ETV Bharat / city

ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ କରିବା ପାଇଁ ନିବେଦନ କଲା ବିଜେପି

author img

By

Published : Jan 31, 2022, 10:53 PM IST

ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ କରିବା ପାଇଁ ନିବେଦନ କଲା ବିଜେପି
ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ କରିବା ପାଇଁ ନିବେଦନ କଲା ବିଜେପି

ଚାନ୍ଦବାଲି ବ୍ଲକର ଜୋନ ନମ୍ବର 1 ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଟଙ୍କା ବାଣ୍ଟିବା ଅଭିଯୋଗ । ଏନେଇ ନିର୍ବାଚନ ଆୟୋଗଙ୍କୁ ଭେଟିଲା ରାଜ୍ୟ ବିଜେପି । ଅଧିକ ପଢନ୍ତୁ

ଭୁବନେଶ୍ବର : ଭଦ୍ରକ ଚାନ୍ଦବାଲି ବ୍ଲକର ଜୋନ ନମ୍ବର 1ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ରାକେଶ ନାୟକ ଖୁଲମଖୁଲା ଟଙ୍କା ବଣ୍ଟାକୁ ନେଇ ନିର୍ବାଚନ ଆୟୋଗଙ୍କୁ ଭେଟିଲା ରାଜ୍ୟ ବିଜେପି । ଯାହା ନିର୍ବାଚନ ଆଚରଣ ବିଧିକୁ ଉଲଂଘନ କରୁଛି । ସରପଞ୍ଚ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଟଙ୍କା ବାଣ୍ଟୁଥିବାର ଅଭିଯୋଗ ନେଇ ରାଜ୍ୟ ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ୭ ଜଣିଆ ପ୍ରତିନିଧି ଦଳ ଆସି ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ ।

ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ କରିବା ପାଇଁ ନିବେଦନ କଲା ବିଜେପି

ଏହାବି ପଢନ୍ତୁ : Panchayat Polls: ସରପଞ୍ଚ ପଦବୀ ପାଇଁ ନଣନ୍ଦ-ଭାଉଜ ଲଢେଇ

ଟଙ୍କା ବଣ୍ଟା ଯିବାର ସମସ୍ତ ପ୍ରମାଣକୁ ସ୍ଥାନୀୟ ଅଞ୍ଚଳର ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଦିଆଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ତେଣୁ ଆଜି (ସୋମବାର) ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ସମସ୍ତ ତଥ୍ୟ ପ୍ରମାଣ ଦେବା ସହିତ ସେହି ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ନାକଚ କରିବାପାଇଁ ନିବେଦନ କରିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.