ETV Bharat / city

ବିଜେଡି ବାହାସ୍ଫୋଟ ମାରୁଛି: ପ୍ରଦୀପ ପୁରୋହିତ

author img

By

Published : Mar 3, 2022, 6:31 PM IST

ଆସନ୍ତା 12 ତାରିଖରେ ବ୍ଲକ ଅଧ୍ୟକ୍ଷ ଏବଂ 13ରେ ଜିଲ୍ଲା ପରିଷଦ ସଭାପତି ପାଇଁ ପରୋକ୍ଷ ନିର୍ବାଚନ ହେବ । ବିଜେପିର ଆକଳନ କଣ ରହିବ ପ୍ରଶ୍ନର ଉତ୍ତରରେ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ଵାଳ କହିଛନ୍ତି, ସମସ୍ତ ଆକଳନ ଫେଲ ମାରିଛି । ଅଧିକ ପଢନ୍ତୁ

ବିଜେଡି ବାହାସ୍ପଟ ମାରୁଛି: ପ୍ରଦୀପ ପୁରୋହିତ
ବିଜେଡି ବାହାସ୍ପଟ ମାରୁଛି: ପ୍ରଦୀପ ପୁରୋହିତ

ଭୁବନେଶ୍ବର: ଆସନ୍ତା 12 ତାରିଖରେ ବ୍ଲକ ଅଧ୍ୟକ୍ଷ ଏବଂ 13ରେ ଜିଲ୍ଲା ପରିଷଦ ସଭାପତି ପାଇଁ ପରୋକ୍ଷ ନିର୍ବାଚନ ହେବ । ବିଜେପିର ଆକଳନ କଣ ରହିବ ପ୍ରଶ୍ନର ଉତ୍ତରରେ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ଵାଳ କହିଛନ୍ତି, ସମସ୍ତ ଆକଳନ ଫେଲ ମାରିଛି । ସେ କହିଛନ୍ତି, ଗତ ପଞ୍ଚାୟତ ନିର୍ବାଚନରେ ଫଳାଫଳ ଦେଖିବା ପରେ ବିଜେଡି କହୁଛି ସବୁ ଆମର । ତିନୋଟି ସରପଞ୍ଚକୁ ଆର୍ଥିକ ସହାୟତା କରିଛନ୍ତି, ତାହା ଭିତରୁ ଜିତିବା ଲୋକ ବିଜେଡିର । ପ୍ରକୃତରେ ଦେଖିବାକୁ ଗଲେ ବିଜେପି ଜିଲ୍ଲା ପରିଷଦ ଆସନ ସଂଖ୍ୟା କମିଛି ହେଲେ ସରପଞ୍ଚ ଓ ସମିତି ସଭ୍ଯ ବହୁତ ଆଶାଜନକ । ଆମ ରେଜଲ୍ଟ ଦେଖି ବହୁତ ଜାଗାରେ ପଞ୍ଚାୟତ ସମିତି ଗଠନ ହେବ ବୋଲି ଆଶା କରୁଛି । ଏହାକୁ ଦାବି ସହିତ କହିହେବନି କାରଣ ଶାସକ ଦଳ ଯେକୌଣସି ସ୍ତରକୁ ଯାଇପାରେ ବୋଲି ସୁରଥ କହିଛନ୍ତି ।

ବିଜେଡି ବାହାସ୍ପଟ ମାରୁଛି: ପ୍ରଦୀପ ପୁରୋହିତ

ସେହିପରି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି, ବିଜେଡି ଯାହା ବାହାସ୍ପୋଟ ମାରୁଛି ସାରା ଓଡିଶାରେ ପଞ୍ଚାୟତ ସମିତି ବିଜେଡି ଦଖଲ କରିବ ସେଥିପାଇଁ ଏମାନେ ଘୋଡା ବେପାର ଆରମ୍ଭ କରିଦେଇଛନ୍ତି । ବହୁତ ଜାଗାରେ ବିଜେପି ଓ ସ୍ଵାଧୀନ ପ୍ରାର୍ଥୀ ଜିତିଛନ୍ତି । ସେମାନଙ୍କୁ କିଣିବା ପାଇଁ ବିଜେଡି 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ବୋଲି ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.