ETV Bharat / city

ଗ୍ୟାସ କଟରରେ ATM ଲୁଟ୍ ଉଦ୍ୟମ, ରାତିଅଧରେ ଡିଏଭି ଛକରୁ କାବୁ ହେଲେ ୨

author img

By

Published : Jan 18, 2022, 9:03 AM IST

Updated : Jan 18, 2022, 9:29 AM IST

ଗ୍ୟାସ କଟରରେ ATM ଲୁଟ୍ ଉଦ୍ୟମ, ଧରାପଡିଲେ ୨ ଲୁଟେରା
ଗ୍ୟାସ କଟରରେ ATM ଲୁଟ୍ ଉଦ୍ୟମ, ଧରାପଡିଲେ ୨ ଲୁଟେରା

ରାଜଧାନୀରେ ଗ୍ୟାସ କଟରରେ ATMରୁ ଲୁଟ୍ ଉଦ୍ୟମ । ରାତିଅଧରେ ଡିଏଭି ଛକରୁ କାବୁ ହେଲେ ୨ ଲୁଟେରା । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀରେ ATM ଲୁଟେରାଙ୍କ ଲାଇଭ ଲୁଟ ଅପରେସନ। ଗ୍ୟାସ କଟର ଧରି ATM ତାଡିବାକୁ ଉଦ୍ୟମ । ନୟାପଲ୍ଲୀ ଥାନା ଡିଏଭି ଛକରେ ପିଏନବି ଏଟିଏମରୁ ଏପରି ଲୁଟ ଉଦ୍ୟମ ବେଳେ ଧରାପଡିଗଲେ ୨ ଲୁଟେରା। ଲୁଟ ଉଦ୍ୟମ ହେଉଥିବା ବ୍ୟାଙ୍କ ମ୍ୟାନେଜରଙ୍କ ନିକଟକୁ ଖବର ଆସିବା ପରେ ଉପସ୍ଥିତି ବୁଦ୍ଧି ଯୋଗୁଁ ସ୍ଥାନୀୟ ଯୁବକଙ୍କ ସହାୟତରେ ରଙ୍ଗେହାତ ଧରାପଡିଥିଲେ ୨ ଲୁଟେରା ।

ଗ୍ୟାସ କଟରରେ ATM ଲୁଟ୍ ଉଦ୍ୟମ, ରାତିଅଧରେ ଡିଏଭି ଛକରୁ କାବୁ ହେଲେ ୨

ସୂଚନାଅନୁଯାୟୀ ଗତକାଲି ରାତିରେ ପିଏନବି ଏଟିଏମରୁ ଏହି ୨ ଲୁଟେରା ଏଟିଏମରେ ନିଆଁ ଲାଗିଥିବା କହି ଲିଭାଇବା ବାହାନାରେ ଆସିଥିଲେ । ଏହାପରେ ଏଟିଏମ ସଟର ପଡିଥିବା ଦେଖି ସ୍ଥାନୀୟ ଯୁବକ ସନ୍ଦେହ କରିଥିଲେ । ହେଲେ ଏହି ଲାଇଭ ଲୁଟ ଅପରେସନ‌ର ଦୃଶ୍ୟ କଏଦ ହୋଇଥିଲା କ୍ୟାମେରାରେ । ଆଉ ଏସବୁ ଦେଖୁଥିଲେ ବମ୍ବେ ଅଫିସର ଥିବା କର୍ମଚାରୀ । ଏନେଇ ସେ ଭୁବନେଶ୍ବରରେ ଥିବା ମ୍ୟାନେଜରଙ୍କୁ ଯୋଗାଯୋଗ କରିବାରୁ ଟଙ୍କା ଲୁଟ ପୁର୍ବରୁ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ।

ଗ୍ୟାସ କଟର ଧରି ଏଟିଏମର ମେସିନକୁ ଅଧା କାଟିଦେଇଥିବାରୁ ଅଗ୍ନିଶମ ଟିମ ପହଞ୍ଚି ନିଆଁକୁ ଆୟତ କରିଛି। ତେବେ ଦୁଇ ଲଟେରା ଏକ ବାଇକ ଯୋଗେ ଆସି ଏପରି ଗ୍ୟାସ କଟର ସହ ଏଟିଏମକୁ ତାଡିବାକୁ ଉଦ୍ୟମ କରୁଥିଲେ ବୋଲି କାବୁ କରିଥିବା ସ୍ଥାନୀୟ ଯୁବକ ଦେଖିଥିଲେ। ଏମାନଙ୍କର ଆଉ ଜଣେ ସହଯୋଗୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସେମାନେ ସନ୍ଦେହ କରୁଛନ୍ତି । ଏନେଇ ନୟାପଲ୍ଲୀ ପୋଲିସ ତଦନ୍ତ ଜାରି ରଖିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Jan 18, 2022, 9:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.