ETV Bharat / city

ମହିଳାଙ୍କ ବିକାଶ ହେଲେ ଦେଶର ବିକାଶ ହେବ: ନବୀନ ପଟ୍ଟନାୟକ

author img

By

Published : Dec 26, 2020, 2:17 PM IST

Updated : Dec 26, 2020, 5:41 PM IST

ମହିଳାଙ୍କ ପାଇଁ ଲଢେଇ ଜାରି ରଖିବ ବିଜେଡି: ନବୀନ
ମହିଳାଙ୍କ ପାଇଁ ଲଢେଇ ଜାରି ରଖିବ ବିଜେଡି: ନବୀନ

ଦଳର ପ୍ରତିଷ୍ଠା ଦିବସରେ ମହିଳାଙ୍କୁ ଗୁରୁତ୍ବ ଦେଲେ ନବୀନ ପଟ୍ଟନାୟକ । ମହିଳାମାନେ ବିକାଶ ଓ ପ୍ରଗତିର ସାରଥୀ । ତେଣୁ ସେମାନଙ୍କ ଅଧିକାର ପାଇଁ ଦଳ ଲଢେଇ ଜାରି ରଖିବ ବୋଲି ସୁପ୍ରିମୋ କହିଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆଜି ବିଜେଡିର 24 ତମ ପ୍ରତିଷ୍ଠା ଦିବସ ଅବସରରେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତିଷ୍ଠା ଦିବସ ଅବସରରେ ଉଦବୋଧନ ଦେଇ ବିଜେଡି ସର୍ବଦା ମହିଳାଙ୍କ ପାଇଁ ଲଢେଇ ଜାରି ରଖିଛି ବୋଲି ନବୀନ କହିଛନ୍ତି । ମହିଳାଙ୍କ ବିକାଶ ହେଲେ ଦେଶର ବିକାଶ ହେବ । ପ୍ରତିଷ୍ଠା ଦିବସରେ ଏହି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ବିଜୁ ଜନତା ଦଳ 24 ବର୍ଷରେ ପଦାର୍ପଣ କରିଛି ।

ମହିଳାଙ୍କ ପାଇଁ ଲଢେଇ ଜାରି ରଖିବ ବିଜେଡି: ନବୀନ

ବିଜୁ ଜନତା ଦଳର 24 ତମ ପ୍ରତିଷ୍ଠା ଦିବସ ଅବସରରେ ଭର୍ଚୁଆଲରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରି କହିଛନ୍ତି ଯେ ମହିଳାଙ୍କ ସଶକ୍ତିକରଣ ହେଲେ ହିଁ ଦେଶ ସଶକ୍ତ ହେବ। ମହିଳାଙ୍କ ସଶକ୍ତିକରଣ ବିନା ସମାଜ, ପରିବାର , ରାଜ୍ୟ କିମ୍ବା ଦେଶ କେବେ ମଧ୍ୟ ବିକାଶ ହୋଇପାରିବ ନାହିଁ ବୋଲି କହିଛନ୍ତି । ବଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ସେ କହିଛନ୍ତି ମହିଳାଙ୍କ ସଶକ୍ତି କରଣ ମୋର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ । ମା ଆଗେଇଲେ ହିଁ ଦେଶି ଆଗେଇବ ଏବଂ ସମାଜ ଆଗେଇବ । ମା’ ମାନେ ହେଉଛନ୍ତି ଦେଶର ଚକର ଅଖ । ସେମାନଙ୍କ ବିନା ପ୍ରଗତିରେ ରଥ ଆଗକୁ ବଢି ପାରିବ ନାହିଁ ବୋଲି କହିଛନ୍ତି ।1992 ମସିହାର ବିଜୁ ବାବୁ ପଞ୍ଚାୟତରାଜ ବ୍ୟବସ୍ଥା ଓ ସହରାଞ୍ଚଳ ସ୍ବାୟତଶାସନ ବ୍ୟବସ୍ଥାରେ ଓଡିଶାରେ 33% ସଂରକ୍ଷଣ ରଖି ସାରା ଭାରତରେ ଇତିବାସ ସୃଷ୍ଟି କରିଥିଲେ । ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ 2019 ସାଧାରଣ ନିର୍ବାଚନରେ ରାଜ୍ୟରେ ଉଭୟ ବିଧାନସଭା ଓ ସଂସଦ ପାଇଁ ରାଜ୍ୟରୁ 33% ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିଛନ୍ତି । ଏହାକୁ ସାରା ଭାରତରେ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଦାବି କରି ଆସୁଛନ୍ତି । ଏହାକୁ କୌଣସି ଜାତୀୟ ରାଜନୈତିକ ଦଳ ଗ୍ରହଣ କରୁନଥିବାରୁ ବର୍ତ୍ତମାନ ଏହା ବିରୋଧରେ ଜନ ଆନ୍ଦୋଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ବିଜେଡି ନିଜ କଥାକୁ କାମରେ କରି ଦେଖାଇଛି ବୋଲି ନବୀନ କହିଛନ୍ତି । ମହିଳାମାନଙ୍କୁ ଅଧିକାର ମିଳିବା ଯାଏ ରାଜ୍ୟ ଓ ଜାତୀୟ ସ୍ତରରେ ଲଢେଇ ଜାରି ରଖିବେ ବୋଲି ସେ କହିଛନ୍ତି । ଏନେଇ ଘରକୁ ଘର ବୁଲି ସଚେତନ କରାଯିବ । ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ଆଗାମୀ ଦିନରେ ଆନ୍ଦୋଳନରେ ପରିଣତ କରିବୁ । ସେହିପରି 80 ଲକ୍ଷ ମହିଳା ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହୋଇଥିବାବେଳେ ଦକ୍ଷତା ସହ ଦାୟିତ୍ବ ସେମାନେ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଜଣେ ମହିଳା ସଶକ୍ତ ହେଲେ ସମାଜ ସଶକ୍ତ ହେବ । ନଚେତ ଦେଶର ବିକାଶ ହେବ ହୋଇପାରିବ ନାହିଁ ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated :Dec 26, 2020, 5:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.