ETV Bharat / city

ରାଜଧାନୀରେ ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ, 2 ଗିରଫ

author img

By

Published : Aug 25, 2021, 10:23 PM IST

Updated : Aug 25, 2021, 10:32 PM IST

ରାଜଧାନୀରେ ଏଟିଏମ ଲୂଟ୍ ଉଦ୍ୟମ ପଣ୍ଡ, 2 ଗିରଫ
ରାଜଧାନୀରେ ଏଟିଏମ ଲୂଟ୍ ଉଦ୍ୟମ ପଣ୍ଡ, 2 ଗିରଫ

ATM ଭାଙ୍ଗି ଲୁଟ୍ ଉଦ୍ୟମ କରୁଥିବାବେଳେ 2 ବନ୍ଧାହେଲେ ଲୁଟେରା । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜଧାନୀରେ ATM ଭାଙ୍ଗି ଲୁଟ୍ ଉଦ୍ୟମ କରୁଥିଲେ 2 ଲୁଟେରା । ଆଉ ଏଟିଏମ ଭାଙ୍ଗି ଲୁଟ କରୁଥିବାବେଳେ ଲୁଟେରାକୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ଏହି ଘଟଣାରେ ୨ ଏଟିଏମ ଲୁଟେରାଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ । ଏଭଳି ଲୁଟ୍ ଘଟଣା ଦେଖିବାକୁ ମିଳିଛି ରାଜଧାନୀସ୍ଥିତ ପୁରୁଣା ଭୁବନେଶ୍ବର ଅଧିନ ବଢ଼େଇବାଙ୍କ ଛକ ନିକଟରେ ଥିବା ଏସବିଆଇ(SBI ATM) ଏଟିଏମ ପରିସରରେ ।

ରାଜଧାନୀରେ ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ, 2 ଗିରଫ
ସୂଚନାନୁଯାୟୀ ୨ ଏଟିଏମ ଲୁଟେରା ଏସବିଆଇ ଏଟିଏମ ଭାଙ୍ଗି ଲୁଟ କରୁଥିବାବେଳେ ସ୍ଥାନୀୟ ଲୋକେ ଲୁଟେରାକୁ କାବୁ କରିବା ସହ ଲିଙ୍ଗରାଜ ଥାନା ପୁଲିସକୁ ସୂଚନା ଦେଇଥିଲେ । ତେବେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୨ଲୁଟେରାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :Aug 25, 2021, 10:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.