ETV Bharat / city

ଶୀତ ଆରମ୍ଭରୁ ଲଘୁଚାପ ବର୍ଷାରେ ଭିଜିଲା ରାଜଧାନୀ

author img

By

Published : Nov 12, 2021, 12:59 PM IST

ରାଜଧାନୀରେ ସକାଳୁ ସକାଳୁ ବର୍ଷା
ରାଜଧାନୀରେ ସକାଳୁ ସକାଳୁ ବର୍ଷା

ଅଦିନିଆ ବର୍ଷାରେ ବେହାଲ ସ୍ମାର୍ଟସିଟି ଭୁବନେଶ୍ବର । ସାଧାରଣ ଜୀବନଯାତ୍ରା ସାମୟିକ ବ୍ୟାହତ । ଅଧିକ ପଢନ୍ତୁ...

ଭୁବନେଶ୍ବର: ସକାଳୁ ସକାଳୁ ରାଜଧାନୀରେ ଲଘୁଚାପ ବର୍ଷା । ଅଦିନିଆ ବର୍ଷାରେ ବେହାଲ ସ୍ମାର୍ଟସିଟି ଭୁବନେଶ୍ବର । ଆଜି ସକାଳ ପର ଠାରୁ ଭୁବନେଶ୍ବରରେ ବର୍ଷା ଆରମ୍ଭ ହୋଇଯାଇଛି । ଶୀତୁଆ ସକାଳରେ ବର୍ଷାର ପ୍ରଭାବ ପାଗକୁ ଆହୁରି କୋହଲା କରିଛି । ଏହାଯୋଗୁଁ ସାଧାରଣ ଜୀବନଯାତ୍ରା ସାମୟିକ ବ୍ୟାହତ ହୋଇଛି ।

ରାଜଧାନୀରେ ସକାଳୁ ସକାଳୁ ବର୍ଷା

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅବପାତ ପ୍ରଭାବରେ ରାଜ୍ୟରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ଥିବା ନେଇ ଆକଳନ କରାଯାଇଥିଲା । ଯାହାର ପ୍ରଭାବ ଆଜି ରାଜଧାନୀରେ ଦେଖାଯାଇଛି । ଗୋଟିଏପଟେ ରାତ୍ରି ତାପମାତ୍ରା କମୁଥିବାବେଳେ ଅଦିନିଆ ବର୍ଷା ସାଧାରଣ ଲୋକଙ୍କ ପାଇଁ ନିଶ୍ଚିତ ଅସ୍ବାଭାବିକ ସ୍ଥିତ ସୃଷ୍ଟି କରିବ ବୋଲି କୁହାଯାଉଛି । ସେହିପରି ବର୍ତ୍ତମାନ ଧାନ ଅମଳର ସମୟ ହୋଇଥିବାରୁ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ ଏହି ବର୍ଷା ।

ଉଲ୍ଲେଖଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟ ଅବପାତ ସକ୍ରିୟ ହୋଇଛି । ଏହା ପ୍ରଭାବରେ ଆଜିଠୁ ୧୫ ତାରିଖ ଯାଏଁ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.