ETV Bharat / city

ଏଣିକି ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀ ପିଲା ପଢିବେ ସ୍ପୋକନ ଇଂଲିଶ

author img

By

Published : Jan 29, 2020, 9:46 PM IST

ପିଲାଙ୍କୁ ଗୁଣାତ୍ମକ ଓ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟସରକାର ସରକାରୀ ସ୍କୁଲମାନଙ୍କରେ ସ୍ପୋକନ ଇଂଲିଶ ବିଭାଗ ଖୋଲିବେ । ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପ୍ରଥମ ଶ୍ରେଣୀ ପିଲା ପଢିବେ ସ୍ପୋକନ ଇଙ୍ଗଲିଶ୍
ପ୍ରଥମ ଶ୍ରେଣୀ ପିଲା ପଢିବେ ସ୍ପୋକନ ଇଙ୍ଗଲିଶ୍

ଭୁବନେଶ୍ବର: ପ୍ରଥମ ଶ୍ରେଣୀ ପିଲା ଶିଖିବେ ସ୍ପୋକନ ଇଂଲିଶ । ପିଲାଙ୍କୁ ଗୁଣାତ୍ମକ ଓ ଉଚ୍ଚ ଶିକ୍ଷା ପାଇଁ ଅଭିଭାବକମାନେ ବେସରକାରୀ କିମ୍ବା ଇଂରାଜୀ ସ୍କୁଲରେ ପାଠ ପଢାନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ ରାଜ୍ୟସରକାର ସରକାରୀ ସ୍କୁଲମାନଙ୍କରେ ସ୍ପୋକନ ଇଂଲିଶ ବିଭାଗ ଖୋଲିବେ । ଆଉ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା।


ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିଦ୍ୟାଳୟ ମାନଙ୍କରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ମିଡିଅମ ବିଭାଗ ଖୋଲାଯିବ । ଏହି ବିଦ୍ୟାଳୟ ଗୁଡିକର ସଫ୍ଟ ଇନଫ୍ରାଷ୍ଟ୍ରକଚରର ଆବଶ୍ୟକତା ପୂରଣ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ ।


ରାଜ୍ୟର ସବୁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିଶ ଶିକ୍ଷା ଦିଆଯିବ । ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ସର୍ବତ୍ର ଆବଶ୍ୟକତା ଭିତ୍ତିରେ ଶିକ୍ଷକ ମାନଙ୍କୁ ମୁତୟନ କରାଯିବ । ରାଜ୍ୟରେ ସରକାରୀ ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷାଦାନ ସୁନିଶ୍ଚିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଇ ଆସୁଛନ୍ତି । ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଲକ୍ଷ୍ୟ ନେଇ ରାଜ୍ୟ ସରକାର ବିଦ୍ୟାଳୟ ମାନଙ୍କର ପରାଚାଳନା ବ୍ୟବସ୍ଥା ଉନ୍ନତ କରିବା, ଶିକ୍ଷାଦାନରେ ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ଵ ବିକାଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।


୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବା ଏବଂ ପିଲାମାନଙ୍କୁ ସେହି ସରକାରୀ ସ୍କୁଲରେ ଭର୍ତ୍ତି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରାଥମିକ ବା ଉଚ୍ଚ ପ୍ରାଥମିକ ବା ଉଚ୍ଚ ବିଦ୍ୟାଳୟ ଗୁଡିକୁ ଯଥାକ୍ରମେ ୧ କିଲୋମିଟର ବା ୨ ବା ୩ କିଲୋମିଟର ପରିସର ମଧ୍ୟରେ ଥିବା ସରକାରୀ ବିଦ୍ୟାଳୟରେ ମିଶାଇ ଦିଆଯିବ । ଏହାଦ୍ଵାରା ଶିକ୍ଷକ ଅଭାବଜନିତ ସମସ୍ୟା ଏବଂ ଶିକ୍ଷାଦାନ ପାଇଁ ଅନ୍ୟାନ୍ୟ ସୁବିଧା ସୁଯୋଗର ଅଭାବ ରହିବ ନାହିଁ ।


