ETV Bharat / city

PM Security Breach: ରାଜଧାନୀରେ BJPର ନିରବ ପ୍ରତିବାଦ

author img

By

Published : Jan 8, 2022, 3:14 PM IST

bjp silent protest in bhubaneswar
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଗତ ତ୍ରୁଟି ନେଇ ରାଜଧାନୀରେ ବିଜେପିର ନିରବ ପ୍ରତିବାଦ

ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ନିରବ ପ୍ରତିବାଦ କଲା ବିଜେପି । ରାଜଧାନୀର ଗାନ୍ଧୀ ମୂର୍ତ୍ତି ତଳେ ବସି ବିଜେପି ପକ୍ଷରୁ ନିରବ ପ୍ରତିବାଦ କରାଯାଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ନିରବ ପ୍ରତିବାଦ କଲା ବିଜେପି । ରାଜଧାନୀର ଗାନ୍ଧୀ ମୂର୍ତ୍ତି ତଳେ ବସି ବିଜେପି ପକ୍ଷରୁ ନିରବ ପ୍ରତିବାଦ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଜାବ ଗସ୍ତବେଳେ ହୋଇଥିବା ତ୍ରୁଟି ନେଇ ରାଜ୍ୟ ବିଜେପି ପ୍ରତିବାଦ କରିଛି । ଏହା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପ୍ରାୟୋଜିତ ଷଡ଼ଯନ୍ତ୍ର ବୋଲି ଦଳ ଅଭିଯୋଗ କରିଛି । ଏହି ପ୍ରତିବାଦରେ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଅନେକ ବିଜେପି କର୍ମୀ ସାମିଲ ହୋଇଛନ୍ତି । ଏହି ଘଟଣାକୁ ବିଜେପି କଡ଼ା ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଗତ ତ୍ରୁଟି ନେଇ ରାଜଧାନୀରେ ବିଜେପିର ନିରବ ପ୍ରତିବାଦ

ଗାନ୍ଧୀଙ୍କ ନୀତି ଆଦର୍ଶରେ ପରିଚାଳିତ ହେଉଥିବା କଂଗ୍ରେସ ଏବେ ହିଂସାକୁ ଆପଣାଇଥିବା ବିଜେପି ପକ୍ଷରୁ କୁହାଯାଇଛି । ଏହା କଂଗ୍ରେସର ରାଜନୈତିକ ଅସହିଷ୍ଣୁତା ବୋଲି ମଧ୍ୟ ଅଭିଯୋଗ କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.