ETV Bharat / city

ସଫ୍ଟୱେର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ଘଟଣା, NHRCରେ ମାମଲା

author img

By

Published : Aug 24, 2022, 1:35 PM IST

ସଫ୍ଟୱେର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ଘଟଣା, NHRCରେ ମାମଲା
ସଫ୍ଟୱେର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ଘଟଣା, NHRCରେ ମାମଲା

ଲେଡ଼ି ସଫ୍ଟୱେର ଇଞ୍ଜିନିୟର (Software Engineer ) ଶ୍ବେତାଙ୍କ ଆତ୍ମହତ୍ୟା ଘଟଣା । ଶ୍ବେତାଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ସାମାଜିକ କର୍ମୀ ସୁବ୍ରତ ଦାସ । ଅଧିକ ପଢନ୍ତୁ

ଭୁବନେଶ୍ବର: ଲେଡ଼ି ସଫ୍ଟୱେର ଇଞ୍ଜିନିୟର (Software Engineer ) ଶ୍ବେତା ଆତ୍ମହତ୍ୟା ଘଟଣା । ଝିଅର ମୃତ୍ୟୁ ଘଟଣାକୁ ନେଇ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଶ୍ବେତାଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ସାମାଜିକ କର୍ମୀ ସୁବ୍ରତ ଦାସ । ମୃତ ଶ୍ବେତା ଉତ୍କଳ କୁମାରଙ୍କ ପରିବାରକୁ ତିରିଶି ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ସହ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଟିମ ତଦନ୍ତ କରିବା ପାଇଁ ଏନଏଚଆରସିଙ୍କୁ ସେ ଅନୁରୋଧ କରିଛନ୍ତି ।

ସଫ୍ଟୱେର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ଘଟଣା, NHRCରେ ମାମଲା

ସୂଚନା ଅନୁଯାୟୀ, ଚଳିତ ମାସ ଅଗଷ୍ଟ ୨୨ରେ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ଘଟଣାକୁ ନେଇ ଶ୍ବେତା ଉତ୍କଳ କୁମାରୀଙ୍କ ପରିବାର ଲୋକ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି । ୨୦୧୮ ମସିହାରୁ ଶ୍ବେତା ଭୁବନେଶ୍ବରର ଏକ ଆଇଟି କମ୍ପାନୀରେ ଚାକିରି କରୁଥିଲେ । ତାଙ୍କ ସହିତ ସମ୍ବଲପୁରର ସୌମ୍ୟଜିତ ମହାପାତ୍ର ନାମକ ଯୁବକ ମଧ୍ୟ ସେଠାରେ ଚାକିରି ମଧ୍ୟ କରୁଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଏହାବି ପଢନ୍ତୁ: ବଢିଲା ବଏଫ୍ରେଣ୍ଡଙ୍କ ପାଇଁ ଅଡୁଆ, ସୌମ୍ୟଜିତଙ୍କ ନାଁରେ ଲାଗିଲା ୩୦୬ ଦଫା

ଶ୍ବେତାଙ୍କ ପରିବାର ଏ କଥା ଜାଣିବା ପରେ ସୌମ୍ୟଜିତ ମହାପାତ୍ରଙ୍କ ପରିବାରକୁ ଦୁହିଁଙ୍କ ବିବାହ ପ୍ରସ୍ତାବ ଦେଇଥିଲେ । ହେଲେ ସୌମ୍ୟଜିତ ମହାପାତ୍ରଙ୍କ ପରିବାର ବାହାଘର ପାଇଁ ତିରିଶି ଲକ୍ଷ ଟଙ୍କା ଦାବି କରିଥିଲେ । ଶ୍ବେତା ଏ କଥା ଜାଣିବା ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ସୌମ୍ୟଜିତ ମହାପାତ୍ର ଚାକିରି ଛାଡି ସମ୍ବଲପୁର ପଳେଇବା ପରେ ଶ୍ବେତଙ୍କୁ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡ଼ିଓ ଦେଖାଇ ଭାଇରାଲ କରିବାକୁ ଧମକ ଦେଇ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଛି । କିଛି ଉପାୟ ନ ପାଇ ଶ୍ବେତା ବାଧ୍ୟ୍ୟହୋଇ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ପରିବାର ଲୋକେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.