ETV Bharat / city

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ ମାମଲା, ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

author img

By

Published : Sep 29, 2021, 4:07 PM IST

Updated : Sep 29, 2021, 4:13 PM IST

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ ମାମଲା, ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ
ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ ମାମଲା, ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ ମାମଲାର ଅଧିକ ତଥ୍ୟ ହାସଲ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ। ଅଧିକ ପଢନ୍ତୁ...

ଭୁବନେଶ୍ବର: ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଅଧିକ ତଥ୍ୟ ହାସଲ ପାଇଁ ଆନ୍ତର୍ଜାତିକ ଗୁଇନ୍ଦା ସଂସ୍ଥା ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ । ମିଳିଥିବା ତଥ୍ୟକୁ ନେଇ ଆଗକୁ ଆହୁରି ତଦନ୍ତ କରୁଛି କ୍ରାଇମବ୍ରା଼ଞ୍ଚ । ଆଜି ଏ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ ମାମଲା, ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ ମାମଲାରେ ଗୁପ୍ତତଥ୍ୟ ଚୋରି କରୁଥିବା ମହିଳାଙ୍କ ଫଟୋ ମିଳିଛି । ଭିଡିଓ ଚାଟ କରି ତଥ୍ୟ ଲିକ କରୁଥିବା ଜଣାପଡିଛି । ଭିଡିଓ ଚାଟ ସମୟରେ ଚାଟିଂ ସ୍କ୍ରିନସଟରୁ ମିଳିଛି ମହିଳାଙ୍କର ଛବି। ଯାହାକୁ ଆଧାର କରି କିଏ ସେହି ମହିଳା କେଉଁଠି ରହୁଛନ୍ତି। କାହା ପାଇଁ ଏଭଳି ତଥ୍ୟ ଚୋରି କରୁଥିଲେ। କେଉଁ ଦେଶର ଗୁଇନ୍ଦା ସଂସ୍ଥା ସହ କାମ କରୁଛି। ସେନେଇ ସମସ୍ତ ତଥ୍ୟ ଆଧାରରେ ଇଣ୍ଟରପୋଲ ଠାରୁ ମହିଳାଙ୍କର ପରିଚୟ ଜାଣିବାକୁ ସହାୟତା ନେବ କ୍ରାଇମବ୍ରାଞ୍ଚ। ଏଥିପାଇଁ ଇଣ୍ଟରପୋଲର ନୋଡାଲ ଏଜେନ୍ସି ସିବିଆଇ ଜରିଆରେ ତଥ୍ୟ ପଠାଇବ କ୍ରାଇମବ୍ରାଞ୍ଚ।

ସେହିପରି ମହିଳାଙ୍କ ଦୁବାଇ ଆକାଉଣ୍ଟ କାହା ନାଁରେ ଅପରେଟ ହେଉଛି। ଏଥିପାଇ କିଏ ଫଣ୍ଡି କରୁଥିଲା। ସେ ବ୍ୟବହାର କରୁଥିବା ଟେଲିଫୋନ ନମ୍ବର କେଉଁ ଲୋକେସନରୁ ବ୍ୟବହାର ହେଉଥିଲା । ଆଇପି ଆଡ୍ରେସର ଲୋକେସନ ଓ ସେହି ଆଇପି ଆଡ୍ରେସରେ ଆଉ କେଉଁ ସଂକ୍ରାନ୍ତୀୟ ଗୁପ୍ତ ତଥ୍ୟ ଚୋରି ହୋଇଛି। ସେସବୁର ଛାନଭିନ ପାଇଁ ଇଣ୍ଟରପୋଲ ଜରିଆରେ ସହାୟତା ନେବ କ୍ରାଇମବ୍ରାଞ୍ଚ। ଏଥିପାଇ ଇଣ୍ଟରପୋଲର ନୋଡାଲ ଏଜେନ୍ସି ଯାହାକି ସିବିଆଇ ଏସମ୍ପର୍କିତ ତଥ୍ୟ ପ୍ରଦାନ କରିବ ଇଣ୍ଟରପୋଲକୁ ।

ତେବେ ଇଣ୍ଟରପୋଲ ହେଉଛି ୧୯୪ ଦେଶ ସହ କାର୍ଯ୍ୟ କରୁଥିବା ଅନ୍ତର୍ଜାତୀୟ ସଂସ୍ଥା । ଯେଉଁମାନେ ଇଣ୍ଟରନାସନାଲ ସମ୍ପର୍କିତ କ୍ରାଇମର ତଦନ୍ତ ଓ କ୍ରିମିନାଲଙ୍କ ଡାଟା ଆକ୍ସେସ କରନ୍ତି। ଯାହାଙ୍କ ପାଖରେ କିଛି ଖୁପିଆ ଅଣ୍ଡରକଭର ଯେଉଁମାନେ ଧରାପଡିଥିବେ ବା କୌଣସି ଏଜେନ୍ସି ସ୍କାନରରେ ଥିବେ ସେଭଳି କ୍ରିମିନାଲଙ୍କ ଡାଟା ସେମାନଙ୍କ ନିକଟରେ ଥାଏ। ମହିଳାଙ୍କ ଛବି ମିଳିବା ପରେ ତଦନ୍ତରେ ଜାଣିବା ପାଇଁ ସହଜ ହେବ।

ସେପଟେ ଗିରଫ ଅଭିଯୁକ୍ତମାନେ ସତ କି ମିଛ କହୁଛନ୍ତି ତାର ଲାଏ ଡିଟେକ୍ସନ ହୋଇପାରେ ବୋଲି ଏଡିଜି କ୍ରାଇମବ୍ରାଞ୍ଚ କହିଛନ୍ତି। ଏନେଇ ଖୁବଶୀଘ୍ର ପ୍ରସ୍ତୁତ ଗିରଫ ଅଭିଯୁକ୍ତଙ୍କର ଚାର୍ଜସିଟ ପ୍ରସ୍ତୁତ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Sep 29, 2021, 4:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.