ETV Bharat / city

ପରୀ ହତ୍ୟା ଘଟଣା: ଅଭିଯୁକ୍ତର ଭିଡିଓ ଭାଇରାଲକୁ ନେଇ ପ୍ରଶ୍ନ ଉଠାଇଲେ ଲେଖାଶ୍ରୀ

author img

By

Published : Feb 19, 2021, 10:15 AM IST

ପରୀ ହତ୍ୟା ଘଟଣା
ପରୀ ହତ୍ୟା ଘଟଣା

ପରୀ ହତ୍ୟା ଘଟଣାରେ ଅଭିଯୁକ୍ତର ଭିଡିଓ ଭାଇରାଲକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢନ୍ତୁ...

ଭୁବନେଶ୍ବର: ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ଭିଡିଓ ଭାଇରାଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବାରମ୍ବାର ଏସଆଇଟିର ଡାଟା ଲିକ ହେଉଛି । ତାଙ୍କ ପ୍ରଥମ ଷ୍ଟାଟସ ରିପୋର୍ଟ ମଧ୍ୟ କିଛିଟା ଗଣମାଧ୍ୟମକୁ ଦିଆଯାଇଥିଲା ବୋଲି ସେ କହିଛନ୍ତି ।

ଏସଆଇଟି ଏହି କେସର ତଦନ୍ତକୁ ବାଟବଣା କରୁଛି । ଭିଡିଓ ଲିକ୍‌ କରି ଅସଲ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବାକୁ ଏପରି କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଗତକାଲି ମଧ୍ୟ ପରୀ ମା’ ଏସଆଇଟି ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଏହାକୁ ଯେତେ ଘଣ୍ଟ ଘୋଡାଇଲେ ବି ସତ ସାମ୍ନାକୁ ଆସିବ ବୋଲି କହିଥିବା ଲେଖାଶ୍ରୀ କହିଛନ୍ତି ।

ଏହା ସହ ପରୀ ବାପା, ମା ଯେଉଁ ମାନଙ୍କ ନାଁ ନେଉଛନ୍ତି ସେମାନଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି । ସୂଚନାଥାଉକି, ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଲାଣି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.