଉ ଗୋଟିଏ ନୂଆ ତଥ୍ୟ ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଜଳେଶ୍ବର ବିଧାୟକ ଅଶ୍ୱିନୀ ପାତ୍ର ପଚାରିଥିଲେ କଳିଆ ଯୋଜନାରେ କେତେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ଓ କେତେ ଅଯୋଗ୍ୟ ଟଙ୍କା ଫେରାଇଛନ୍ତି । ମନ୍ତ୍ରୀ ଉତ୍ତର ରଖିଛନ୍ତି 45 ହଜାର 965 ଜଣ ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ । ଅଯୋଗ୍ୟ ଟଙ୍କା ଫେରାଇବା ପାଈଁ ପ୍ରକ୍ରିୟା ଚାଲିଛି । ପ୍ରକୃତରେ ସତ କେଉଁଟା । 3 ଲକ୍ଷ 41 ହଜାର ନା 45 ହଜାର । ଯାହାକୁ ନେଇ ହରଡ଼ଘଣ ରେ ପଡିଛନ୍ତି ମନ୍ତ୍ରୀ ଅରୁଣ । ପୂର୍ବରୁ ଅଯୋଗ୍ୟକୁ ନେଇ ରାଜ୍ୟ ସରକାର ଙ୍କୁ ନିଶାନା କରିଥିଲେ ବିରୋଧୀ । ଯାହାକୁ ନେଇ ସେତେବେଳେ ଅଡୁଆରେ ପଡ଼ିଥିଲେ ରାଜ୍ୟ ସରକାର ।
ସେହିପରି ରାଜ୍ୟରେ କେତେ ଚାଷୀ ଅଛନ୍ତି ଆଉ କେତେ ଚାଷୀ ଶ୍ରମିକ ଅଛନ୍ତି ତାକୁ ନେଇ ବି ତଥ୍ୟରୁ ତାଳମେଳ ରହୁନି। Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.