ETV Bharat / city

BSKYରେ ଅବ୍ୟବସ୍ଥାକୁ ନେଇ କମ୍ପିଲା ଗୃହ, ତଥ୍ୟ ମାଗିଲେ ବିରୋଧୀ

author img

By

Published : Mar 28, 2022, 12:49 PM IST

Updated : Mar 28, 2022, 1:50 PM IST

BSKYରେ ଅବ୍ୟବସ୍ଥାକୁ ନେଇ କମ୍ପିଲା ଗୃହ
BSKYରେ ଅବ୍ୟବସ୍ଥାକୁ ନେଇ କମ୍ପିଲା ଗୃହ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ କମ୍ପିଲା ଗୃହ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ଗୃହରେ ଉଠିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରସଙ୍ଗ । ବିଏସକେୱାଇ କାର୍ଯ୍ୟକାରିତାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ କମ୍ପିଲା ଗୃହ । ଏହି ଯୋଜନାକୁ ନେଇ ଅନେକ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ଓ ବିଜେପିର ସଦସ୍ୟ ।

BSKYରେ ଅବ୍ୟବସ୍ଥାକୁ ନେଇ କମ୍ପିଲା ଗୃହ

ବିଭିନ୍ନ ଜିଲ୍ଲାମାନଙ୍କରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରକୃତ ସେବା ପାଇ ପାରୁନାହାନ୍ତି । ଏହି ଯୋଜନାରେ ସ୍ବାସ୍ଥ୍ୟମନ୍ତ୍ରୀ ଯାହା ତଥ୍ୟ ପ୍ରଦାନ କରିଛନ୍ତି ବାସ୍ତବରେ ଲୋକ ସେବା ପାଇଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ନୂଆ ଓ ପୁରୁଣା ହିତାଧିକାରୀଙ୍କୁ ନେଇ ଦିଆଯାଇଥିବା ତଥ୍ୟ ଅନୁସାରେ ସେମାନେ ଉପକୃୃତ ହେଉଛନ୍ତି କି ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ବିରୋଧୀ । ଲୁଇସିଙ୍ଗା ନିର୍ବାଚନମଣ୍ଡଳୀରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନେ ୫୦୫ଥର ୧ କୋଟି ୩୨ ଲକ୍ଷ ଟଙ୍କା ଦିଆଯାଇଛି । ୨୦୨୯ରୁ ୨୦୨୨ ଯାଏଁ ବିଏସକେୱାଇ ଓ ସିଏମଆରଏଫ ଜରିଆରେ କାହାକୁ କେତେ ଟଙ୍କା ଦିଆଯାଇଛି ଓ କେତେ ଲୋକ ଉପକୃତ ହୋଇଛନ୍ତି ତାର ବିବରଣୀ ମାଗିଛନ୍ତି ଲୁଇସିଙ୍ଗା ବିଧାୟକ ।

ବର୍ତ୍ତମାନ ସୁଦ୍ଧା ବି ଅନେକ ହସ୍ପିଟାଲ ସହ ବନ୍ଧିତ ଥିଲେ ବି ସେବା ଯୋଗାଇ ଦେଉ ନାହାନ୍ତି । ଏଥିରେ ହସ୍ପିଟାଲ ସହିତ କିଛି କମ୍ୟୁନିକେସନ ଗ୍ୟାପ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସେହିପରି ଏହି ଯୋଜନାରେ ରାଜ୍ୟ ଭିତରେ 315 ବେସରକାରୀ ହସ୍ପିଟାଲ ଓ ରାଜ୍ୟ ବାହାରେ 15 ଟି ହସ୍ପିଟାଲକୁ ଅନ୍ତର୍ଭୁକ୍ତ କରାଯାଇଛି । ସେପ୍ଟେମ୍ବର 2021ରୁ ଆଜି ସୁଦ୍ଧା 120552 ପରିବାର ଆବେଦନ କରିଛନ୍ତି । ରାଜ୍ୟ ସରକାର 2313863098 ଟଙ୍କା ପଇଠ କରିଛନ୍ତି । ବିଧାନସଭାର ପ୍ରଶ୍ନକାଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଉତ୍ତର ରଖିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଓ ରୁଦ୍ର ନାରାୟଣ ସାହୁ, ଇଟିଭି ଭାରତ

Last Updated :Mar 28, 2022, 1:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.