ETV Bharat / city

ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା

author img

By

Published : Oct 30, 2020, 7:41 PM IST

ଉପନିର୍ବାଚନ ପାଇଁ ଛୁଟି ଘୋଷଣା ହୋଇଛି । ଭୋଟ ଦେବାକୁ ନିର୍ବାଚନ ମଣ୍ଡଳୀ ବାହାର ଚାକିରୀ କରୁଥିବା ଲୋକ ବି ଛୁଟି ନେଇପାରିବେ । ଏ ନେଇ ଅନୁମତି ମିଳିଛି । ଅଧିକ ପଢନ୍ତୁ..

ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା
ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା

ଭୁବନେଶ୍ବର: ଆସନ୍ତା ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟରଙ୍କ ପାଇଁ ସବୈତନିକ ଛୁଟି ଘୋଷଣା କରାଯାଇଛି। ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ।

ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା
ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା

ଏହି ଦିନ ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ନେଇ ଛୁଟିରେ ରହିପାରିବେ କର୍ମଚାରୀ । ଏ ନେଇ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସେହିପରି ଯେଉଁ କର୍ମଚାରୀ ମତଦାନ ପ୍ରକ୍ରିୟାରେ ନିୟୋଜିତ ରହିଛନ୍ତି ସେମାନେ ମଧ୍ୟ ଗୋଟିଏ ଦିଅଁ ଆକସ୍ମିକ ଛୁଟି ନେଇପାରିବେ।

ଆସନ୍ତା ମାସ 3 ରେ ହେବାକୁ ଥିବା ସଂପୃକ୍ତ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ମହାବିଦ୍ୟାଳୟ , ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଇତ୍ୟାଦି ସଂସ୍ଥା ବନ୍ଦ ରହିବ । ଏଥିସବ ସଂପୃକ୍ତ ଅନୁଷ୍ଠାନ ବା କାର୍ଯ୍ୟାଳୟ କର୍ମଚାରୀଙ୍କ ପାଇଁ ନଭେମ୍ବର 3 କୁ ସବୈତିନିକ ଛୁଟି ଭାବେ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ।

ଏତଦବାଦ ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ କାର୍ଯ୍ୟରେ ଯେଉଁ କର୍ମଚାରୀ 3 ଦିନରୁ ଅଧିକ ଦିନ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବେ, ସେମାନଙ୍କୁ ଗୋଟିଏ ଦିନ ଆକସ୍କିମ ଛୁଟି ସେହି ବର୍ଷରେ ନେବାକୁ ଅନୁମତି ଦିଆଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.