ETV Bharat / city

ଚୋର ସାଜିଲା ସୁରକ୍ଷାକର୍ମୀ, ଲୁଟିନେଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା

author img

By

Published : Jul 18, 2019, 9:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ବଡଧରଣର ଏଟିଏମ ଲୁଟ ଅଭିଯୋଗ ହୋଇଛି । ଏ ଘଟଣାରେ ତଦନ୍ତ ଜାରି ରହିଛି ।

ଭୁବନେଶ୍ବର: ଟଙ୍କା ଭରୁଥିଲା ଯିଏ ଲୁଟୁଥିଲା ସିଏ । ଏଭଳି ଏକ ବଡ ଧରଣର ଏଟିଏମରେ ଲୁଟ ଘଟଣା ସାମ୍ନାକୁ ଆସିଛି ସ୍ମାର୍ଟସିଟିରେ । ତେବେ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକା ସାଙ୍ଗରେ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହଡପ କରାଯାଇଛି । ସେଥିମଧ୍ୟରୁ ଏଟିଏମରେ ଟଙ୍କା ଭର୍ତ୍ତି କରିବା ଦାୟିତ୍ୱରେ ଥିବା ଜଣେ ଯୁବକ । ସିକ୍ୟୁରିଟି ଗାର୍ଡ ଭାବରେ କାମ କରନ୍ତି ସେ ଏକ କୋଟି 4ଲକ୍ଷ ଟଙ୍କା ହଡପ କରିଛନ୍ତି । ଯୁବକ ଜଣଙ୍କ ହେଲେ ପୁରୀ ଜିଲ୍ଲା ନିମାପଡାର ମୀନକେତନ ବେହେରା ।

ମୀନକେତନ ଗତ ତିନି ବର୍ଷ ଭିତରେ ଏଟିଏମରୁ ଏକ କୋଟି 4ଲକ୍ଷ ଟଙ୍କା ହଡପ କରିଛନ୍ତି । ଆଉ ଧରା ପଡିଯିବା ଭୟରେ ନିଜକୁ ଗୁଳି କରିଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଏବେ ତାଙ୍କର ଚିକିତ୍ସା ଜାରି ରହିଛି । ତାଙ୍କ ଠାରୁ 4ଟି କାର ଜବତ କରିଛି କମିଶନରେଟ ପୋଲିସ । ଏହା ବ୍ୟତୀତ ସଂସ୍ଥାର ଅନ୍ୟ କର୍ମଚାରୀଙ୍କ ହାତ ରହିଥିବା ସନ୍ଦେହ କରୁଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀରେ ଧଉଳି ଥାନା ଲିଙ୍ଗିପୁରରେ ରହିଛି ସିକୋୟର ଭାଲ୍ୟୁ ଅଫ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର ଅଫିସ । ଏହି ସଂସ୍ଥାର କାମ ହେଲା ବିଭିନ୍ନ ସ୍ଥାନରେ ରହିଥିବା ଏଟିଏମରେ ଟଙ୍କା ଭରିବା । ଆଉ ଏଥିପାଇଁ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ଆବଶ୍ୟକ ହୋଇଥାଏ । ତେବେ ଜଟଣୀ ଓ ଖୋର୍ଦ୍ଧାର 5ଟି ଏଟିଏମରେ ଟଙ୍କା ଭରୁଥିଲା ମୀନକେତନ ଓ ଗଗନ । 3 ବର୍ଷ ଧରି ଏଟିଏମରୁ ଟଙ୍କା ହଡପ କରୁଥିଲେ । ବିଭିନ୍ନ ଏଟିଏମରେ ଏମାନେ ଟଙ୍କା ରଖି ସରିଲା ପରେ ଏଟିଏମ ର ପାସ ୱାର୍ଡକୁ ଚୋରି କରି ଲୁଟ କରୁଥିଲେ ।

ଏମାନଙ୍କ ଟଙ୍କା ହଡପ ଘଟଣାରେ ଉକ୍ତ ସଂସ୍ଥାର ବରିଷ୍ଠ କର୍ମଚାରୀଙ୍କ ହାତ ରହିଥିବା ସୂଚନା ରହିଛି । ସଂସ୍ଥାର ଅଧିକାରୀଙ୍କ ସହଯୋଗ ଦ୍ୱାରା ମୀନକେତନ ପୂର୍ଣ ମାତ୍ରାରେ ସହଯୋଗ ପାଇବା ସହ ଟଙ୍କାକୁ ଭାଗ କରି ନେଉଥିବା ସୂଚନାମିଳିଛି । ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି ସେନେଇ ମଧ୍ୟ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

Intro:ଏଟିଏମରୁ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁ ପୋଲିସର ପଚରାଉଚରା।

ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକା ସାଙ୍ଗରେ ଏକ କୋଟି 72 ଲକ୍ଷ ଟଙ୍କା ହଡପ କରିଛନ୍ତି ଜଣେ ଯୁବକ। ବିଭିନ୍ନ ସଂସ୍ଥା ମନ ଏଟିଏମ ରେ ଟଙ୍କା ଭର୍ତ୍ତୀକରିବା ପାଇଁ ଦାଇତ୍ୱ ନେଇଛନ୍ତି । ସେହି ଟଙ୍କା ଗାଡ଼ିରେ ଯୁବକ ଜଣଙ୍କ ହେଉଛନ୍ତି ସିକ୍ୟୁରିଟି ଗାର୍ଡ ଭାବରେ କାମ କରନ୍ତି। ହେଲେ ସବୁ ଦିନ ଏତେ ଟଙ୍କା ଦେଖି ଲୋଭ ହୋଇଥିଲା ଯାହା ଫଳରେ ଟଙ୍କା ଏଟିଏମ ରେ ଭର୍ତ୍ତି ହେବା ପରେ ପୁଣି ଟଙ୍କା କାଢୁଥିଲା ଯୁବକ ଜଣଙ୍କ।ତେବେ ତିନି ବର୍ଷ ଭିତରେ ଏକ କୋଟି 72ଲକ୍ଷ ଟଙ୍କା ହଡପ କରିଛି ଯୁବକ। ଯୁବକ ଜଣଙ୍କ ସହ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ କରିଛି କମିଶନରେଟ ପୋଲିସ। ଯୁବକଙ୍କ ପାଖ ରୁ 4 ଟି ଦାମୀ କାର କୁ ଜବତ କରିଛି କମିଶନରେଟ ପୋଲିସ।




Body:ଏଟିଏମ୍ ରୁ ଏକ କୋଟି 4ଲକ୍ଷ ଟଙ୍କା ହଡପ କରି ଧରାପଡିଯିବା ଭୟରେ ନିଜକୁ ଗୁଳି କରିଥିଲେ ଜଣେ ସୁରକ୍ଷା କର୍ମୀ। ଯାହାଙ୍କ ନାମ ହେଲା ପୁରୀ ଜିଲ୍ଲାର ନିମାପଡାର ମୀନକେତନ ବେହେରା। ଭୁବନେଶ୍ୱର ରେ ରହି ବିଭିନ୍ନ ଏଟିଏମ ରେ ଟଙ୍କା ଭରିବା ପାଇଁ ଏକ ସଂସ୍ଥା ରେ ସୁରକ୍ଷା କର୍ମୀ ଭାବରେ କାମ କରୁଥିଲେ। ଗତ 1 ବର୍ଷ ଭିତରେ ଏକ କୋଟି ରୁ ଅଧିକ ଟଙ୍କା ହଡପ କରିଛନ୍ତି ମୀନକେତନ। ଏହା ଛଡ଼ା ସଂସ୍ଥାର ଅନ୍ୟ କର୍ମଚାରୀମାନଙ୍କ ହାତ ରହିଥିବା ସନ୍ଧେହ କରୁଛି ପୋଲିସ। ତେବେ ମିନକେତନ ଙ୍କ ଠାରୁ 4 ଟି କାର କୁ ଜବତ କରିଛି କମିଶନରେଟ ପୋଲିସ।

ସୂଚନା ମୁତାବକ, ଧଉଳି ଥାନା ଲିଙ୍ଗିପୁର ରେ ରହିଛି ସିକୋୟର ଭାଲ୍ୟୁ ଅଫ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ର ଅଫିସ। ଏହି ସଂସ୍ଥା ର କାମ ହେଲା ବିଭିନ୍ନ ସ୍ଥାନରେ ରହିଥିବା ଏଟିଏମ ରେ ଟଙ୍କା ଭରିବା। ଏଟିଏମ ରେ ଟଙ୍କା ଭରିବା ପାଇଁ ହେଲେ ଦୁଇ ଜଣ ସୁରକ୍ଷାକର୍ମୀ ଆବଶ୍ୟକ ହୁଏ। ତେବେ ଜଟଣୀ ଓ ଖୋର୍ଧା ରେ 5 ଟି ଏଟିଏମ ରେ ଟଙ୍କା ଭରୁଥିଲା ମୀନକେତନ ଓ ଗଗନ। ତିନି ବର୍ଷ ଧରି ଏଟିଏମ ରୁ ଟଙ୍କା ହଡପ କରୁଥିଲେ। ତିନି ବର୍ଷ ଭୁତରେ ଏଟିଏମ ରୁ 1କୋଟି 4 ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏମାନଙ୍କ ଟଙ୍କା ହଡପ ଘଟଣା ରେ ଉକ୍ତ ସଂସ୍ଥାର ବରିଷ୍ଠ କର୍ମଚାରୀ ଙ୍କ ହାତ ରହିଥିବା ସୂଚନା ରହିଛି। ସଂସ୍ଥାର ଅଧିକାରୀ ଙ୍କ ସହଯୋଗ ଦ୍ୱାରା ମୀନକେତନ ପୂର୍ଣ ମାତ୍ରାରେ ସହଯୋଗ ପାଇବା ସହ ଟଙ୍କା କୁ ଭାଗ କରି ନେଉଥିଲେ। ବିଭିନ୍ନ ଏଟିଏମ ରୁ ଏମାନେ ଟଙ୍କା ରଖି ସରିଲା ପରେ ଏଟିଏମ ର ପାସ ୱାର୍ଡ କୁ ଚୋରି କରି ଲୁଟ କରୁଥିଲେ। ତେବେ ତଦନ୍ତ ଜାରି ରହିଛି। ଏହି ଘଟଣା ଇ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି ସେନେଇ ମଧ୍ୟ ନଜର ରଖିଛି କମିଶନାରେଟ ପୋଲିସ ।



Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.