ETV Bharat / city

ନିର୍ବାଚନ ଆସିଲେ ମହିଳା ବିରୋଧି ହିଂସାକୁ ନେଇ ଶସ୍ତା ରାଜନୀତି କରନ୍ତି ବିରୋଧି: ବିଜେଡି

author img

By

Published : Nov 6, 2021, 5:11 PM IST

Updated : Nov 6, 2021, 6:13 PM IST

BJD Pressmeet on oppositions allegations of women's violence
ନିର୍ବାଚନ ଆସିଲେ ମହିଳା ବିରୋଧୀ ହିଂସାକୁ ନେଇ ଶସ୍ତା ରାଜନୀତି କରନ୍ତି ବିରୋଧୀ

ବିଜେଡିର ଛବି ଖରାପ କରିବା ଲାଗି ଅପଚେଷ୍ଟା ନକରନ୍ତୁ ବିରୋଧୀ । ମହିଳା ବିରୋଧୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଦାସ୍ତ କରିନାହାନ୍ତି କି କରିବେ ନାହିଁ । ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କୁ ମୁହଁତୋଡ ଜବାବ ରଖିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଓ ଯୁବ ବିଜେଡିର ମହାସଚିବ ଏଲିନା ଦାସ । ଅଧିକ ପଢନ୍ତୁ...

ଭୁବନେଶ୍ବର: ପୀଡ଼ିତା ମହିଳାଙ୍କୁ ନେଇ ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ମହିଳା ହିଂସା ପରି ସମ୍ବେଦନଶୀଳ ପ୍ରସଙ୍ଗକୁ ପ୍ରଚାର ସର୍ବସ୍ୱ ରାଜନୀତି ନକରନ୍ତୁ ବିରୋଧୀ । ଶସ୍ତା ରାଜନୀତି ଯୋଗୁଁ ରାଷ୍ଟ୍ରୀୟସ୍ତରରେ ଓଡ଼ିଶା ବଦନାମ ହେଉଛି । ରାଜ୍ୟ ସରକାର ଓ ବିଜେଡିର ଛବି ଖରାପ କରିବା ଲାଗି ଅପଚେଷ୍ଟା ନକରନ୍ତୁ ବିରୋଧୀ । ମହିଳା ବିରୋଧୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାର ବରଦାସ୍ତ କରିନାହାନ୍ତି କି କରିବେ ନାହିଁ । ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କୁ ମୁହଁତୋଡ ଜବାବ ରଖିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଓ ଯୁବ ବିଜେଡିର ମହାସଚିବ ଏଲିନା ଦାସ ।

ନିର୍ବାଚନ ଆସିଲେ ବିଜେପିକୁ ପୀଡ଼ିତାଙ୍କ କଥା ମନେପଡ଼େ । ପୀଡ଼ିତାଙ୍କ ପରିବାର ପ୍ରତି ଦୟା କି ସହାନୁଭୂତି ନଥିଲା । ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ବିଜେପି ନେତା ବିବାଦୀୟ ମନ୍ତବ୍ୟ ଦିଅନ୍ତି । ଟିକିରି ଇତିଶ୍ରୀ ଓ କୁନ୍ଦୁଲି ପୀଡ଼ିତାଙ୍କୁ ନେଇ ବିଜେପି ରାଜନୀତି କରିଥିଲା ବୋଲି କହିଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ । ବିଜେପିକୁ କାଉଣ୍ଟର କରିବା ସହ ଟିକିରି ଇତିଶ୍ରୀ ଓ କୁନ୍ଦୁଲି ପ୍ରସଙ୍ଗକୁ ନେଇ ଭିଡିଓ ଜାରି କରିଛି ବିଜେଡି ।

