ETV Bharat / city

ପେଟ୍ରୋଲ ଡିଜେଲ ଦର ବୃଦ୍ଧି, କେନ୍ଦ୍ରକୁ ବିଜେଡି ଓ କଂଗ୍ରେସର ସମାଲୋଚନା

author img

By

Published : May 9, 2021, 5:10 PM IST

କୋରୋନା ମହାମାରୀ ସମୟରେ ପେଟ୍ରୋଲ ଓ ଡିଜେଲର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ । ମୋଦି ସରକାର ଦରଦାମ ନିୟନ୍ତ୍ରଣ, ଡିଜେଲ ଓ ପେଟ୍ରୋଲ ଦର ମୂଲ୍ୟ ବୃଦ୍ଧିରେ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି ବିଜେଡି କହିଛି । ତୈଳ ଦରକୁ ନେଇ କେନ୍ଦ୍ର ନିଏ ସମ୍ପୂର୍ଣ୍ଣ ନିଷ୍ପତ୍ତି । ସେସ, ଏକ୍ସାଇଜ୍ ବଢ଼ାଉଛନ୍ତି କେନ୍ଦ୍ର ସରକାର ବୋଲି କଂଗ୍ରେସ କହିଛି । ଅଧିକ ପଢନ୍ତୁ...

BJD and congress-target-central-govt-on-petrol-diesel-price-hike
ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ସମାଲୋଚନା କଲା ଉଭୟ ବିଜେଡି ଓ କଂଗ୍ରେସ

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ବିଜେପିକୁ ଟାର୍ଗେଟ କଲେ ବିଜେଡି ଓ କଂଗ୍ରେସ । ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିଛନ୍ତି ମୋଦି ସରକାର ଦରଦାମ ନିୟନ୍ତ୍ରଣ, ଡିଜେଲ ଓ ପେଟ୍ରୋଲ ଦର ମୂଲ୍ୟ ବୃଦ୍ଧିରେ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ସେପଟେ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଦାୟୀ କରିଛନ୍ତି ।

ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ସମାଲୋଚନା କଲା ଉଭୟ ବିଜେଡି ଓ କଂଗ୍ରେସ

ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ଭାରତରେ ଯେବେ ମୋଦି ସରକାର ଆସିଥିଲା ,ଦରଦାମ ନିୟନ୍ତ୍ରଣର ଆଶ୍ବାସନା ଦେଇଥିଲା। ଡିଜେଲ ଓ ପେଟ୍ରୋଲ ଦର ମୂଲ୍ୟ ବୃଦ୍ଧି ହେବ ନାହିଁ। ହେଲେ ଦୁର୍ଭାଗ୍ୟର କଥା, ଗତ ବଜେଟ ଅଧିବେଶନରେ ଡିଜେଲ ଓ ପେଟ୍ରୋଲରେ ଅଧିକ ସେସ ଲଦି ଦିଆଗଲା। ଅର୍ଥ ମନ୍ତ୍ରୀ ସଂସଦରେ କହିଥିଲେ ନିର୍ମଳା ସୀତାରମନ କହିଲେ, ସେସର ପ୍ରଭାବ ଡିଜେଲ ଓ ପେଟ୍ରୋଲ ଦରରେ ପଡ଼ିବ ନାହିଁ। ହେଲେ ଲଗାତାର ଭାବେ ମୂଲ୍ୟ ବୃଦ୍ଧି ହୋଇ ଚାଲିଛି। ଅଧିକ ଦୁର୍ଭାଗ୍ୟ କଥା 5 ରାଜ୍ୟ ନିର୍ବାଚନ ଘୋଷଣା ହେଲେବେଳ ଡିଜେଲ ପେଟ୍ରୋଲ ଦର ସ୍ଥିର ରହିଲା। ହେଲେ ଯେଉଁଦିନ ପଶ୍ଚିମବଙ୍ଗ ଭୋଟ ସରିଲା, ତା ପରଠାରୁ ଲଗାତାର 4 ଥର ଦର ବୃଦ୍ଧି ହୋଇ ଖାଉଟି ଉପରେ ବୋଝ ଲଦି ଦିଆଯାଇଛି। ଅଛେ ଦିନ କହୁଥିବା ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି। କୋରୋନାର ଘଡିସନ୍ଧି ସମୟରେ ଏହି ଦର ବୃଦ୍ଧି ଏହା ବେଡି ଉପରେ କୋରଡା ସଦୃଶ। ମୁଁ ନିବେଦନ କରିବି କେନ୍ଦ୍ର ସରକାରଙ୍କୁ ଏହା ତୁରନ୍ତ ପ୍ରତ୍ୟାହାର କରାଯାଉ।

