ମୁଖ୍ୟମନ୍ତ୍ରୀଙ୍କ ଚିଠି, 160 ଜନଜାତିଙ୍କୁ ST ତାଲିକାଭୁକ୍ତ କରିବାକୁ ଦାବି

author img

By

Published : Sep 17, 2022, 5:57 PM IST

Etv Bharat
Etv Bharat ()

କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଚିଠି ଲେଖିଛନ୍ତି ନବୀନ । 160 ଜନଜାତିଙ୍କୁ ST ତାଲିକାଭୁକ୍ତ କରିବା ଲାଗି ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଚିଠି ଲେଖିଛନ୍ତି ନବୀନ । 160 ଜନଜାତିଙ୍କୁ ST ତାଲିକାଭୁକ୍ତ କରିବା ଲାଗି ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଆଦିବାସୀ କଲ୍ୟାଣ ନେଇ ପ୍ରସ୍ତାବ ଦେଇଛନ୍ତି ନବୀନ । ପ୍ରସ୍ତାବ ଗୁଡ଼ିକୁ ବିଚାରକୁ ନେବାକୁ ନବୀନଙ୍କ ଚିଠିରେ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଥିବା 160 ଆଦିବାସୀ ସମ୍ପଦାୟଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ ନିମନ୍ତେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଚିଠି, 160 ଜନଜାତିଙ୍କୁ ST ତାଲିକାଭୁକ୍ତ କରିବାକୁ ଦାବି

ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି ଯେ, ଅନୁସୂଚିତ ଜନଜାତି ତାଲିକାରେ ରାଜ୍ୟର 160ରୁ ଅଧିକ ଜନଜାତିଙ୍କୁ ସାମିଲ କରିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଉନି । ଏନେଇ ବାରମ୍ବାର କେନ୍ଦ୍ରକୁ ରାଜ୍ୟ ସରକାର ଅବଗତ କରିଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଏକ ଟାସ୍କଫୋର୍ସ ରାଜ୍ୟର 9ଟି ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ସେସବୁ ଜନଜାତି ଏପର୍ଯ୍ୟନ୍ତ ତାଲିକାଭୁକ୍ତ ହୋଇନାହାନ୍ତି । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଚିଠି ଲେଖି ରାଜ୍ୟର ପ୍ରସ୍ତାବ ଉପରେ ବିଚାର କରିବାକୁ ନବୀନ ଦାବି କରିଛନ୍ତି । 1978ରୁ ରାଜ୍ୟ ସରକାର ଏହା ଭିତରେ 160 ଜନଜାତିଙ୍କୁ ତାଲିକାଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ଏହିସବୁ ପ୍ରସ୍ତାବ ଅନୁସୂଚିତ ଜନଜାତି ଉପଦେଷ୍ଟା ପରିଷଦର ଅନୁମୋଦନ ପରେ କେନ୍ଦ୍ରକୁ ପଠାଯାଇଛି । ଦୀର୍ଘ ଦିନରୁ ରାଜ୍ୟ ସରକାର ଏହି ଦାବି କରିଆସୁଥିଲେ ମଧ୍ୟ ଜନଜାତି ଲୋକମାନେ ତାଲିକାଭୁକ୍ତ ହୋଇପାରୁନଥିବାରୁ ସେମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସୁବିଧା ସୁଯୋଗ ମିଳିପାରୁନାହିଁ । ସେମାନେ ଅନ୍ୟାୟର ଶିକାର ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାକୁ ନେଇ ରାଜ୍ୟରେ ରାଜନୀତି ଆରମ୍ଭ ହୋଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ପ୍ରତିକ୍ରିୟା ଦେବା ପରେ ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଲେନିନ କହିଛନ୍ତି ଯେ, "ପୂର୍ବରୁ 3 ଥର ଏ ନେଇ ଆଲୋଚନା ହୋଇଛି । 2011, 2012, 2014 2021 ମସିହାରେ କେନ୍ଦ୍ରକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଚିଠି ନଦେଖି ପ୍ରତିକ୍ରିୟା ଦିଅନ୍ତି । ଆଦିବାସୀ ସମ୍ପଦାୟଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା କେନ୍ଦ୍ରର ଦାଇତ୍ୱ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.