ETV Bharat / city

ପାକିସ୍ତାନ ଯାଉଥିଲା DRDO ଗୁପ୍ତ ତଥ୍ୟ, ଏବେବି ମାୟାବିନୀର ଫେସବୁକ୍ ଆକାଉଣ୍ଟ ଆକ୍ଟିଭ

author img

By

Published : Oct 6, 2021, 1:58 PM IST

Updated : Oct 6, 2021, 7:01 PM IST

DRDO ଗୁପ୍ତ ତଥ୍ୟ ଯାଉଥିଲା ଇସଲାମବାଦ, କ୍ରାଇମବ୍ରାଞ୍ଚକୁ ମିଳିଲା ପାକିସ୍ତାନର ସିଧା ଲିଙ୍କ୍
DRDO ଗୁପ୍ତ ତଥ୍ୟ ଯାଉଥିଲା ଇସଲାମବାଦ, କ୍ରାଇମବ୍ରାଞ୍ଚକୁ ମିଳିଲା ପାକିସ୍ତାନର ସିଧା ଲିଙ୍କ୍

ITR ତଥ୍ୟ ପ୍ରଘଟର ପାକିସ୍ତାନ ଲିଙ୍କ୍ । ସାମ୍ନାକୁ ଆସିଲା ଚାନ୍ଦିପୁର DRDO ତଥ୍ୟ ଚୋରିର ସୁରାକ । ଫେସବୁକ ଜରିଆରେ ଯୋଗଯୋଗ କରିଥିବା ରହସ୍ୟମୟୀ ଯୁବତୀଙ୍କ କିଛି ଫେସବୁକ ଆକାଉଣ୍ଟର ମିଳିଲା ତଥ୍ୟ । ମହିଳା ଜଣକ ପାକିସ୍ତାନରୁ ଫେସବୁକ ଆକାଉଣ୍ଟଗୁଡିକୁ ଅପରେଟ କରୁଥିବା ସୂଚନା । ଅଧିକ ପଢନ୍ତୁ...

ଭୁବନେଶ୍ବର: ସାମ୍ନାକୁ ଆସିଲା ଚାନ୍ଦିପୁର DRDO ତଥ୍ୟ ଚୋରିର ସୁରାକ । ପାକିସ୍ତାନ ଯାଉଥିଲା ଚାନ୍ଦିପୁର ଡିଆରଡିଓର ତଥ୍ୟ । ଫେସବୁକ ଆକାଉଣ୍ଟ ଜରିଆରେ ଚାନ୍ଦିପୁର ଡିଆରଡିଓ କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିବା ରହସ୍ୟମୟୀ ଯୁବତୀର ମିଳିଛି ଲୋକେସନ । ଯିଏକି ଫେସବୁକ ଆଇଡି ଜରିଆରେ ଯୋଗାଯୋଗ କରିଥିଲା । ସେ ନିଜର ପରିଚୟ ବା ଲୋକେସନ ଲୁଚାଇବାକୁ ଜର୍ମାନ, ୟୁଏସ ଓ ଭାରତ ନାଁରେ ଥିବା ପ୍ରକ୍ସି ସର୍ଭର ବ୍ୟବହାର କରୁଥିଲା ।

DRDO ଗୁପ୍ତ ତଥ୍ୟ ଯାଉଥିଲା ଇସଲାମବାଦ, କ୍ରାଇମବ୍ରାଞ୍ଚକୁ ମିଳିଲା ପାକିସ୍ତାନର ସିଧା ଲିଙ୍କ୍

ସେହି ସର୍ଭରରୁ ଫେସବୁକ ବ୍ୟବହାର କରୁଥିଲା ଯାହାଦ୍ଵାରା ସେ ବ୍ୟବହାର କରୁଥିବା କମ୍ପୁଟର ବା ମୋବାଇଲର ଲୋକେସନ ସହଜରେ ଜାଣିହେବ । ତେବେ କିଛି ଫେସବୁକ ଆକାଉଣ୍ଟର ମିଳିଛି ତଥ୍ୟ । ୪ଟି ଆକାଉଣ୍ଟ ମଧ୍ୟରୁ ତିନୋଟି ପାକିସ୍ତାନର ଇସଲାମବାଦରୁ ଓ ରାୱଲପିଣ୍ଡରୁ ୧ଟି ଆକାଉଣ୍ଟ ବ୍ୟବହାର ହେଉଛି । ଏଥିସହ ଚାଟ୍ ବେଳେ କିଛି ମୋବାଇଲ ନମ୍ବର ଦିଆନିଆ ହୋଇଥିଲା । ସେହି ସବୁ ନମ୍ବରରେ କେତେଥର କଲ୍ ହୋଇଛି କେଉଁ କେଉଁ ନମ୍ବରକୁ କଲ ହୋଇଛି ସେବୁର ତଥ୍ୟ ବାହାର କରିବାକୁ ଇଣ୍ଡିଆନ କମ୍ପୁଟର ରେସ୍ପନ୍ସ ଏମରଜେନ୍ସି ଟିମର ସହାୟତା ନେଇଛି କ୍ରାଇମବ୍ରାଞ୍ଚ।

ଏବେବି ସେହି ରହସ୍ୟମୟୀ ଯୁବତୀ ସହ ଚାନ୍ଦିପୁରରୁ କେହି କଥା ହେଉଥିବା ମଧ୍ୟ ସୂଚନା ପାଇଛି କ୍ରାଇମବ୍ରାଞ୍ଚ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Oct 6, 2021, 7:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.