ନିର୍ବାଚନ ଆସିଲେ ମହିଳା ବିରୋଧି ହିଂସାକୁ ନେଇ ଶସ୍ତା ରାଜନୀତି କରନ୍ତି ବିରୋଧି
୨୦୧୪ ନିର୍ବାଚନରେ ଇତିଶ୍ରୀ ଘଟଣାକୁ ବିଜେପି ଓ କଂଗ୍ରେସ ପ୍ରସଙ୍ଗ କରିଥିଲେ । ଓଡ଼ିଶାବାସୀ ଯାହାର ଜବାବ ନିର୍ବାଚନରେ ଦେଇଥିଲେ । ସିବିଆଇ ତଦନ୍ତ ଦାବି କରିଥିଲେ ବିରୋଧୀ । କୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତ ହେଲା । ଶେଷରେ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟରେ ହିଁ ମୋହର ମାରିଲା ସିବିଆଇ । ଇତିଶ୍ରୀ ଘଟଣାରେ ବିଜେପି ଜୟରାମ ପାଙ୍ଗୀଙ୍କୁ ନିଶାନା କରୁଥିବା ବେଳେ ନିର୍ବାଚନ ପୂର୍ବରୁ ଦଳରେ ମିଶାଇ ଦଳ ପାଇଁ ଆସେଟ୍ ବୋଲି କହିଥିଲା ।୨୦୧୭ରେ କୁନ୍ଦୁଲି ଏକ ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ ଥିଲା । ଇତିଶ୍ରୀ ଭଳି କୁନ୍ଦୁଲି ପ୍ରସଙ୍ଗରେ ବିଜେପି, କଂଗ୍ରେସ ନାରାବାଜି କରି ହୀନ ରାଜନୀତି କରିଥିଲେ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର । କୁନ୍ଦଲି ଘଟଣାରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ବିଜେପି ଅତି ତଳକୁ ଖସି ପୀଡ଼ିତାଙ୍କ ନାଁ ମଧ୍ୟ ପ୍ରକାଶ କରିଥିଲେ । ଓଡ଼ିଶାକୁ ଜାତୀୟସ୍ତରରେ ବଦନାମ କରି ବିଜେପି ବାଃ ବାଃ ନେବାକୁ ଚେଷ୍ଟା କରିଥିଲା । ବିଜେପୁର ଉପନିର୍ବାଚନ ପୂର୍ବରୁ ଗର୍ଜନ କରୁଥିବା ବିଜେପି ନିର୍ବାଚନ କମିଶନଙ୍କୁ ପ୍ରମାଣ ନେଇ କୌଣସି ରିପୋର୍ଟ ଦେଇ ନଥିଲା । କେବଳ ନିର୍ବାଚନ ଆସିଲେ ବିଜେପି ଡିଏଁ, ନିର୍ବାଚନ ସରିଲେ ଶୋଇଯାଏ । ନିର୍ବାଚନ ଆସିଲେ ବିଜେପି ନାରୀ ନିର୍ଯାତନା କଥା କୁହେ । ମିଥ୍ୟା ସହ ଭାରତୀୟ ଜନତା ପାର୍ଟି ଯାଉଛି । ବିଜେଡି ସତ୍ୟ ମେବ ଜୟତେରେ ବିଶ୍ୱାସ ରଖେ । ରାଜନୈତିକ ଫାଇଦା ପାଇଁ ବିଜେପି ପୀଡ଼ିତାଙ୍କ ପରିବାରକୁ ବ୍ୟବହାର କରୁଛି । ଯଦି ବିଜେପି ପାଖରେ କିଛି ପ୍ରମାଣ ଅଛି ତାହେଲେ ପୋଲିସକୁ ଦିଅନ୍ତୁ । ବହୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ବିଜେପି ପକ୍ଷରୁ ଘଟଣାସ୍ଥଳକୁ ଯାଉଛି । ଖଣ୍ଡିଏ ବି ଫ୍ୟାକ୍ଟ ବାହାରୁନି । କେବଳ ପ୍ରହସନ ପାଇଁ ଘଟଣାସ୍ଥଳକୁ ଯାଉଛନ୍ତି । ଯଦି କିଛି ପ୍ରମାଣ ଅଛି ଆଣନ୍ତୁ ବୋଲି ବିଜେଡି, ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇଛି ।ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ
Last Updated :Nov 6, 2021, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.