ETV Bharat / city

Mamita Murder Case: ବିଜେଡି ନାଟକ କରୁଛି କହିଲା ବିଜେପି

author img

By

Published : Dec 8, 2021, 10:30 AM IST

Mamita murder: ବିଜେଡି ନାଟକ କରୁଥିବା କହିଲା ବିଜେପି
Mamita murder: ବିଜେଡି ନାଟକ କରୁଥିବା କହିଲା ବିଜେପି

ମମିତା ହତ୍ୟାକାଣ୍ଡ ଘଟଣାରେ ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ ମନ୍ତବ୍ୟକୁ ଖଣ୍ଡନ କଲା ବିଜେପି । ଶାସକ ଦଳ ନେତାଙ୍କ ସହ ମୋହନ ଲାଲଙ୍କ ଘନିଷ୍ଠତା ଥିବା ଅଭିଯୋଗ ଆଣିଲା ଦଳ । ଅଧିକ ପଢନ୍ତୁ

ଭୁବନେଶ୍ବର: ମମିତା ମେହେର ହତ୍ୟା ଘଟଣା(Mamita murder case)ରେ ଲାଗି ରହିଛି ଆରୋପ ପ୍ରତ୍ୟାରୋପ । ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ଶାସକ ଦଳ ନେତା ସହଯୋଗ କରୁଥିବା ବିରୋଧି ଅଭିଯୋଗ କରୁଥିବାବେଳେ ବିଜେପି ଉପରେ ପାଲଟା ଅଭିଯୋଗ ଆଣିଛି ବିଜେଡି । ବିଜେପି ନେତା ମୋହନ ଲାଲ୍‌ ଶର୍ମା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଅଭିଯୁକ୍ତ ଗୋବିନ୍ଦ ସପକ୍ଷରେ କେସ୍‌ ଲଢୁଥିବା ନେଇ ବିଜେଡିର ବରିଷ୍ଠ ମୁଖପାତ୍ର ପ୍ରତାପ ଦେବ ଦେଇଥିବା ମନ୍ତବ୍ୟକୁ କାଉଣ୍ଟର କରିଛି ବିଜେପି । ମମିତା ହତ୍ୟାକାଣ୍ଡ ମାମଲାରେ ବିଜେଡି ନାଟକ କରୁଛି । ଶାସକ ଦଳ ନେତାଙ୍କ ସହ ମୋହନ ଲାଲଙ୍କ ଘନିଷ୍ଠତା ଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।

Mamita murder: ବିଜେଡି ନାଟକ କରୁଥିବା କହିଲା ବିଜେପି

ସାମ୍ବାଦିକ ସମିଳନୀରେ ମୁକେଶ କହିଛନ୍ତି, ପ୍ରତାବ ଦେବ ନୂଆ ନାଟକ କରୁଛନ୍ତି । ମୋହନ ଲାଲ ଶର୍ମା ବିଜେପିର କୌଣସି ପଦ ପଦବୀରେ ନାହାନ୍ତି । ଆୟୁବ ଖାନ୍ ତାଙ୍କୁ ସରକାରୀ ଓକିଲ କରେଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ମଧ୍ୟ ମୋହନ ଶର୍ମାଙ୍କ ଫୋଟୋ ରହିଛି ବୋଲି ବିଧାୟକ କହିଛନ୍ତି ଏବଂ ପ୍ରମାଣ ଭାବେ ଫଟୋ ମଧ୍ୟ ଉପସ୍ଥାପନ କରିଛନ୍ତି । 2019ରେ ମୋହନଙ୍କୁ ଟିକେଟ କରାଇଦେବା ପାଇଁ ପ୍ରତାବ ଦେବ ଓ ଦିବ୍ୟଶଙ୍କର ମିଶ୍ର ଲବି କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ:Justice For Mamita: ପ୍ରତାପ କହିଲେ ଗୋବିନ୍ଦ ସପକ୍ଷରେ କେସ୍‌ ଲଢୁଛନ୍ତି BJP ନେତା

ଏହାବ୍ୟତୀତ ବିଜେଡି ବିଧାନସଭା ନ ଚଳେଇବା ନେଇ ଯୋଜନା କରିବା ଦୁର୍ଭାଗ୍ୟଜନକ । ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ଦଳ ଗଳା ବାଟ ଖୋଜୁଛି ଏବଂ ହୀନ ରାଜନୀତି କରୁଛି । 5 ବର୍ଷ ଭିତରେ ରାଜ୍ୟରେ କେତେ ଦୁଷ୍କର୍ମ ଏବଂ ଶିଶୁ ଅପହରଣ ହୋଇଛି ତା'ର ହିସାବ ବିଧାନସଭାରେ ମଗା ଯାଇଥିଲେ ମଧ୍ୟ ଶାସକ ଦଳ ଏହାର ହିସାବ ଦେଇପାରି ନାହିଁ । ତେଣୁ ଏହାର ଅର୍ଥ କ'ଣ ବୁଝାଯିବ ତାହା ଚିନ୍ତା କରିବାକୁ ବିଜେଡିକୁ ଟାର୍ଗେଟ କରି କହିଛନ୍ତି ବିଜେପି ବିଧାୟକ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.