ETV Bharat / city

ମମିତା ନାଁରେ ବିଜେପିର ଆଭିମୁଖ୍ୟ ଜଳଜଳ ଦିଶୁଛି:BJD

author img

By

Published : Dec 10, 2021, 9:15 AM IST

ଲୁଚିଛି ନା ଗୋଡ ଦି ଟା ଦିଶୁଛି: ମମିତା ନାଁରେ ବିଜେପିର ଆଭିମୁଖ୍ୟ ଜଳଜଳ ଦିଶୁଛି
ଲୁଚିଛି ନା ଗୋଡ ଦି ଟା ଦିଶୁଛି: ମମିତା ନାଁରେ ବିଜେପିର ଆଭିମୁଖ୍ୟ ଜଳଜଳ ଦିଶୁଛି

ମମିତା ପ୍ରସଙ୍ଗରେ ବିଜେପିର ବିକ୍ଷୋଭ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ପ୍ରତାପ ଦେବ । ମମିତା ନାଁରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୀତି ଉଷ୍ମତା କରୁଛି ବିଜେପି । ଏହା ନାରୀ ସମାଜ ପାଇଁ ନିନ୍ଦନୀୟ । ଅଧିକ ପଢନ୍ତୁ

ଭୁବନେଶ୍ବର: ମମିତା ପ୍ରସଙ୍ଗରେ ବିଜେପିର ବିକ୍ଷୋଭ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ପ୍ରତାପ ଦେବ । ମମିତା ନାଁରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୀତି ଉଷ୍ମତା କରୁଛି ବିଜେପି । ଏହା ନାରୀ ସମାଜ ପାଇଁ ନିନ୍ଦନୀୟ । ନ୍ୟାୟ ମାଗିବାକୁ ବାହାରିଥିଲେ ନା ମମିତା ମୃତଦେହ ଉପରେ ଛିଡା ହୋଇ ପଞ୍ଚାୟତ ନିର୍ବାଚନ ପାଇଁ ମସୁଧା ପ୍ରସ୍ତୁତ ଚାଲିଛି ବୋଲି କହିଛନ୍ତି । ବିଜେପି ଯୁବ ସଭାପତିଙ୍କ ନାଁରେ ରହିଛି ମାଳମାଳ ମାମଲା।

ଲୁଚିଛି ନା ଗୋଡ ଦି ଟା ଦିଶୁଛି: ମମିତା ନାଁରେ ବିଜେପିର ଆଭିମୁଖ୍ୟ ଜଳଜଳ ଦିଶୁଛି

ହେଲେ ମମିତାଙ୍କୁ ନ୍ୟାୟ ଦାବିରେ ଏପରି ପ୍ରହସନ କରୁଛନ୍ତି । ସେମାନଙ୍କ ଆଚରଣ ଓ ଗୁଣ୍ଡାଗର୍ଦି ବାରି ହେଉଛି । ଭାରତୀୟ ଜନତା ପାଟି ନୁହେଁ ଯାତ୍ରା ପାଟି ବୋଲି କହି କଡା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ଏପରି ବିକ୍ଷୋଭ ପ୍ରଦର୍ଶନକୁ ସେ ନିନ୍ଦା କରୁଛନ୍ତି ବୋଲି କହିଛନ୍ତି । ମମିତାଙ୍କ ବାପା ମା ମନା କଲାପରେ ବି ଏମାନେ ମମିତାକୁ ନେଇ ରାଜନୀତି କରୁଛନ୍ତି । ଏପରି ଆଭିମୁଖ୍ୟ ନ୍ୟାୟ ପାଇଁ ନୁହେଁ । ଏହା ଏକ ରାଜନୈତିକ ଷଡଯନ୍ତ୍ର । ଥାନା କୋର୍ଟରେ ନ କହି ମିଡ଼ିଆରେ କହିଲେ ମମିତା କଣ ନ୍ୟାୟ ପାଇବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.