ETV Bharat / city

ରାଜଧାନୀକୁ ଫେରିଲେ କି ପାତିଆ ଲୁଟ୍ ଗ୍ୟାଙ୍ଗ ? ATM ନତାଡି ନେଇଗଲେ ୭ ଲକ୍ଷରୁ ଊର୍ଦ୍ଧ୍ବ

author img

By

Published : May 19, 2022, 8:46 AM IST

Updated : May 19, 2022, 9:23 AM IST

ରାଜଧାନୀକୁ ଫେରିଲେକି ପାତିଆ ଲୁଟ୍ ଗ୍ୟାଙ୍ଗ ? ଏଟିଏମ ନତାଡି ନେଇଗଲେ ୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା
ରାଜଧାନୀକୁ ଫେରିଲେକି ପାତିଆ ଲୁଟ୍ ଗ୍ୟାଙ୍ଗ ? ଏଟିଏମ ନତାଡି ନେଇଗଲେ ୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ରାଜଧାନୀରେ ପୁଣି ମାତିଲେ ATM ଲୁଟେରା । ଏଟିଏମ ନତାଡି ନେଇଗଲେ ୭ଲକ୍ଷ ୫୦ହଜାର ଟଙ୍କା । ଏଟିଏମ ମେସିନ ନ ଭାଙ୍ଗି କିପରି ଚୋରି ହେଲା ଟଙ୍କା, ପୁଣି ଷ୍ଟିଲ ପାତିଆ ବ୍ୟବହାର କରି ହୋଇନି ତ ଲୁଟ ? ସେନେଇ ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ATM ଲୁଟେରା । ଖଣ୍ଡଗିରି ଏଟିଏମରୁ ଟଙ୍କା ଲୁଟଲେ ଦୁର୍ବୃତ୍ତ । ଏଟିଏମ ନତାଡି ନେଇଗଲେ ୭ଲକ୍ଷ ୫୦ହଜାର ଟଙ୍କା । ଏନେଇ ଥାନାରେ ଅଭିଯୋଗ କଲେ ଖଣ୍ଡଗିରି ୟୁନିୟନ ବ୍ୟାଙ୍କ କର୍ତ୍ତୃପକ୍ଷ । ଏଟିଏମ ମେସିନ ନ ଭାଙ୍ଗି କିପରି ଚୋରି ହେଲା ଟଙ୍କା, ପୁଣି ଷ୍ଟିଲ ପାତିଆ ବ୍ୟବହାର କରି ହୋଇନି ତ ଲୁଟ ? ସେନେଇ ତଦନ୍ତ କରୁଛି ପୋଲିସ ।

ରାଜଧାନୀକୁ ଫେରିଲେ କି ପାତିଆ ଲୁଟ୍ ଗ୍ୟାଙ୍ଗ ? ATM ନତାଡି ନେଇଗଲେ ୭ ଲକ୍ଷରୁ ଊର୍ଦ୍ଧ୍ବ

ତେବେ ସମାନ ଢଙ୍ଗରେ ଗତ ବର୍ଷ ଅଗଷ୍ଟ ୩୦ ତାରିଖରେ ଏକ ଷ୍ଟିଲ ପାତିଆ ବ୍ୟବହାର କରି ATM ଲୁଟ କରୁଥିବା ଏକ ଗ୍ୟାଙ୍ଗକୁ ଧରିଥିଲା ପୋଲିସ । ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଲୁଟ ପାଟ କରୁଥିବା ଖବର‌ ପାଇ ଉତ୍ତରପ୍ରଦେଶର ଫରିଦାବାଦର 3ଜଣ ଲୁଟେରା ଗ୍ୟାଙ୍ଗକୁ ଧରିଥିଲା କମିଶନରେଟ ପୋଲିସ । ସେହିପରି ୨୦୨୧ ଜୁନ ୧୩ତାରିଖରେ‌ ବାପୁଜୀ ନଗର‌ ଏସବିଆଇ ବ୍ରା଼ଞ୍ଚରୁ ୧ଲକ୍ଷ ୭୦ ହଜାର‌ ଗାଏବ ହୋଇଥିଲା, ଯାହାକୁ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ଏସବିଆଇ କର୍ତ୍ତୃପକ୍ଷ ।

ତେବେ ତଦନ୍ତ ପରେ ପାତିଆ ବ୍ୟବହାର କରି ଏଟିଏମରୁ ଟଙ୍କା ଗାଏବ କରୁଥିବା ଅଭିଯୁକ୍ତ ଓଲ୍ଡ ଟାଉନରୁ ଲୁଟ ଉଦ୍ୟମ ବେଳେ ଧରିଥିଲା ପୋଲିସ । ଏହି ଘଟଣାରେ ମଧ୍ୟ ସମାନ ପାତିଆ ବ୍ୟବହାର କରି ଏପରି ଲୁଟ କରିନାହାନ୍ତିତ ଏହି ଗ୍ୟାଙ୍ଗ । ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସିସିଟିଭି ଆଧାରରେ ତଦନ୍ତ ଚାଲିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :May 19, 2022, 9:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.