ETV Bharat / city

BSKY: ଆଜି ବାଲେଶ୍ବର ଓ ଭଦ୍ରକରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ନବୀନ

author img

By

Published : Nov 26, 2021, 9:10 AM IST

ଆଜି(ଶୁକ୍ରବାର) ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik) ବାଲେଶ୍ବର ଗସ୍ତ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢନ୍ତୁ

ଆଜି ବାଲେଶ୍ବର ଓ ଭଦ୍ରକବାସୀ ପାଇବେ ସ୍ମାର୍ଟ ହେଲଥ କାର୍ଡ
ଆଜି ବାଲେଶ୍ବର ଓ ଭଦ୍ରକବାସୀ ପାଇବେ ସ୍ମାର୍ଟ ହେଲଥ କାର୍ଡ

ଭୁବନେଶ୍ବର: ସ୍ମାର୍ଟ ହେଉଛି ସ୍ବାସ୍ଥ୍ୟ ସେବା । ଏ ନେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ(BSKY) ବିଭିନ୍ନ ଜିଲ୍ଲାରେ ଜାରି ରହିଛି ସ୍ମାର୍ଟ ହେଲଥ କାର୍ଡ(smart Health Card)ବଣ୍ଟନ କାର୍ଯ୍ୟକ୍ରମ । ଆଜି(ଶୁକ୍ରବାର) ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik) ବାଲେଶ୍ବର ଗସ୍ତ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଏହା ସହିତ ୩୬୬କୋଟି ବ୍ୟୟରେ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଜିଲ୍ଲାର ୭୭ ଗୋଟି ପ୍ରକଳ୍ପର ଉଦଘାଟନ ଓ ୧୧୮୬ କୋଟି ଟଙ୍କା ଅଟକଳ ମୂଲ୍ୟରେ ୧୦୯ ଗୋଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଜିଲ୍ଲାରେ ମୋଟ ୫ ଲକ୍ଷ ପରିବାର ୧୯ ଲକ୍ଷ ହିତାଧିକାରୀ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ମାଧ୍ୟମରେ ଉପକୃତ ହେବ । କାର୍ଡ ବଣ୍ଟନର ଶୁଭାରମ୍ଭ ପରେ ଆସନ୍ତା ୭ ଦିନ ଭିତରେ ବିତରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ (CM Naveen Patnaik) ଗସ୍ତ ପାଇଁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଏ ନେଇ ୩ ଜଣ ଆରକ୍ଷୀ ଅଧିକ୍ଷକ, ୧୩ ଜଣ ଉପଆରକ୍ଷୀ ଅଧୀକ୍ଷକଙ୍କ ତତ୍ତ୍ବାବଧାନରେ ବ୍ୟବସ୍ଥା ପରିଚାଳନା ପାଇଁ ୨୨ ଜଣ ଆରକ୍ଷୀ ନିରୀକ୍ଷକ ଓ ୯୪ ଜଣ ଉପ ଆରକ୍ଷୀ ନିରୀକ୍ଷକ ନିଯୁକ୍ତ ହୋଇଛନ୍ତି । ଏହାବାଦ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ପ୍ରକାଶ ଥାଉ କି,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ବିଶେଷ କରି ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହୟତା ଦେବ ଏହି ସ୍ମାର୍ଟ ହେଲଥ କାର୍ଡ । ଏହା ପୂର୍ବରୁ ବୌଦ୍ଧ, ସୁବର୍ଣ୍ଣପୁର, ଝାରସୁଗୁଡା, ମୟୂରଭଞ୍ଜ, ଗଜପତି, ସୁନ୍ଦରଗଡ, ମାଲକାନଗିରି, କଳାହାଣ୍ଡି, ନୂଆପଡା, ଢେଙ୍କାନାଳ, ଅନୁଗୋଳ ଦେବଗଡ ଓ ବରଗଡ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବିତରଣ ସରିଛି । ମାଲକାନଗିରିରୁ ପ୍ରଥମେ ଆରମ୍ଭ ହୋଇଥିଲା ସ୍ବାସ୍ଥ୍ୟ ସେବାର ଏହି ଐତିହାସିକ ଯାତ୍ରା । ରାଜ୍ୟରେ ସାଢେ 3 କୋଟି ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟବାସୀଙ୍କୁ ସମୂର୍ଣ୍ଣ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଏହାର ଲକ୍ଷ୍ୟ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.