ETV Bharat / city

କୃଷକଙ୍କ ଭାରତ ବନ୍ଦକୁ ପ୍ରତ୍ୟକ୍ଷ ସମର୍ଥନ ଦେଲାନି BJD

author img

By

Published : Dec 7, 2020, 10:41 PM IST

କୃଷକଙ୍କ ଭାରତ ବନ୍ଦକୁ ପ୍ରତ୍ୟକ୍ଷ ସମର୍ଥନ ଦେଲାନି BJD
କୃଷକଙ୍କ ଭାରତ ବନ୍ଦକୁ ପ୍ରତ୍ୟକ୍ଷ ସମର୍ଥନ ଦେଲାନି BJD

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦକୁ ସିଧାସଳଖ ସମର୍ଥନ ଦେଲାନି ବିଜେଡି । ପଢନ୍ତୁ ଅଧିକ.....

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଥିବାବେଳେ ଏହାକୁ ସିଧାସଳଖ ସମର୍ଥନ କରିନାହିଁ ବିଜେଡି । କିନ୍ତୁ ଦଳ କହିଛି ଆମର ନୈତିକ ସମର୍ଥନ କୃଷକମାନଙ୍କ ସହ ଅଛି ଓ ରହିବ ।

ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କୃଷକଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ଏବଂ ସେମାନଙ୍କ ଆଶଙ୍କା ଦୂର କରିବା ଜରୁରୀ ଅଟେ । ବିଜେଡି ଆଶାବାଦୀ ଯେ ଉଲ୍ଲେଖନୀୟ ସମସ୍ୟାର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ଏବଂ ଆମେ କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ଡିସେମ୍ବର ୯, ୨୦୨୦ରେ ଆଲୋଚନାକୁ ଅପେକ୍ଷା କରିଛୁ।

ବିଜୁ ଜନତା ଦଳ ସର୍ବଦା ସର୍ବନିମ୍ନ ସହାୟତା ମୂଲ୍ୟ ଦୁଇଗୁଣା କରିବାକୁ ଦାବି କରିଆସୁଛି । ଏବଂ ଆମର କୃଷକଙ୍କ ସୁବିଧା ପାଇଁ ଆମେ ଏହା ଜାରି ରଖିବୁ । ବିଜେଡି ସବୁବେଳେ ଚାଷୀଙ୍କ ସ୍ବାର୍ଥ ପାଇଁ ଛିଡା ହୋଇଛି ବୋଲି ସସ୍ମିତ ପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭ ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.