ETV Bharat / city

୧୦୦ ଟଙ୍କା ବୃଦ୍ଧି ଯଥେଷ୍ଟ ନୁହେଁ, ଧାନର MSP ନେଇ ବିଜେଡିର ୫ ଦାବି

author img

By

Published : Jun 9, 2022, 3:19 PM IST

Updated : Jun 9, 2022, 5:29 PM IST

୧୦୦ ଟଙ୍କା ବୃଦ୍ଧି ଯଥେଷ୍ଟ ନୁହେଁ, ଧାନର MSP ନେଇ ବିଜେଡିର ୫ ଦାବି
୧୦୦ ଟଙ୍କା ବୃଦ୍ଧି ଯଥେଷ୍ଟ ନୁହେଁ, ଧାନର MSP ନେଇ ବିଜେଡିର ୫ ଦାବି

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୧୦୦ ଟଙ୍କା ବୃଦ୍ଧି ହୋଇଛି । ଯାହା କେନ୍ଦ୍ର କ୍ୟାବିନେଟ ମୋହର ବାଜିଛି । MSP ୧୦୦ ଟଙ୍କା ବୃଦ୍ଧି ଯଥେଷ୍ଟ ନୁହେଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୧୦୦ ଟଙ୍କା ବୃଦ୍ଧି ହୋଇଛି । ଯାହାକୁ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି । କିନ୍ତୁ MSP ୧୦୦ ଟଙ୍କା ବୃଦ୍ଧି ଯଥେଷ୍ଟ ନୁହେଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ୫ଟି ପ୍ରସଙ୍ଗରେ ୫ଟି ଦାବି ରଖିଛି ।

୧୦୦ ଟଙ୍କା ବୃଦ୍ଧି ଯଥେଷ୍ଟ ନୁହେଁ, ଧାନର MSP ନେଇ ବିଜେଡିର ୫ ଦାବି

ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଚାଷ ଓ ଚାଷୀଙ୍କ ବିକାଶ ନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ରାଜ୍ୟବାସୀଙ୍କୁ ଧାନ MSP ୧୦୦ ଟଙ୍କା ବୃଦ୍ଧି ନେଇ କିଛି ତଥ୍ୟ ଦେବା ସହ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ କହିଛନ୍ତି ଯେ, "କେନ୍ଦ୍ର ସରକାର ଗତକାଲି MSP ୧୦୦ ଟଙ୍କା ବୃଦ୍ଧି କରିଛନ୍ତି । ତାହା ଚାଷ ଓ ଚାଷୀଙ୍କ ବିକାଶ ପାଇଁ ଯଥେଷ୍ଟ ନୁହେଁ । ସ୍ଵାମୀନାଥନ କମିଟି ରିପୋର୍ଟ ଆଧାରରେ ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣା ବୃଦ୍ଧି କରିବା ଆବଶ୍ୟକ । C2 ମୁଲ୍ୟୁ ଅନୁସାରେ ଦେଢ଼ ଗୁଣା ହେଲେ ଚାଷ ଓ ଚାଷୀଙ୍କର ବିକାଶ ହୋଇପାରିବ ।"



ଓଡ଼ିଶା ବିଧାନସଭାରେ ସର୍ବସମ୍ମତି କ୍ରମେ ସଂକଳ୍ପ ପାରିତ ହୋଇଥିଲା । କ୍ଵିଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ ହୋଇଥିଲା । ଏ ପ୍ରସଙ୍ଗରେ ସଂସଦ ଭିତରେ ଓ ବାହାରେ ବିଜେଡି ବାରମ୍ବାର ଦାବି କରିଛି । ଏହାସହ ବଳକା ଉଷୁନା ଚାଉଳ ଉଠାଇବ ପାଇଁ ଦାବି କରିଛି ବିଜେଡି । ୨୦୨୧-୨୦୨୨ ଆର୍ଥିକ ବର୍ଷରେ ୫୨ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଉତ୍ପାଦନ ହୋଇଛି । ୩୯ ଲକ୍ଷ ଟନ୍‌ ପିଡିଏସକୁ ଯିବ । ବଳକା ୧୩ ଲକ୍ଷ ମେଟ୍ରିକ୍ ଟନ୍ ରହିଯିବ । FCI ଏହି ବାଳକା ଚାଉଳ ନେବନାହିଁ ବୋଲି କହିଛି । ଏହା ହେଲେ ଚାଷୀଙ୍କ ପାଇଁ ସମସ୍ୟା ହେବ । କେନ୍ଦ୍ରର ଆବଶ୍ୟକତା ଅନୁସାରେ ୫ ଲକ୍ଷ ଫର୍ଟି ଫାୟାଡ ପରବାଏଲ୍ ରାଇସ ଦେବାକୁ ପ୍ରସ୍ତୁତ ରାଜ୍ୟ । ଏହା ସହ ସବ୍‌ସିଡି ବାବଦରେ କେନ୍ଦ୍ର ଉପରେ ରାଜ୍ୟର ଟଙ୍କା ବକେୟା ରହିଛି । କେନ୍ଦ୍ର ସରକାର ୧୦ ହଜାର ୩୩୪ କୋଟି ଟଙ୍କା ସବ୍‌ସିଡି ଦେଇ ନାହାନ୍ତି । ଏଥିପାଇଁ ବକେୟା ପାଉଣା ପାଇଁ ଦାବି କରିଛି ବିଜେଡି ।

ସବସିଡି ଉଚିତ୍ ସମୟରେ ମିଳୁ ନଥିବାରୁ ଋଣ ନେଇ ରାଜ୍ୟ ସରକାର ସୁଝୁଛନ୍ତି । ଫଳରେ ସୁଧ ଆକାରରେ ରାଜ୍ୟ ଉପରେ ଅତିରିକ୍ତ ବୋଝ ବଢୁଛି । ଏଥିପାଇଁ ପ୍ରାୟ ୫୪୫୨ କୋଟି ଟଙ୍କା କେନ୍ଦ୍ର ଦେବାକୁ ଦାବି କରିଛି ବିଜେଡି ।

୫ଟି ପ୍ରସଙ୍ଗରେ ୫ଟି ଦାବି ରଖିଛି ବିଜେଡି
1- ଧାନର ବସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରାଯାଉ । ଯାହା ବିଧାନସଭାରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା ।
2- C2 ଭ୍ୟାଲୁ ଉପରେ ଉତ୍ପାଦନ ମୂଲ୍ୟର ଦେଢ଼ ଗୁଣ ବୃଦ୍ଧି କରାଯାଉ
3- ୧୩ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ କେନ୍ଦ୍ର ସରକାର ଉଠାନ୍ତୁ
4- ବକେୟା ଥିବା ୧୦ ହଜାର ୩୩୪ କୋଟି ଟଙ୍କା ସବସିଡି କେନ୍ଦ୍ର ସରକାର ତୁରନ୍ତ ଦିଅନ୍ତୁ
5- ୫୪୫୨ କୋଟି ଟଙ୍କା ଋଣ ବାବଦରେ ବକେୟା ଅଛି ତାହା କେନ୍ଦ୍ର ସରକାର ଦିଅନ୍ତୁ

ବିଜେଡି ଏହାକୁ ନେଇ ଅତୀତରେ ଦାବି ପୋଷଣ କରି ଆସିଛି । ଓଡ଼ିଶାର ଦାବିକୁ ଅଣଦେଖା କରାଗଲେ ପରବର୍ତ୍ତୀ ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated :Jun 9, 2022, 5:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.