ETV Bharat / city

ମାଟ୍ରିକ ପରୀକ୍ଷାରେ ପିଲା ଅନୁପସ୍ଥିତ ପ୍ରସଙ୍ଗ, ସ୍ପଷ୍ଟୀକରଣ ରଖିଲେ ବିଭାଗୀୟ ସଚିବ

author img

By

Published : May 6, 2022, 3:36 PM IST

Updated : May 6, 2022, 5:02 PM IST

ମାଟ୍ରିକ ପରୀକ୍ଷାରେ ହଜାର ହଜାର ପିଲା ଅନୁପସ୍ଥିତ ରହିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ବିଭାଗୀୟ ସଚିବ(Secretary) ବିଷ୍ଣୁପଦ ସେଠୀ । ଅଧିକ ପଢନ୍ତୁ

ମାଟ୍ରିକ ପରୀକ୍ଷାରେ ପିଲା ଅନୁପସ୍ଥିତ ପ୍ରସଙ୍ଗ, ସ୍ପଷ୍ଟୀକରଣ ରଖିଲେ ବିଭାଗୀୟ ସଚିବ
ମାଟ୍ରିକ ପରୀକ୍ଷାରେ ପିଲା ଅନୁପସ୍ଥିତ ପ୍ରସଙ୍ଗ, ସ୍ପଷ୍ଟୀକରଣ ରଖିଲେ ବିଭାଗୀୟ ସଚିବ

ଭୁବନେଶ୍ବର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଚକିତ କଲା ଭଳି କେଳେଙ୍କାରୀ ସାମ୍ନାକୁ ଆସିଛି । ପରୀକ୍ଷାରେ ହଜାର ହଜାର ପିଲା ଅନୁପସ୍ଥିତ ରହିଛନ୍ତି । ଏହି ଘଟଣାକୁ ନେଇ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ସଚିବ । ଉତ୍କଳ ବିଶ୍ବବିଦ୍ୟାଳୟ ହାଇସ୍କୁଲର ବହୁମୁଖୀ ହଲର ଭୂମି ପୂଜନ ଉତ୍ସବରେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ(School and Mass Education) ବିଷ୍ଣୁପଦ ସେଠୀ କହିଛନ୍ତି, ''ଏ ବର୍ଷ ବିନା ଫିରେ ଫର୍ମ ଫିଲପ୍‌ ହୋଇଥିଲା । ଯେତେବେଳେ ଫର୍ମ ଫିଲପ କରାଯାଇଥିଲା ଏବଂ ବର୍ତ୍ତମାନ ଭିତରେ କିଛି ପିଲା ହୁଏତ ବିଭିନ୍ନ କାରଣରୁ ପରୀକ୍ଷା ଦେଇପାରିନଥିବେ । ପିଲାମାନେ ଜାଲିଆତି କରିଛନ୍ତି ବୋଲି ଭାବିବାର କିଛି କାରଣ ନାହିଁ । କିନ୍ତୁ ଏ ବିଷୟରେ ଆମେ ନିଶ୍ଚିତ ଭାବେ ଆମେ ଖବର ନେବୁ ।''

ମାଟ୍ରିକ ପରୀକ୍ଷାରେ ପିଲା ଅନୁପସ୍ଥିତ ପ୍ରସଙ୍ଗ, ସ୍ପଷ୍ଟୀକରଣ ରଖିଲେ ବିଭାଗୀୟ ସଚିବ

ଏହାମଧ୍ୟ ପଢନ୍ତୁ:ଶିକ୍ଷା ବିଭାଗରେ ବଡ଼ କେଳେଙ୍କାରୀ, ପରୀକ୍ଷା ଦେଉନାହାନ୍ତି 46 ହଜାର ପରୀକ୍ଷାର୍ଥୀ

ଉଲ୍ଲେଖଯୋଗ୍ୟ, ମାଟ୍ରିକ ପରୀକ୍ଷାରେ ୪୬ ହଜାରରୁ ଊର୍ଦ୍ଧ୍ବ ପିଲା ଅନୁପସ୍ଥିତ ରହିବା ଘଟଣା ଜଣାପଡିବା ପରେ, କୁଆଡେ ଗଲେ ଏହି ପରୀକ୍ଷାର୍ଥୀ ? ମାଟ୍ରିକ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରି ଛାତ୍ରଛାତ୍ରୀ କାହିଁକି ଦେଲେନାହିଁ ପରୀକ୍ଷା ? କେତେ ଛାତ୍ରଛାତ୍ରୀ ବର୍ତ୍ତମାନ ସୁଦ୍ଧା ପରୀକ୍ଷା ଦେଇନାହାନ୍ତି ତା'ର ପ୍ରକୃତ ସଂଖ୍ୟା କାହିଁକି ଲୁଚାଉଛି ବୋର୍ଡ଼ ? ସାଧାରଣରେ ଏପରି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 6, 2022, 5:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.