ETV Bharat / city

ଟିକା କୋଟା ବୃଦ୍ଧି, 12 ରୁ 18 ବର୍ଷ ବୟସ୍କଙ୍କ ପାଇଁ ଭ୍ୟାକ୍ସିନ ଦାବି କଲେ ମୁଖ୍ୟମନ୍ତ୍ରୀ

author img

By

Published : Jul 16, 2021, 5:11 PM IST

Updated : Jul 16, 2021, 5:23 PM IST

12-18 ବର୍ଷ ପିଲାଙ୍କ ପାଇଁ ଟୀକାକରଣ ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
12-18 ବର୍ଷ ପିଲାଙ୍କ ପାଇଁ ଟୀକାକରଣ ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ତୃତୀୟ ଲହରୀ ଆଶଙ୍କା ଥିବାରୁ 12ରୁ 18 ବର୍ଷ ପିଲାଙ୍କୁ ଟିକା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିଶୁଙ୍କ ପାଇଁ ଟୀକାକରଣ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକା ଯୋଗାଇବାକୁ ବ୍ୟବସ୍ଥା କରାଯାଉ ବୋଲି ପିଏମଙ୍କୁ ପ୍ରସ୍ତାବ ଦେଇଛନ୍ତି ନବୀନ ।

ଓଡିଶା ସମେତ 6ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2ଟି ପ୍ରମୁଖ ଦାବି ଉପସ୍ଥାପନ କରିଛନ୍ତି । ଦେଶରେ ସମ୍ଭାବ୍ୟ ତୃତୀୟ ଲହରୀ ଆଶଙ୍କାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଟିକା କୋଟା ବୃଦ୍ଧି, 12 ରୁ 18 ବର୍ଷ ବୟସ୍କଙ୍କ ପାଇଁ ଭ୍ୟାକ୍ସିନ ଦାବି କଲେ ମୁଖ୍ୟମନ୍ତ୍ରୀ

ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2ଟି ପ୍ରମୁଖ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତୃତୀୟ ଲହରୀ ଆଶଙ୍କା ଥିବାରୁ 12ରୁ 18 ବର୍ଷ ପିଲାଙ୍କୁ ଟିକା ଦେବା ପାଇଁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ରାଜ୍ୟକୁ ପ୍ରଦାନ କରାଯାଉଥିବା ଟିକା ଅନୁପାତ ବ୍ୟବସ୍ଥାରେ ପରିବର୍ତ୍ତନ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସରକାରୀ ଓ ଘରୋଇ ଟୀକା ପ୍ରଦାନ ଅନୁପାତ 75:25କୁ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । 75:25 ପରିବର୍ତ୍ତେ 95:5 ଅନୁପାତରେ ରାଜ୍ୟକୁ ଟିକା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ରାଜ୍ୟରେ ଘରୋଇ ହସ୍ପିଟାଲ କମ ରହିଛି । ତେଣୁ ଘରୋଇ ହସ୍ପିଟାଲକୁ 25 ପ୍ରତିଶତରୁ କମେଇ 5 ପ୍ରତିଶତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କରିଛନ୍ତି ।


ଏହା ସହିତ ରାଜ୍ୟର କୋରନା ସ୍ଥିତି ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ବାବଦରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । କେରଳ ଓ ମହାରାଷ୍ଟ୍ର ପରି ରାଜ୍ୟରେ ସଂକ୍ରମଣ ଏବେ ଉପରମୁହାଁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଭିଡିଓ କନଫେରେନ୍ସିଂ ଜରିଆରେ ବସିଥିବା ଆଜିର ବୈଠକରେ ଓଡିଶା ସମେତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଏହା ସହି ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବୈଠକରେ ହୋଇଥିଲେ ସାମିଲ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Jul 16, 2021, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.