ETV Bharat / city

BSKY SMART CARD; ସୁବର୍ଣ୍ଣପୁରରେ ଆରମ୍ଭ ହେଲା ସ୍ମାର୍ଟ କାଡ ସେବା

author img

By

Published : Nov 25, 2021, 5:53 PM IST

BSKY SMART CARD subarnapur
BSKY SMART CARD subarnapur

ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (Biju Swasthya Kalyan Yojana) ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଯୋଗେ ଜିଲ୍ଲାରେ ଯୋଜନାର ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଯୋଗେ ଜିଲ୍ଲାରେ ଯୋଜନାର ଉଦଘାଟନ କରିଛନ୍ତି । ସଦର ମହକୁମାରେ ଆୟୋଜିତ ଉତ୍ସବରେ ରାଜ୍ୟ ଅବକାରୀ ଅର୍ଥ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀ ଯୋଗଦେଇଥିଲେ । ଏହାସହ ଏହି ଯୋଜନାରେ ହିତାଧିକାରୀମାନେ ପାଉଥିବା ସ୍ବାସ୍ଥ୍ୟ ସହାୟତା ସଂପର୍କରେ ସେ ସୂଚନା ଦେଇଥିଲେ ।

BSKY SMART CARD; ସୁବର୍ଣ୍ଣପୁରରେ ବି ଆରମ୍ଭ ହେଲା, ସାମିଲେ CM

ମୁଖ୍ୟମନ୍ତ୍ରୀ ଭିସି ଯୋଗେ ନିଜ ଆବାସରୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ, ସଭାସ୍ଥଳରେ ଅନ୍ୟମାନଙ୍କ ମଧ୍ୟରେ ଯୋଜନା ସଂଯୋଜନା ଓ ପରିବହନ ମନ୍ତ୍ରୀ ତଥା ଜିଲ୍ଲାର ଅନ୍ୟତମ ବିଧାୟକ ପଦ୍ମନାଭ ବେହେରା ସାମିଲ ହୋଇଥିଲେ । ଅନ୍ୟତମ ଅତିଥି ଭାବେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଜିଲ୍ଲା ପାଇଁ ତଥା ପଶ୍ଚିମ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ କରୁଥିବା ବିକାଶ ମୂଳକ କାମ ସମ୍ପର୍କରେ ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଶତାଧିକ ହିତାଧିକାରୀ ଯୋଗ ଦେଇଥିଲେ । ଯୋଜନାରେ ଜିଲ୍ଲାର 1.5 ଲକ୍ଷ ପରିବାର ଲାଭାନ୍ବିତ ହେବେ । ଏହି ଅବସରରେ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ (development projects in Subarnapur) ମଧ୍ୟ କରିଛନ୍ତି । ଯାହାର ମୁଲ୍ୟ ରହିଛି 227 କୋଟି ଟଙ୍କା । ଏଥିରେ 79 କୋଟି 22 ଲକ୍ଷ ରେ ନିର୍ମିତ ହୋଇଥିବା 67 ପ୍ରକଳ୍ପର ଉଦଘାଟନ କରିଥିବା ବେଳେ, 148 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା 35 ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.