ETV Bharat / city

ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲା, ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କଲା CBI

author img

By

Published : May 12, 2021, 5:55 PM IST

ବହୁଚର୍ଚ୍ଚିତ ବରଙ୍ଗ ଗଣଦୁଷ୍କର୍ମ ମାମଲାରେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କଲା ସିବିଆଇ । ଚାର୍ଜସିଟରେ ଅଭିଯୁକ୍ତ ବିବିନକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିବା ସୂଚନା । ଅଧିକ ପଢନ୍ତୁ...

ବାରଙ୍ଗ ଗଣଦୁଷ୍କର୍ମ ମାମଲା , ଚାର୍ଜ ସିଟ ଦାଖଲ କଲା ସିବିଆଇ
ବାରଙ୍ଗ ଗଣଦୁଷ୍କର୍ମ ମାମଲା , ଚାର୍ଜ ସିଟ ଦାଖଲ କଲା ସିବିଆଇ

ଭୁବନେଶ୍ବର: ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କଲା ସିବିଆଇ । ସିବିଆଇ ସ୍ବତନ୍ତ୍ର କୋର୍ଟରେ ଚାର୍ଜସିଟ ଦାଖଲ କଲା ତଦନ୍ତକାରୀ ଟିମ୍ । ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ନାଁ ରହିଛି । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗତ ଫେବୃଆରୀରେ ଗିରଫ କରାଯିବାପରେ ତଦନ୍ତକୁ ତ୍ବରାନ୍ବିତ କରିଥିଲା ସିବିଆଇ । ମୁଖ୍ୟ ଅଭିଯୁକ୍ତ ବିବନକୁ ଗତ ଫେବୃଆରି ମାସରେ ମହାରାଷ୍ଟ୍ରରୁ ଗିରଫ କରାଯିବା ପରେ ଓଡିଶା ଅଣିଥିଲା କମିଶନରେଟ ପୋଲିସ ।

ତାକୁ ସେଠାରେ ଝାରପଡା ଜେଲରେ ରଖାଯିବା ସମୟରେ ଟିଆଇ ପରେଡ ହୋଇଥିଲା । ଦୀର୍ଘ 22 ବର୍ଷ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଯୋଗୁ ପୀଡିତା ତାଙ୍କୁ ଚିହ୍ନିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ସ୍ପଷ୍ଟ କରିଥିଲେ । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିବବେଳେ ସେମାନଙ୍କ ସଜ୍ଜା ମଧ୍ୟ ଶୁଣାଣି ଶେଷ ହୋଇଛି । ତେବେ ମୁଖ୍ୟ ଅଭିଯୁକ୍ତ ବିବିନ ଗିରଫ ହେବା ପରେ ପୁଣି ଥରେ ତଦନ୍ତ ଆରମ୍ଭ ହୋଇଥିଲା।

ତେବେ ଅଧିକ ତଦନ୍ତ ଚଳାଇଥିବା ସିବିଆଇ ଆଜି (ବୁଧବାର) ସ୍ବତନ୍ତ୍ର କୋର୍ଟରେ ଫାଇନାଲ ଚାର୍ଜସିଟ ଦାଖଲ କଲା ପରେ ଘଟଣାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଚାର୍ଜସିଟରେ ସିବିଆଇ କଣ ଦର୍ଶାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଅଭିଯୁକ୍ତ ବିବନକୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.