ETV Bharat / city

ଓଡିଶା ଆସିବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

author img

By

Published : Nov 8, 2021, 5:43 PM IST

କାଲି ନବୀନଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ; ଆଜି ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ
କାଲି ନବୀନଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ; ଆଜି ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ

ଦୀର୍ଘ ଦିନ ଧରି ଲାଗି ରହିଛି ଓଡିଶା-ଆନ୍ଧ୍ର ସୀମା ବିବାଦ । ତେବେ ମଙ୍ଗଳବାର ନବୀନଙ୍କୁ ଭେଟିବା ପୂର୍ବରୁ ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଦୀର୍ଘ ଦିନ ଧରି ଲାଗି ରହିଛି ଓଡିଶା-ଆନ୍ଧ୍ର ସୀମା ବିବାଦ । କୋଟିଆକୁ ନେଇ ଲାଗି ରହିଛି ଛକାପଞ୍ଝା । ଦୀର୍ଘ ଦିନ ଧରି ଲାଗି ରହିଛି କୋଟିଆ ବିବାଦ । ଏପରିକି ମାମଲା ଏବେ ସୁପ୍ରିମକୋର୍ଟରେ ମଧ୍ୟ ବିଚାରଧୀନ ରହିଛି । ଖାଲି କୋଟିଆ ନୁହେଁ, ଓଡିଶା ଏବମ ଆନ୍ଧ୍ର ମଧ୍ୟରେ ନଦୀ ବନ୍ଧ ବିବାଦଠୁ ଆରମ୍ଭ କରି ପୋଲାଭରମ ପ୍ରକଳ୍ପ ପର୍ଯ୍ୟନ୍ତ ଅନେକ ବିବାଦ ଲାଗି ରହିଛି ।

ତେବେ ଏହି ସମସ୍ତ ବିବାଦର ଅନ୍ତ ଆସନ୍ତାକାଲି (ମଙ୍ଗଳବାର) ଶେଷ ହୋଇପାରେ । ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ଏ ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବ । ମଙ୍ଗଳବାର ଅପରାହ୍‌ଣ ୪ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ । ୫ଟାରୁ ୭ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ହେବ ସାକ୍ଷାତ । ସାକ୍ଷାତ ପରେ ଅମରାବତୀ ଫେରିଯିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ବ୍ୟାରେଜ ନିର୍ମାଣ, ଜଞ୍ଜାବତୀ ପ୍ରକଳ୍ପ (Janjawati project) ଓ କୋଟିଆ ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ସେପଟେ, କିନ୍ତୁ ନବୀନଙ୍କୁ ଭେଟିବା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଜଗନ ମୋହନ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ ଡାକିଥିଲେ । ନବୀନଙ୍କ ନିକଟରେ ଉପସ୍ଥାପିତ ହେବାକୁ ଥିବା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଏନେଇ ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଛନ୍ତି ଆନ୍ଧ୍ର ସରକାର । ଯେଉଁଥିରେ ମୁଖ୍ୟଶାସନ ସଚିବ ସିଏଚ ସମୀର ଶର୍ମା , ଡିଜିପି ଗୌତମ ଶଭାଙ୍ଗ, ଜଳସେଚନ ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.