ETV Bharat / city

ଆର୍ଶୀବାଦ ଯୋଜନା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା BJP

author img

By

Published : Sep 16, 2021, 6:10 PM IST

ରାଜ୍ୟ ସରକାରଙ୍କ ଆର୍ଶୀବାଦ ଯୋଜନା ବନ୍ଦ କରିବା ନେଇ ବର୍ଷିଲା ବିଜେପି । କେନ୍ଦ୍ର ସରକାରଙ୍କ ଲୋକପ୍ରିୟତା କମାଇବା ପାଇଁ ରାଜ୍ୟ କରୁଛି ଗୋଟିଏ ପରେ ଗୋଟିଏ ଯୋଜନା । ବନ୍ଦ ନିଷ୍ପତ୍ତି ପରେ ଏବେ ଅସହାୟ ଶିଶୁ କୁଆଡେ ଯିବେ ବୋଲି ପ୍ରଶ୍ନ କଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢନ୍ତୁ...

ଆର୍ଶୀବାଦ ଯୋଜନା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା BJP
ଆର୍ଶୀବାଦ ଯୋଜନା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା BJP

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଆର୍ଶୀବାଦ ଯୋଜନା ବନ୍ଦକୁ ନେଇ ବର୍ଷିଲା ବିଜେପି । କୋରୋନା ଆରମ୍ଭବେଳେ ପ୍ରଥମେ ଅସହାୟ ଶିଶୁଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ କେନ୍ଦ୍ର ସରକାର । ମାଗଣା ଶିକ୍ଷା ସହ ମାସିକ ଭତ୍ତା ଏବଂ 10 ଲକ୍ଷ ଟଙ୍କାର କାର୍ପାସ ଫଣ୍ଡ ମିଳିବା ନେଇ ରହିଛି ବ୍ୟବସ୍ଥା । ଆଉ ଏହି ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାଉଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀ ଆର୍ଶୀବାଦ ଯୋଜନା ଘୋଷଣା କଲେ । ତେବେ ଏବେ ଯୋଜନା ବନ୍ଦ ନିଷ୍ପତ୍ତି ପରେ ଅସହାୟ ଶିଶୁ କୁଆଡେ ଯିବେ ? ଏ ସରକାର ଏକ ଘୋଷଣା ସର୍ବସ୍ଵ ସରକାର ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ବିଜେପି। ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଏମିତି ବର୍ଷିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ଆର୍ଶୀବାଦ ଯୋଜନା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା BJP

ଲେଖାଶ୍ରୀ କହିଛନ୍ତି, ଯେମିତି ଆୟୁଷ୍ମାନ ଭାରତକୁ କାଉଣ୍ଟର କରିବାକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ସରକାର ପ୍ରସ୍ତୁତ କରିଥିଲେ । ସେହିପରି ଆର୍ଶୀବାଦ ଯୋଜନା କେବଳ ନାଁକୁ ମାତ୍ର ଘୋଷଣା କଲେ ରାଜ୍ୟ ସରକାର । ଏହି ଯୋଜନା ଫଳରେ କେତେ ଅସହାୟ ପିଲା ଉପକୃତ ହେଲେ ତାହାର ତଥ୍ୟ ବି ସରକାର ସ୍ପଷ୍ଟ କଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ ।

ସେହିପରି ରାଜ୍ୟରେ କୋରୋନା ସରିଗଲା କି, ଆଉ ଶିଶୁମାନେ ପିତାମାତାଙ୍କୁ ହରାଉନାହାନ୍ତି କି ବୋଲି ମଧ୍ୟ ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ସେପ୍ଟେମ୍ବର 15 ପରେ ଅସହାୟ ଶିଶୁ କାହିଁକି ଏହି ଯୋଜନାରୁ ବଞ୍ଚିତ ହେବେ। ଏହା ସହ ଆଜି ପର୍ଯ୍ୟନ୍ତ ଏହି ଯୋଜନାର ଲାଭ ପାଇଥିବା ହିତାଧିକାରୀଙ୍କ ତାଲିକା ସହ ସେମାନଙ୍କୁ କଣ ସହାୟତା ଯୋଗାଇ ଦିଆଯାଇଛି, କେଉଁଠି ପାଠ ପଢିବା ପାଇଁ ନାମ ଲେଖାଯାଇଛି ସେ ସମ୍ପର୍କରେ ସରକାର ସ୍ପଷ୍ଟ କରନ୍ତୁ । ସେହପରି ଏହି ଯୋଜନାରେ କୌଣସି ବ୍ୟୟବରାଦ ହୋଇ ନ ଥିବାବେଳେ ରାଜ୍ୟ ସରକାର କେଉଁଠି ଟଙ୍କା ଆଣି ଖର୍ଚ୍ଚ କରିଥାନ୍ତେ ତାହା ମଧ୍ୟ ସ୍ପଷ୍ଟ କରନ୍ତୁ ବୋଲି ମଧ୍ୟ ଲେଖାଶ୍ରୀ ଦାବି କରିଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.