ETV Bharat / city

ରାଜ୍ୟ ବିଜେପି ପାଳିଲା 42 ତମ ପ୍ରତିଷ୍ଠା ଦିବସ

author img

By

Published : Apr 6, 2022, 12:54 PM IST

Updated : Apr 6, 2022, 1:19 PM IST

bjp foundation day celebrated at state bjp office in bhubaneswar
ରାଜ୍ୟ ବିଜେପି କାର୍ଯ୍ୟାଳୟରେ 42 ତମ ପ୍ରତିଷ୍ଠା ଦିବସ ପାଳିତ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ 42 ତମ ପୂର୍ତ୍ତି ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ 42 ତମ ପୂର୍ତ୍ତି ପ୍ରତିଷ୍ଠା ଦିବସ ପାଳିତ(BJP Foundation Day) ହୋଇଛି। ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ ଗାନ କରିଥିଲେ । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ବହୁ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

ରାଜ୍ୟ ବିଜେପି ପାଳିଲା 42 ତମ ପ୍ରତିଷ୍ଠା ଦିବସ

ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ରାଜ୍ୟର ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ସମୃଦ୍ଧ ଓଡିଶା ଗଠନ କରିବାକୁ ସଂକଳ୍ପ ନିଆଯାଇଛି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ପ୍ରତିକ୍ରିୟା ରଖି କହିଛନ୍ତି 2024 ପାଇଁ ରାଜ୍ୟ ବିଜେପି ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛି । ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ୍ବ ଓଡିଶା ଆସିବେ । କେନ୍ଦ୍ରୀୟ ନେତୃତ୍ବଙ୍କ ଏ ବିଷୟରେ ଆଲୋଚନା କରାଯିବ।

ଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନ ସଂକ୍ରାନ୍ତ ଅଧ୍ୟାଦେଶ ସମ୍ପର୍କରେ ସମୀର ମହାନ୍ତି କହିଛନ୍ତି ବିକାଶକୁ ବିରୋଧ କରିନାହୁଁ । ଦେଶର ଆଇନ କାନୁନ ହିସାବରେ କାମ ହେବା ଆବଶ୍ୟକ । ଦେଶର ସମ୍ବିଧାନ ଅଛି, ଆଇନ ଅଛି । ଯେଉଁ ମାନେ ସେ ଦାୟିତ୍ବ ବହନ କରିଛନ୍ତି ସେମାନେ ଚିନ୍ତା କରିବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Apr 6, 2022, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.