ETV Bharat / city

‘ଆସୁଛି ଶୀତଦିନ, ରାଜଧାନୀରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ’

author img

By

Published : Oct 26, 2021, 5:46 PM IST

ଆସୁଛି ଶୀତଦିନ: ରାଜଧାନୀରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ
ଆସୁଛି ଶୀତଦିନ: ରାଜଧାନୀରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ

ଆଗକୁ ଆସୁଛି ଶୀତଦିନ । ତେବେ ଏବେ ରାଜଧାନୀରେ କୋରୋନା ସଂକ୍ରମଣର ସ୍ଥିତି ଚିନ୍ତାଜନକ ରହିଛି ବୋଲି କହିଛନ୍ତି ବିଏମସି କମିଶନର । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆଗକୁ ଆସୁଛି ଶୀତ ଋତୁ । ଶୀତରେ ସଂକ୍ରମଣର ସମ୍ଭାବନା ଅଧିକ ରହିଛି । ରାଜଧାନୀରେ ଯେତିକି ସଂକ୍ରମଣ ହାର କମିବା ଆଶା କରାଯାଉଥିଲା, ତାହା କମିନାହିଁ । ଏଣୁ ରାଜଧାନୀରେ ଏବେ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ କୁମାର ସିଂ ।

ଆସୁଛି ଶୀତଦିନ: ରାଜଧାନୀରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ

ସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ଭୁବନେଶ୍ବର ବର୍ତ୍ତମାନ ପ୍ଲାଟୋ ଷ୍ଟେଜରେ ଅଛି । ଯେତିକି ସଂକ୍ରମଣ ହାର କମିବା ନେଇ ଆଶା କରାଯାଉଥିଲା ସେତିକି ସଂକ୍ରମଣ ଏଯାବତ୍‌ କମିନାହିଁ । ଯାହାକି ଚିନ୍ତାର ବିଷୟ ପାଲଟିଛି । ତେବେ ଭୟ ନ କରି କୋଭିଡ଼ ଗାଇଡ଼ଲାଇନ ଅନୁପାଳନ ଜରୁରୀ ରହିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ।

ଭୁବନେଶ୍ବରକୁ ବିମାନ, ଟ୍ରେନ ଏବଂ ବସ ଯୋଗେ ବାହାରୁ ବହୁ ଯାତ୍ରୀ ଯାତାୟାତ କରୁଥିବା ଯୋଗୁଁ ସଂକ୍ରମଣ ବଢ଼ିଛି । ଏନେଇ ବିଏମସି ପକ୍ଷରୁ ଆଵଶ୍ୟକ ପଦକ୍ଷେପ ନିଆଯାଉଛି । ଟେଷ୍ଟିଂ, ଟ୍ରିଟିଙ୍ଗ ଓ ଭ୍ୟାକ୍ସିନେସନ ଜାରି ରହିଛି ବୋଲି କମିଶନର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.