ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ ଘଟଣା: ବିଜେପିକୁ ଜଗନ୍ନାଥ ସଂସ୍କୃତିର ପାଠ ପଢାଇଲେ ପ୍ରଣବ

author img

By

Published : Nov 25, 2021, 10:23 PM IST

bjd leader pranab prakash das tweet to dharmendra on egg attack
ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ଘଟଣା: ବିଜେପିକୁ ଜଗନ୍ନାଥ ସଂସ୍କୃତିର ପାଠ ପଢ଼ାଇଲେ ପ୍ରଣବ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ଅଣ୍ଡାମାଡ଼ ଘଟଣାରେ BJP କ୍ଷମା ମାଗିବା ଉଚିତ୍‌ । ଧର୍ମେନ୍ଦ୍ରଙ୍କୁ ହସ୍ତକ୍ଷେପ କରିବାକୁ ଟ୍ବିଟ୍‌ ଯୋଗେଁ ଅନୁରୋଧ କଲେ BJD ନେତା ପ୍ରଣବ ପ୍ରକାଶ ଦାସ । ଅଧିକ ପଢନ୍ତୁ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ଅଣ୍ଡାମାଡ଼ ଘଟଣା । ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂସ୍କୃତିର ପାଠ ପଢ଼ାଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଧର୍ମେନ୍ଦ୍ରଙ୍କୁ ଟ୍ବିଟ୍ କରି ପ୍ରଣବ ଅସନ୍ତୋଷ, ଅଭିଯୋଗ ଓ ରାଜଧର୍ମର ପାଠ ପଢାଇଛନ୍ତି । ପ୍ରଣବ ଲେଖିଛନ୍ତି ଯେ, ଭାଇ ଆପଣ ବିଜେପିର ଜଣେ ବରିଷ୍ଠ ନେତା । ମୋର ବିନମ୍ର ଅନୁରୋଧ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ । ଏହି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିନ୍ତୁ । ଏହା ସହ ସେହି ଭୁଲ୍ କରିଥିବା ଆପଣଙ୍କ ଦଳର କର୍ମୀଙ୍କୁ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପାର୍ଥନା କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ।

  • .@dpradhanbjp ଭାଇ, ଆପଣ @BJP4India ର ଜଣେ ବରିଷ୍ଠ ନେତା | ମୋର ବିନମ୍ର ଅନୁରୋଧ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଏହି ଘୃନ୍ୟ କାର୍ଯ୍ୟକୁ ନିନ୍ଦା କରିବା ସହ ସେହି ଭୂଲ କରିଥିବା @BJP4Odishaର ଲୋକଙ୍କୁ ଓଡିଶାବାସୀଙ୍କ ପାଖରେ କ୍ଷମା ପାର୍ଥନା କରିବା ପାଇଁ ନିର୍ଦେଶ ଦିଅନ୍ତୁ | # ଜୟଜଗନ୍ନାଥ 🙏

    — Pranab Prakash Das (@pranabpdas) November 25, 2021 " class="align-text-top noRightClick twitterSection" data=" ">

ପ୍ରଣବ ଆହୁରି ଲେଖିଛନ୍ତି ଯେ, ଆପଣଙ୍କ ଦଳ ବିଜେପି ସବୁ ବେଳେ ହିନ୍ଦୁ ସଂସ୍କାର ଓ ସଂସ୍କୃତି ବିଷୟରେ ଗୁରୁତ୍ବ ଦେଇ ଆସିଛି । ଜଗନ୍ନାଥ ସଂସ୍କୃତି ହେଉଛି ଓଡ଼ିଆ ଜାତିର ପରିଚୟ । ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଓଡ଼ିଆ ଜାତି ଏବଂ କୋଟି କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି ।

  • .@dpradhanbjp ଭାଇ, ଆପଣଙ୍କ ଦଳ @BJP4India ସବୁବେଳେ ହିନ୍ଦୁ ସଂସ୍କାର ଓ ସଂସ୍କୃତି ବିଷୟରେ ଗୁରୁତ୍ୱ ଦେଇ ଆସିଛି | ଜଗନ୍ନାଥ ସଂସ୍କୃତି ହେଉଛି ଓଡିଆ ଜାତିର ପରିଚୟ | ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଓଡ଼ିଆ ଜାତି ଏବଂ କୋଟି କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି |

    — Pranab Prakash Das (@pranabpdas) November 25, 2021 " class="align-text-top noRightClick twitterSection" data=" ">

ଆପଣ ଜାଣିଛନ୍ତି ଏବଂ ସାରା ଓଡ଼ିଶାବାସୀଙ୍କ ବିଶ୍ବାସ ଯିଏ ଜଗନ୍ନାଥ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି ତାର ପାଦ ଧରି ନମସ୍କାର କରାଯାଏ । କାରଣ ଶରଧାବାଲି ତା ପାଦରେ ଲାଗିଥାଏ । କିନ୍ତୁ ଲଜ୍ଜାର ବିଷୟ ଆପଣଙ୍କ ଦଳର ଜଣେ ନେତା ଏହି ଘୃଣ୍ୟ କାର୍ଯ୍ୟ ଆମିଷ (ଅଣ୍ଡାମାଡ଼) କରିଥିବାର ବାହାବା ନେଉଛନ୍ତି । ପୁରୀ ଗଜପତିଙ୍କ ଦ୍ବାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ସମସ୍ତ ଦଳର ନେତା ଏବଂ ଆପଣଙ୍କ ଦଳର ପୁରୀ ବିଧାୟକ ଯୋଗ ଦେଇଥିଲେ । ସେଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ । ଏହି ମହତ୍ କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରେ କିଛି ଦୁର୍ବୃତ୍ତ ଅଣ୍ଡାମାଡ଼ କରିଥିଲେ । ଏହା ଅତ୍ୟନ୍ତ ଲଜ୍ଜାକର ବିଷୟ ।

  • .@dpradhanbjp ଭାଇ, ଆପଣ ଜାଣିଛନ୍ତି ଏବଂ ସାରା ଓଡିଶାବାସୀଙ୍କ ବିଶ୍ୱାସ ଯିଏ ଜଗନ୍ନାଥ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି ତାର ପାଦ ଧରି ନମସ୍କାର କରାଯାଏ କାରଣ #ଶରଧାବାଲି ତା ପାଦରେ ଲାଗିଥାଏ | କିନ୍ତୁ ଲଜ୍ଜାର ବିଷୟ ଯେ ଆପଣଙ୍କ ଦଳର ଜଣେ ନେତା ଏହି ଘୃନ୍ୟ କାର୍ଯ୍ୟ ଆମିଷ #ଅଣ୍ଡାମାଡ଼ କରିଥିବାର ବାହାବା ନେଉଛନ୍ତି |

    — Pranab Prakash Das (@pranabpdas) November 25, 2021 " class="align-text-top noRightClick twitterSection" data=" ">

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.