ଏୟାରପୋର୍ଟରେ ଧସେଇ ପସିଲା କାର୍‌, ଦୁଇ ଦିନରେ ଦୁଇଟି ବଡ ସଡକ ଦୁର୍ଘଟଣା

author img

By

Published : Sep 13, 2022, 12:48 PM IST

Updated : Sep 13, 2022, 2:48 PM IST

ଏୟାର ପୋର୍ଟରେ ଧସେଇ ପସିଲା କାର, ଦୁଇ ଦିନରେ ଦୁଇଟି ବଡ ସଡକ ଦୁର୍ଘଟଣା

ଦୁଇ ଦିନରେ ରାଜଧାନୀରେ ଘଟିଲାଣି ଦୁଇ ଦୁଇଟି ବଡ ବଡ ସଡକ ଦୁର୍ଘଟଣା, କେହି ମୃତାହତ ହୋଇନଥିବା ସୂଚନା । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ସଡକ ଦୁର୍ଘଟଣା ମାମଲା, ଦିନ ହେଉ ଏବା ରାତି ସଡକ ଦୁର୍ଘଟଣା ଘଟି ଅକାଳରେ ଚାଲିଯାଉଛି ଜୀବନ । ଦୁଇ ଦିନରେ ରାଜଧାନୀରେ ଘଟିଲାଣି ଦୁଇ ଦୁଇଟି ବଡ ବଡ ସଡକ ଦୁର୍ଘଟଣା, କିନ୍ତୁ କେହି ମୃତାହତ ହୋଇନଥିବା ଜଣାପଡିଛି । ସୋମବାର ବିଳମ୍ବିତ ରାତ୍ରିରେ ଡିଭାଇଡର ପିଟି ହୋଇ ଏୟାରପୋର୍ଟରେ ଏକ କାର୍‌ ଧସେଇ ପସିଥିବା ସୂଚନା ମିଳିଛି । କାରରେ ୪ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏନେଇ ଖବର ପାଇ ଘଟଣାସ୍ଥଳରେ ପିସିଆର ଓ ସିଆଇଏଏଫ ଟିମ ପହଞ୍ଚି ଗାଡିକୁ ଉଦ୍ଧାର କରିଥିବାବେଳେ, ଦୁର୍ଘଟଣା କାହିଁକି ଓ କିପରି ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ।

ଏୟାରପୋର୍ଟରେ ଧସେଇ ପସିଲା କାର୍‌, ଦୁଇ ଦିନରେ ଦୁଇଟି ବଡ ସଡକ ଦୁର୍ଘଟଣା

ସେହିପରି ରବିବାର ବିଳମ୍ବିତ ରାତ୍ରିରେ ହକେଶୁରା ଛକ ମଙ୍ଗରାଜ ପଏଣ୍ଟରେ ମଧ୍ୟ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଥିଲା । ଏକ ଡମ୍ଫରକୁ ପଛପଟୁ ଏକ ହାଇଓ୍ବା ଧକ୍କା ଦେବାରୁ ଦୁଇ ଜଣ ଗୁରୁତର ହୋଇଥିଲେ । ଏନେଇ ଖବର ପାଇଁ ପୋଲିସ ପହଞ୍ଚି ଉଦ୍ଧାର କରୁଥିବାବେଳେ ପୋଲିସ ଗାଡିକୁ ଏକ ବୋଲେରୋ ଧକ୍କା ଦେଇଥିଲା । ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବରଗଡ଼ରେ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ, ଜଣେ ଗୁରୁତର

