ETV Bharat / city

Covid Review Meeting: କଡ଼ାକଡ଼ି ହେବ କୋଭିଡ ନିୟମ, ପ୍ରସ୍ତୁତ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ

author img

By

Published : Dec 1, 2021, 7:53 PM IST

Covid Review Meeting: କଡ଼ାକଡ଼ି ହେବ କୋଭିଡ ନିୟମ, ପ୍ରସ୍ତୁତ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ
Covid Review Meeting: କଡ଼ାକଡ଼ି ହେବ କୋଭିଡ ନିୟମ, ପ୍ରସ୍ତୁତ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ପୁଣି କଡ଼ାକଡ଼ି ହେବ କୋଭିଡ ନିୟମ । ଏହି କ୍ରମରେ ସମସ୍ତ କୋଭିଡ ସେଣ୍ଟରକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜ୍ୟରେ ପୁଣି କଡ଼ାକଡ଼ି ହେବ କୋଭିଡ ନିୟମ (covid restriction to be tighten in odisha) । ଏହି କ୍ରମରେ ସମସ୍ତ କୋଭିଡ ସେଣ୍ଟରକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖାଲି ସେତିକି ନୁହେଁ ଏହି ସେଣ୍ଟର ସହ ଜଡ଼ିତ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷ୍ୟତାରେ ଭର୍ଚୁଆଲ ମୋଡ୍‌ରେ ବସିଥିଲା କୋଭିଡ ସମୀକ୍ଷା ବୈଠକ । ଏହି ବୈଠକରେ କୋଭିଡ ସଂକ୍ରମଣକୁ ନେଇ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଦକ୍ଷିଣ ଆଫ୍ରିକାରେ କୋଭିଡ୍‌ର ନୂଆ ଭାରିଏଣ୍ଟ ଦେଖା ଦେଇଛି । ଏହାକୁ ନେଇ ପୂର୍ବରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟଗୁଡ଼ିକୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ସମାଜର ସମସ୍ତ ବର୍ଗର ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ସଚେତନତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


କରୋନାର ନୂଆ ଭାରିଆଣ୍ଟକୁ ନେଇ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇ ସାରିଛି । ପୂର୍ବରୁ ହିଁ କୋରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବାକୁ ଅନେକ ପଦକ୍ଷେପ ନେଇଛି ଓଡ଼ିଶା । ପ୍ରଥମ ଓ ଦ୍ଵିତୀୟ ଲହାରକୁ ସାମ୍ନା କରିବାରେ ଓଡ଼ିଶା ସଫଳ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୈଠକରେ ମୁଖ୍ୟତଃ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.