ETV Bharat / city

ମଧୁବାବୁ ପେନସନ ଯୋଜନାରେ ଅଗଷ୍ଟ ମାସର ଭତ୍ତା ପ୍ରଦାନ ଆରମ୍ଭ

author img

By

Published : Aug 5, 2020, 3:12 PM IST

ମଧୁବାବୁ ପେନସନ ଯୋଜନାରେ ହିତାଧୀକାରୀଙ୍କୁ ଅଗଷ୍ଟ ଭତ୍ତା ମିଳିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିସହ ଚଳିତ ମାସ ସେମାନଙ୍କୁ 1000 ଟଙ୍କା ଅନୁକମ୍ପା ବି ମିଳୁଛି । ଅଧିକ ପଢନ୍ତୁ..

ମଧୁବାବୁ ପେନସନ ଯୋଜନାରେ ଅଗଷ୍ଟ ମାସ ଭତ୍ତା ପ୍ରଦାନ ଆରମ୍ଭ
ମଧୁବାବୁ ପେନସନ ଯୋଜନାରେ ଅଗଷ୍ଟ ମାସ ଭତ୍ତା ପ୍ରଦାନ ଆରମ୍ଭ

ଭୁବନେଶ୍ବର : ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ 48 ଲକ୍ଷ ହିତାଧିକାରୀ ଅଛନ୍ତି। ସେମାନଙ୍କୁ ଅଗଷ୍ଟ ମାସର ଭତ୍ତା ମିଳିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ଚଳିତ ମାସ ସେମାନଙ୍କୁ 1000 ଟଙ୍କା ଅନୁକମ୍ପା ବି ମିଳୁଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

ମଧୁବାବୁ ପେନସନ ଯୋଜନାରେ ଅଗଷ୍ଟ ମାସ ଭତ୍ତା ପ୍ରଦାନ ଆରମ୍ଭ

48 ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ 20 ଲକ୍ଷ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ 95 ପ୍ରତିଶତ ଆଧାର ଲିଙ୍କ କରିଛନ୍ତି। ରାଜ୍ୟ ଯୋଜନାର 78 ପ୍ରତିଶତଙ୍କ ଆଧାର ଲିଙ୍କ ହୋଇଛି।

ତେବେ କେହି ଯୋଗ୍ୟ ହିତାଧିକାରୀ ଯେପରି ଭତ୍ତା ପାଇବାରୁ ବଞ୍ଚିତ ନ ହୁଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଣୁ ସମସ୍ତେ ଭତ୍ତା ପାଇବେ। ହେଲେ ‘‘ଅନୁରୋଧ କରୁଛୁ ସମସ୍ତେ ଆଧାର ଲିଙ୍କ କରନ୍ତୁ। ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସାମାଜିକ ଦୂରତା ନିୟମ ପାଳନ କରି ସମସ୍ତଙ୍କୁ ଭତ୍ତା ପ୍ରଦାନ କରିବେ।’’ ଏ ନେଇ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.