ତେବେ ରାଜଧାନୀରେ ସଡକ ଦୁର୍ଘଟଣା ରୋକିବାକୁ ଏଅନେକ ପଦକ୍ଷପ ଗ୍ରହଣ କରାଯାଉଛି । ଏପରିକି କ୍ରାସ ଇନଭେଷ୍ଟିଗେସନ ଟ୍ରେନିଂ ମଧ୍ୟ ଆରମ୍ଭ ହୋଇଛି । ଏହି ଟ୍ରେନିଂ ଆଧାରରେ ଦୁର୍ଘଟଣା ଘଟିଥିବା ରାସ୍ତାରେ ଯଦି କିଛି ତୃଟି ଥାଏ, ଯଦି ସେହି କାରଣ ଯୋଗୁଁ ଦୁର୍ଘଟଣା ଘଟେ ତେବେ ରାସ୍ତା ତିଆରି କରିଥିବା କଣ୍ଟ୍ରାକ୍ଟର ଓ ଇଞ୍ଜିନିୟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କୁହାଯାଇଥିଲା । କ୍ରାସ ଇନଭେଷ୍ଟିଗେସନ ଟ୍ରେନିଂ ଦିଆଯାଇ ଏହା ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେବେ କେଉଁ କାରଣ ଯୋଗୁଁ ଦୁର୍ଘଟଣା ଘଟୁଛି ଓ ଏହାକୁ କିପରି ରୋକାଯାଇ ପାରିବ ସେନେଇ ପଦକ୍ଷେପ ନେବା ଆବଶ୍ୟକ ରହିଛି ।

କ୍ରାସ ଇନଭେଷ୍ଟିଗେସନ କଣ ?

ସଡକ ଦୁର୍ଘଟଣାର କାରଣ ଜାଣିବା ପାଇଁ ଗତ କ୍ରାସ ଇନଭେଷ୍ଟିଗେସନ ଟ୍ରେନିଂ ଆରମ୍ଭ ହୋଇଥିଲା । ପୋଲିସ ଓ ପରିବହନ ବିଭାଗ ଦ୍ବାରା ଏହା ଆରମ୍ଭ ହୋଇଥିବା । ରାସ୍ତାରେ ଦୁର୍ଘଟଣା ପରେ ଦୁର୍ଘଟଣାର‌ କାରଣ ଜାଣିବା ଓ ତଦନ୍ତ କରିବା ପାଇଁ ତାଲିମ ଶିବିର ଆରମ୍ଭ କରିଥିଲା ରାଜ୍ୟ ପରିବହନ ବିଭାଗ । ଯେଉଁଥିରେ ସବୁଥାନାର ଜଣେ ଲେଖାଏଁ ଅଫିସର ଓ ପରିବହନ ବିଭାଗର କର୍ମଚାରୀ ରହିଥିଲେ । ଏନେଇ ରାଜ୍ୟର ୩ଟି ଜୋନରେ ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲାରେ ଟ୍ରେନିଂ ଦିଆଯାଇଥିଲା ।

ରାସ୍ତାରେ ଘଟୁଥିବା ଦୁର୍ଘଟଣାକୁ ପୋଷ୍ଟମର୍ଟମ ପରି ବିଭିନ୍ନ ଦିଗକୁ ନେଇ ତଦନ୍ତ କିପରି କରିହେବ ସେ ନେଇ ଟ୍ରେନିଂ ଆରମ୍ଭ ହୋଇଥିଲା । ତଦନ୍ତରୁ ରୋଡ ଇଞ୍ଜିନିୟରିଂରେ ତ୍ରୁଟି ଜଣାପଡିଲେ ରାସ୍ତାର କାମ କରିଥିବା କଣ୍ଟ୍ରାକ୍ଟର ଓ ଇଞ୍ଜିନିୟରି ସହ ପ୍ରୋଜେକ୍ଟ କରିଥିବା କମ୍ପାନୀ ବିରୋଧରେ ମାମଲା ହେବା ନେଇ ନିୟମ ରହିଥିଲା । ପ୍ରଥମ ପର୍ଯାୟରେ ଭୁବନେଶ୍ୱରରେ ୧୦ଜିଲ୍ଲାର ପାଖାପାଖି ୫୦ରୁ ଅଧିକ ପୋଲିସ କର୍ମଚାରି ଓ ୨୦ ଜଣ ପରିବହନ କର୍ମଚାରୀ ତାଲିମ ନେଇଥିଲେ ।

Last Updated :Sep 13, 2022, 2:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.