ETV Bharat / city

ବଢୁଛି Mann ki Baatର ଲୋକପ୍ରିୟତା, ରବିବାର କାର୍ଯ୍ୟକ୍ରମ ଶୁଣିବାକୁ ବିଜେପିର ଅନୁରୋଧ

author img

By

Published : Aug 26, 2022, 7:09 PM IST

ବଢୁଛି ମନ କି ବାତ୍‌ର ଲୋକପ୍ରିୟତା, ରବିବାର କାର୍ଯ୍ୟକ୍ରମ ଶୁଣିବାକୁ ବିଜେପିର ଅନୁରୋଧ
ବଢୁଛି ମନ କି ବାତ୍‌ର ଲୋକପ୍ରିୟତା, ରବିବାର କାର୍ଯ୍ୟକ୍ରମ ଶୁଣିବାକୁ ବିଜେପିର ଅନୁରୋଧ

ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡି଼ଓ କାର୍ଯ୍ୟକ୍ରମ ମନ କି ବାତ୍‌ର ବଢିଛି ଲୋକପ୍ରିୟତା । ଦେଶ ଚଳିତ ବର୍ଷ ସ୍ବାଧୀନତାର ୭୫ ବର୍ଷ ପୂରଣ କରିଥିବାବେଳେ ଚଳିତ ମାସର ମନ କି ବାତ କାର୍ଯ୍ୟକ୍ରମର ଗୁରୁତ୍ବ ବଢିଛି । ଏଥିଲାଗି ଏହି କାର୍ଯ୍ୟକ୍ରମକୁ ଶୁଣିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛି ବିଜେପି । ଅଧିକ ପଢନ୍ତୁ

ଭୁବନେଶ୍ବର: ବଢୁଛି ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡ଼ିଓ କାର୍ଯ୍ୟକ୍ରମ 'ମନ୍‌ କି ବାତ୍‌'ର (Mann Ki Baat) ଲୋକପ୍ରିୟତା । ଚଳିତ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରିଥିବାବେଳେ, ଗତ ଅଗଷ୍ଟ ୧୫ ତାରିଖରେ ଦେଶବାସୀ ସ୍ବାଧୀନତାର ୭୬ ବର୍ଷରେ ପାଦ ଥାପିଛନ୍ତି । ତେବେ ଏହି ଅବସରରେ ଆସନ୍ତା ରବିବାର ତଥା ୨୮ ତାରିଖ ଦିନ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଶୁଣିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛି ଦଳ ।

ବଢୁଛି ମନ କି ବାତ୍‌ର ଲୋକପ୍ରିୟତା, ରବିବାର କାର୍ଯ୍ୟକ୍ରମ ଶୁଣିବାକୁ ବିଜେପିର ଅନୁରୋଧ

ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳିଥିବାବେଳେ ଆଗାମୀ ମନ କି ବାତ୍‌ କାର୍ଯ୍ୟକ୍ରମର ଗୁରୁତ୍ବ ବଢିଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍‌ର ଏହି ୯୨ତମ ସଂସ୍କରଣକୁ ସମସ୍ତ ଦେଶବାସୀ ଶୁଣିବାକୁ ନିବେଦନ କରିଛି ବିଜେପି । ଏହି ସଂସ୍କରଣକୁ ରେଡିଓରେ ଶୁଣିବା ସହ ଟିଭିରେ ମଧ୍ୟ ଦେଖିପାରିବେ । ତେଣୁ ବୁଥ୍ ସ୍ତରରେ ମଧ୍ୟ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ବା ସୁବିଧା ସୁଯୋଗ କରାଯିବ । ସେହି ସମୟରେ ପାୱାର କଟ୍ ନ କରିବାକୁ ଟାଟା ପାୱାର ଏବଂ ଶକ୍ତି ବିଭାଗକୁ ମଧ୍ୟ ନିବେଦନ କରିଛି ବିଜେପି ।

ଏହା ବି ପଢନ୍ତୁ- ନିର୍ମାଣାଧୀନ ସେତୁଗୁଡିକର କାର୍ଯ୍ୟ ଶୀଘ୍ର ଶେଷ କର, ପ୍ରମୁଖ ଶାସନ ସଚିବ

ଏ ନେଇ ବିଜେପି ରାଜ୍ୟ ସଂଯୋଜିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, "ଆମେ ନିବେଦନ କରୁଛୁ ରାଜ୍ୟବାସୀ ଆସନ୍ତା ରବିବାର ମନ କି ବାତ ଶୁଣନ୍ତୁ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଜନୈତିକ, ସାମାଜିକ, ଦେଶ ନିର୍ମାଣର କଥା ମନ କି ବାତ୍‌ରେ କହିଆସିଛନ୍ତି । ଏଥିରେ ସେ ସ୍ବଚ୍ଛତାର କଥା, ବର୍ଜ୍ୟବସ୍ତୁ ପରିଚାଳନାର କଥା, ପର୍ଯ୍ୟାବରଣର ସୁରକ୍ଷା, ମହିଳାଙ୍କ ସମ୍ମାନ ସୁରକ୍ଷା ଓ ସ୍ବାବଲମ୍ବୀ କଥା, କୃଷି, ଯୁବକଙ୍କ ରୋଜଗାର ଆଦି କ୍ଷେତ୍ରରେ କହି ଆସୁଛନ୍ତି । "

ଏହି କାର୍ଯ୍ୟକ୍ରମରୁ ଦେଶର କଲ୍ୟାଣ ମଧ୍ୟ ହୋଇଛି । ଏହି କାର୍ଯ୍ୟକ୍ରମ ଦ୍ବାରା ଲୋକଙ୍କ ମଧ୍ୟରେ ସ୍ବଚ୍ଛତାର ଗୁରୁତ୍ବ ମଧ୍ୟ ବଢିଛି । ପ୍ରତିଟି କ୍ଷେତ୍ର ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଏଥିଲାଗି ଓଡ଼ିଶାର ସାଢେ ୪କୋଟି ଜନତା ଏହି କାର୍ଯ୍ୟକ୍ରମକୁ ଶୁଣନ୍ତୁ ବୋଲି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

ତେବେ ସୂଚନା ଥାଉ କି, ପ୍ରତି ମାସ ଶେଷ ରବିବାର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦିଅନ୍ତି । ଏହାକୁ ଆମେ ରେଡିଓ ଟିଭି ସହିତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ମଧ୍ୟ ଦେଖିହୁଏ । ସକାଳ ୧୧ଟାରେ ଏହା ଟିଭି ଓ ରେଡିଓରେ ପ୍ରସାରିତ ହୁଏ । ଏହାପରେ ସାଢେ ୧୧ଟା ପରେ ଏହି କାର୍ଯ୍ୟକ୍ରମକୁ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବାବେଳେ ଆସନ୍ତା ରବିବାର ଏହା ୯୨ତମ ସଂସ୍କରଣ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.