ETV Bharat / city

ଶାସକ ଦଳ ନାଁରେ ସାଂଘାତିକ ଅଭିଯୋଗ ଆଣିଲା ବିଜେପି

author img

By

Published : Jan 25, 2022, 10:04 PM IST

ଶାସକ ଦଳ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା ରାଜ୍ୟ ବିଜେପି । ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳର ବିଭିନ୍ନ ପ୍ରାର୍ଥୀଙ୍କୁ ଧମକାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଛି ଶାସକ ଦଳ । ଅଧିକ ପଢନ୍ତୁ

bjp delegation meet state election commission
ଶାସକ ଦଳ ନାଁରେ ସାଂଘାତିକ ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ବର: ଶାସକ ଦଳ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା ରାଜ୍ୟ ବିଜେପି । ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳର ବିଭିନ୍ନ ପ୍ରାର୍ଥୀଙ୍କୁ ଧମକାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଛି ଶାସକ ଦଳ । ଯାଜପୁର, ବରଗଡ଼, ଝାରସୁଗୁଡା ଓ ମାଲକାନଗିରି ସମେତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଏହିପରି କରୁଛି ସରକାରୀ ଦଳ ବୋଲି ଅଭିଯୋଗ କରିଛି ବିଜେପି ।

ଶାସକ ଦଳ ନାଁରେ ସାଂଘାତିକ ଅଭିଯୋଗ ଆଣିଲା ବିଜେପି

ତେବେ ଯାଜପୁରରେ ପୋଲିସ ଏବଂ ପ୍ରଶାସନ ଚାପ ପକାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଛି । ସେହିପରି ବରଗଡ଼ ଭଟଲିରେ ମନ୍ତ୍ରୀ ସୁଶାନ୍ତ ସିଂ ନିଜେ ଚାପ ପକାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ।

ଏହା ସହ ମାଲକାନଗିରି କାଲିମେଳା ଜୋନ 2 ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା କାବାସୀ ଦୁଇ ଦିନ ହେବ ଅପହରଣ କରି ନିଆଯାଇଥିବା ଅଭିଯୋଗ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ । ଏଥିସହ ଏହି ସବୁ ଘଟଣାର ତଦନ୍ତ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଦାବି ଜଣାଇଛନ୍ତି ବିଜେପି ପ୍ରତିନିଧି ଦଳ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.