ETV Bharat / city

Bjp Foundation Day: ପ୍ରତିଷ୍ଠା ଦିବସରେ ଏକାଧିକ ସାମାଜିକ କାର୍ଯ୍ୟକ୍ରମ କରିବ BJP

author img

By

Published : Apr 5, 2022, 6:00 PM IST

ପ୍ରତିଷ୍ଠା ଦିବସରେ ଏକାଧିକ ସାମାଜିକ କାର୍ଯ୍ୟକ୍ରମ କରିବ BJP
ପ୍ରତିଷ୍ଠା ଦିବସରେ ଏକାଧିକ ସାମାଜିକ କାର୍ଯ୍ୟକ୍ରମ କରିବ BJP

ଆସନ୍ତାକାଲି ବିଜେପି ପାଳିବ ପ୍ରତିଷ୍ଠା ଦିବସ । ଏହି ଅବସରରେ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ କରାଯିବ । ଦଳ 6 ରୁ 20 ଯାଏଁ ‘ସାମାଜିକ ନ୍ୟାୟ ପଖୱାଡା’ କାର୍ଯ୍ୟକ୍ରମ ମଧ୍ୟ ପାଳନ କରିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତାକାଲି ବିଜେପି ପାଳିବ ପ୍ରତିଷ୍ଠା ଦିବସ । ଓଡିଶାର ସମସ୍ତ ବୁଥରେ କାର୍ଯ୍ୟକର୍ତ୍ତା ବିଜେପି ପତାକା ଉତ୍ତୋଳନ କରିବେ । ଏହା ସହିତ ବାଇକ ରାଲି ହେବ । ପରେ ସକାଳ 10ଟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ଶୁଣିବେ କାର୍ଯ୍ୟକର୍ତ୍ତା ।

ପ୍ରତିଷ୍ଠା ଦିବସରେ ଏକାଧିକ ସାମାଜିକ କାର୍ଯ୍ୟକ୍ରମ କରିବ BJP

ଏତଦ୍ ବ୍ୟତୀତ ଦଳ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ହେବ। ଏପ୍ରିଲ 6 ରୁ 20 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କ ପାଖକୁ ଯିବ ବିଜେପି । ଆସନ୍ତାକାଲି ଡାକ୍ତରଖାନାରେ ସଫେଇ କର୍ମଚାରୀ ଓ ରୋଗୀଙ୍କୁ ଫଳ ବଣ୍ଟନ କରାଯିବ । ଦେଶବ୍ୟାପୀ ଏପରି କାର୍ଯ୍ୟକ୍ରମ କରାଯିବ । ଦଳ 6 ରୁ 20 ଯାଏଁ ‘ସାମାଜିକ ନ୍ୟାୟ ପଖୱାଡା’ କାର୍ଯ୍ୟକ୍ରମ ପାଳନ କରିବ । ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମ ରହିଛି ।

ସବୁ କାର୍ଯ୍ୟକର୍ତ୍ତା ମଧ୍ୟ ରହିବେ । କାଲି ବିଜେପି ପାଇଁ ଉତ୍ସବର ଦିନ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.