ସେହିପରି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ଏ ହେଉଛି ବିଜେପିର ପୁଞ୍ଜିପତିଙ୍କ ତୁଷ୍ଟିକରଣ। ମୋଦି ସରକାର ନିୟନ୍ତ୍ରଣରେ ରହିଛି ପେଟ୍ରୋଲ ଡିଜେଲ ଦର। ପଶ୍ଚିମବଙ୍ଗ ନିର୍ବାଚନ ବେଳେ ବଢ଼ିଲାନି। ଗୁଜୁରାଟ ଓ ବିହାର ନିର୍ବାଚନ ସମୟରେ ବି ବଢ଼ିଲା ନାହିଁ। ସଲାସୁତୁରା ଚାଲିଛି ବେପାରୀ ମାନଙ୍କ ସହ। ବର୍ତ୍ତମାନ ଶୋଧିତ ହେବା ପରେ ଡିଜେଲ 32.61 ପେଟ୍ରୋଲ 74.70 ତୈଳ ଦର ରହିଛି ।। ଏହା ପରେ ସେସ, ଏକ୍ସାଇଜ୍ ବଢ଼ାଉଛନ୍ତି କେନ୍ଦ୍ର ସରକାର। ତୈଳ ଦରକୁ ନେଇ କେନ୍ଦ୍ର ନିଏ ସମ୍ପୂର୍ଣ୍ଣ ନିଷ୍ପତ୍ତି । କେନ୍ଦ୍ର ନିଜସ୍ବ ଟିକସକୁ କମ କରନ୍ତୁ। ସେହିପରି ରାଜ୍ୟ ସରକାରଙ୍କୁ ଅନୁରୋଧ, VAT କମ କରନ୍ତୁ। ଉପା ସରକାର ସମୟରେ କମେଇଥିଲେ। ବହୁ ଭଲ କାମ କରୁଛନ୍ତି ଅକ୍ସିଜେନ ପଠେଇ। ଆଉ ଏକ ଉଦାହରଣ ସୃଷ୍ଟି କରନ୍ତୁ ବୋଲି କହିଛନ୍ତି ପଞ୍ଚାନନ କାନୁନଗୋ ।ସେପଟେ ଗତ ନିର୍ବାଚନରେ କେନ୍ଦ୍ର ସରକକା ଠିକଣା ଜବାବ ପାଇଛନ୍ତି ବୋଲି କାନୁନଗୋ କହିଛନ୍ତି ।

ସେପଟେ କଂଗ୍ରେସ ଓ ବିଜେଡିର ଟାର୍ଗେଟକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ଅଶୋଧିକ ତୈଳ ଦର ବୃଦ୍ଧି ଯୋଗୁଁ ଦେଶରେ ତୈଳ ଦର ବୃ୍ଦ୍ଧି ପାଇଛି । ମହାମାରୀ କାରଣକୁ ମଧ୍ୟ ପେଟ୍ରୋଲ ଦର ବୃଦ୍ଧିରେ ପରିବର୍ତ୍ତନ ହୋଇଛି । ବିଜେଡି ଓ କଂଗ୍ରେସ ମହାମାରୀ ସମୟରେ ରାଜନୀତି କରୁଛନ୍ତି । ରାଜ୍ୟ ସରକାର ସ୍ବାସ୍ଥ୍ୟ ବ୍ୟବସ୍ଥାର ଭିତ୍ତିଭୂମି ଦେଖୁନାହାଁନ୍ତି । ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସଜାଡିବାରେ ନିଜ କାର୍ଯ୍ୟ ନକିର ସମାଲୋଚନା ରାଜନୀତିରେ ମାତିଛି ବିଜେଡି । ନିଜ ଦୋଷ ତ୍ରୁଟିକୁ ଲୁଚାଇବାକୁ ଯାଇ ବିଜେଡି ରାଜନୀତି କରୁଛି ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦନ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.