ETV Bharat / city

ତାଳଚେର ମେଡିକାଲ କଲେଜ ଜମି କାହାର, ସରକାରଙ୍କ ମିଛ ଧରାଇଦେଲେ କାଳନ୍ଦୀ ସାମଲ

author img

By

Published : May 16, 2022, 10:57 AM IST

ତାଳଚେର ମେଡିକାଲ କଲେଜ ଜମି ଯୋଗାଇବାରେ ମିଛ କହୁଛନ୍ତି ରାଜ୍ୟ ସରକାର: କାଳନ୍ଦୀ ସାମଲ
ତାଳଚେର ମେଡିକାଲ କଲେଜ ଜମି ଯୋଗାଇବାରେ ମିଛ କହୁଛନ୍ତି ରାଜ୍ୟ ସରକାର: କାଳନ୍ଦୀ ସାମଲ

ତାଳଚେର ମେଡିକାଲ କଲେଜ ସ୍ଥାପନା ନେଇ ଜମି ଯୋଗାଇବା ମାମଲାରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଥିବା ଅଭିଯୋଗ କଲେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ । ଅଧିକ ପଢନ୍ତୁ

ଭୁବନେଶ୍ବର: ତାଳଚେର ମେଡିକାଲ କଲେଜ ସ୍ଥାପନା ନେଇ ଜମି ଯୋଗାଇବାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ନେଇ ପ୍ରତିକ୍ରିୟା ରଖିଲେ BJP ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭଣ୍ଡାଇବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି ବୋଲି କଟାକ୍ଷ କରିଛନ୍ତି କାଳନ୍ଦୀ । କାଳନ୍ଦୀ କହିଛନ୍ତି ଯେ, "ମହାନଦୀ କୋଲ ଫିଲ୍ଡ ନିଜସ୍ବ ଜମି ତଥା କୋଇଲା ନଗରୀ ମୌଜାର ପ୍ଲଟ ନମ୍ବର ୨୪୯, ୨୫୦ ଓ ୨୫୧ ରେ ତାଳଚେର ମେଡିକାଲ କଲେଜ ନିର୍ମିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ନୂତନ ମେଡିକାଲ କଲେଜ ସ୍ଥାପନା ପାଇଁ ପର୍ଯ୍ୟାପ୍ତ ପରିମାଣର କେନ୍ଦ୍ରୀୟ ସହାୟତା ପ୍ରଦାନ କରୁଛନ୍ତି ।

  • #MCL ର ନିଜସ୍ଵ ଜାଗା କୋଇଲା ନଗରୀ ମୌଜାର ପ୍ଲଟ ନମ୍ବର ୨୪୯, ୨୫୦, ୨୫୧ରେ ତାଳଚେର ମେଡିକାଲ କଲେଜ ନିର୍ମିତ ହୋଇଛି। ରାଜ୍ୟ ସରକାର ମେଡିକାଲ କଲେଜ୍ ପାଇଁ ମାଗଣାରେ ଜାଗା ଯୋଗାଇ ଦେଇଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ସେ ଜାଗାଟି କେଉଁଠି? @Naveen_Odisha ମହାଶୟ ଏତେ ମିଛ କାହିଁକି କହୁଛନ୍ତି? pic.twitter.com/eBN9Y0uUkf

    — Kalandi Samal (@KalandiSamal) May 15, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ ମେଡିକାଲ କଲେଜ ପାଇଁ ଜମି ଯୋଗାଇବାର ଦାୟିତ୍ଵ ରାଜ୍ୟ ସରକାରଙ୍କ ହୋଇଥିବାବେଳେ ସେଥିରେ ମଧ୍ୟ ବିଭ୍ରାନ୍ତ କରି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବାକୁ ହୀନ ଉଦ୍ୟମ ଅତ୍ୟନ୍ତ ଲଜ୍ଜାଜନକ ।" କାଳନ୍ଦୀ ସାମଲ ଆହୁରି ମଧ୍ୟ କହିଛନ୍ତି, "କେନ୍ଦ୍ରର ଅର୍ଥ ଓ ଯୋଜନାକୁ ନିଜ ନାମରେ ଘୋଷଣା କରି ଓଡ଼ିଶାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ତାଳଚେରଠାରେ ମହାନଦୀ କୋଲ୍ ଫିଲ୍ଡ ସହାୟତାରେ ନିର୍ମିତ ହେବାକୁ ଥିବା ମେଡିକାଲ କଲେଜ କ୍ଷେତ୍ରରେ ଅନୁରୂପ ଭାବେ ମିଛ କହି ପୁଣିଥରେ ଭୁଆଁ ବୁଲାଇବାର ଅପଚେଷ୍ଟା କରିଛନ୍ତି ।"

ତାଳଚେର ମେଡିକାଲ କଲେଜ ସ୍ଥାପନା ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଛନ୍ତି ବୋଲି ନିଜେ ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରି ସୂଚନା ଦେଇଥିଲେ । ୧୯୬୦ ମସିହାରୁ ମହାନଦୀ କୋଲ ଫିଲ୍ମ ଅଧିକୃତ ନିଜସ୍ଵ ଜମି ତଥା କୋଇଲା ନଗରୀ ମୌଜାର ପ୍ଲଟ ନମ୍ବର ୨୪୯, ୨୫୦ ଓ ୨୫୧ ରେ ତାଳଚେର ମେଡିକାଲ କଲେଜ ନିର୍ମିତ ହେଉଛି । ଏ ସମ୍ପର୍କରେ ସାମଲ ଏକ ନକ୍ସା ସହିତ ତାଳଚେର ଉପଜିଲ୍ଲାପାଳଙ୍କ ଚିଠିକୁ ଦେଖାଇ ରାଜ୍ୟ ସରକାର ଏଭଳି ମିଛ କହିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି ।

ରାଜ୍ୟ ସରକାର ମେଡିକାଲ କଲେଜ ପାଇଁ ମାଗଣାରେ ଜମି ଯୋଗାଇ ଦେଉଥିବାର ମିଛ ଡିଣ୍ଡିମ ପିଟୁଥିବା ମଧ୍ୟ ଅଭିଯୋଗ କରିଛନ୍ତି କାଳନ୍ଦୀ । ମୁଖ୍ୟମନ୍ତ୍ରୀ ଏତେ ମିଛ କାହିଁକି କହୁଛନ୍ତି ? ମେଡିକାଲ କଲେଜ ସ୍ଥାପନା ପାଇଁ ରାଜ୍ୟ ସରକାର ବାସ୍ତବରେ ଯଦି ଜମି ଯୋଗାଇ ଦେଇଛନ୍ତି, ତାହେଲେ ତାକୁ ସ୍ପଷ୍ଟ କରିବା ଉଚିତ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭଣ୍ଡାଇବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି ବୋଲି ସାମଲ ସଙ୍ଗୀନ ଅଭିଯୋଗ କରିଛନ୍ତି ।


ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.