ETV Bharat / city

Covid Cases Spike: ରେଡ୍‌ ଜୋନକୁ ଫେରିଲା ଭୁବନେଶ୍ବର

author img

By

Published : Jul 10, 2022, 7:22 AM IST

ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି, ରେଡ୍ ଜୋନରେ 3 ସହର
ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି, ରେଡ୍ ଜୋନରେ 3 ସହର

କୋଭିଡ୍ ରେଡ୍ ଜୋନରେ ରାଜ୍ୟର ତିନି ପ୍ରମୁଖ ସହର । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ବର କୋଭିଡ୍ ରେଡ୍ ଜୋନକୁ ଫେରିଛି । ଏହାଛଡ଼ା ପୁରୀ ଓ କଟକ ଜିଲ୍ଲା ବି ରେଡ୍ ଜୋନରେ ସାମିଲ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: କୋଭିଡ ରେଡ୍‌ ଜୋନରେ ରାଜ୍ୟର ତିନି ପ୍ରମୁଖ ସହର । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ବର କୋଭିଡ ରେଡ୍ ଜୋନକୁ ଫେରିଛି । ଏହାଛଡ଼ା ପୁରୀ ଓ କଟକ ଜିଲ୍ଲା ବି ରେଡ୍ ଜୋନରେ ସାମିଲ ହୋଇଛି ।

ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି, ରେଡ୍ ଜୋନରେ 3 ସହର
ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି, ରେଡ୍ ଜୋନରେ 3 ସହର
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଦୀର୍ଘ ଦିନ ପରେ ପୁଣି 3 ସହର ରେଡ଼ ଜୋନକୁ ଆସିଛି । ରାଜ୍ୟରେ ଟିପିଆର ଭୁବନେଶ୍ବରରେ ଟିପିଆର ରେଟ୍ 10.6 ରହିଛି । ଏଣେ କଟକରେ ଏହା 8.1 ଓ ପୁରୀରେ 7.6 ରହିଛି ।
ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି, ରେଡ୍ ଜୋନରେ 3 ସହର
ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି, ରେଡ୍ ଜୋନରେ 3 ସହର


ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ରାଜ୍ୟରେ 1292928 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି 1280954 ଜଣ ସୁସ୍ଥ ହୋଇଛନ୍ତି । ଏବେ ବି 2795 ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ତେବେ ସଂକ୍ରମଣ ବୃଦ୍ଧି ଘଟିଥିବା ବେଳେ କଟକ ଓ ଭୁବନେଶ୍ଵରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ନିୟମକୁ କିଛି ଅମାନିଆ ମାନୁନଥିବା ଦେଖାଦେଇଛି । ତେବେ ବିନା ମାସ୍କରେ ବାହାରେ ବୁଲିଲେ କଡାକଡି ଭାବରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.