ଏ କ୍ଷେତ୍ରରେ ଅନ୍ୟ ସ୍କୁଲକୁ ସ୍ଥାନାନ୍ତରିତ ହେବାକୁ ଥିବା ପିଲା ମାନଙ୍କୁ ଆରିଟିଇ ଆକ୍ଟ ଅନୁଯାୟୀ ଯାତାୟତ ପାଇଁ ମାସିକ ଭତ୍ତା ଦିଆଯିବ । ସେହିପରି ସ୍ଥାନାନ୍ତର ଭତ୍ତା ଭାବରେ ସର୍ବାଧିକ ୫୦୦୦ ଟଙ୍କା ଦିଆଯିବ । ସରକାରୀ ବିଦ୍ୟାଳୟ ନିକଟରେ ଥିବା ବ୍ଲକ ଗ୍ରାଣ୍ଟ ବା ସହାୟତା ବା ନୂତନ ଭାବେ ସହାୟତା ବିଦ୍ୟାଳୟ ଗୁଡିକୁ ମିଶାଇ ଦିଆଯିବା ସହିତ ଚାଲୁ ନଥିବା ବ୍ଲକଗ୍ରାଣ୍ଟ ସ୍କୁଲ ଗୁଡିକୁ ବନ୍ଦ କରିଦିଆଯିବ । ଆବଶ୍ୟକତା ଭିତ୍ତିରେ ବ୍ଲକ ଗ୍ରାଣ୍ଟ ଓ ସରକାରୀ ଶିକ୍ଷକଙ୍କୁ ଡେପୁଟେସନ ଭିତ୍ତରେ ମୁତୟନ କରିବା ପାଇଁ ନୀତି ପ୍ରଣୟନ କରାଯିବ ।


ଫନି ପ୍ରଭାବିତ ୫ଟି ଜିଲ୍ଲାର କ୍ଷତିଗ୍ରସ୍ତ ବ୍ଲକଗ୍ରାଣ୍ଟ ସ୍କୁଲରେ ଯଦି ଅଧିକ ପିଲା ପାଠ ପଢୁଥାନ୍ତି ଏବଂ ନିକଟରେ କୌଣସି ସରକାରୀ ବିଦ୍ୟାଳୟ ନଥାଏ, ତେବେ ଏ କ୍ଷେତ୍ରରେ ସେହି ବ୍ଲକଗ୍ରାଣ୍ଟ ସ୍କୁଲ ଗୁଡିକର ମରାମତି, ରକ୍ଷଣାବେକ୍ଷଣ ଓ ପୁନଃନିର୍ମାଣ ପାଇଁ ପାଣ୍ଠି ଯୋଗାଇ ଦିଆଯିବ । ଯଦି ନିକଟରେ ସରକାରୀ ସ୍କୁଲ ଥାଏ ଏବଂ ବ୍ଲଗ୍ରାଣ୍ଟ ସ୍କୁଲରେ କମ୍ ପିଲା ଥାଆନ୍ତି, ତେବେ ସେ କ୍ଷେତ୍ରରେ ସେହି ବ୍ଲକଗ୍ରାଣ୍ଟ ସ୍କୁଲକୁ ସରକାରୀ ସ୍କୁଲରେ ମିଶାଇ ଦିଆଯିବ ।


ସ୍କୁଲ ଓ ଗଣଶିକ୍ଷା ବିଭାଗରେ ମୋ ସରକାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ଅଭିଭାବକ ମାନଙ୍କର ଫୋନ୍ ନମ୍ବରକୁ ଡିଜିଟାଲାଇଜଡ୍ କରାଯିବ । ୫-ଟି କାର୍ଯ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀମାନେ ଯେପରି ତାଙ୍କର ସବୁ ସାର୍ଟିଫିକେଟ ଅନ୍ ଲାଇନରେ ପାଇପାରିବେ । ସେଥିପାଇଁ ସଂପୃକ୍ତ କପ୍ତିପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକ ତାଲିମ ପ୍ରତିଷ୍ଠାନରେ ଉଚ୍ଚଶିକ୍ଷା ବିଭାଗରୁ ଅଧ୍ୟାପକ ନିଯୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉର୍ଷ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିଦ୍ୟାଳୟ ମାନଙ୍କରେ ପ୍ରଥମ ଶ୍ରେଣୀରୁ English medium section ଖୋଲାଯିବ । ଏହି ବିଦ୍ୟାଳୟ ଗୁଡିକର Soft Infrastructureର ଆବଶ୍ୟକତା ପୂରଣ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ ।
। ରାଜ୍ୟର ସବୁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ spoken English ଶିକ୍ଷା ଦିଆଯିବ । ଛାତ୍ରଛାତ୍ରୀ ମାନଙ୍କର ଆଧାର ସି ସୁନିଶ୍ଚିତ କରାଯିବ । ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ସର୍ବତ୍ର ଆବଶ୍ୟକତା ଭିତ୍ତିରେ ଶିକ୍ଷକ ମାନଙ୍କୁ ମୁତୟନ କରାଯିବ ।
। ରାଜ୍ୟରେ ସରକାରୀ ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷା ଦାନ ସୁନିଶ୍ଚିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଇ ଆସୁଛନ୍ତି ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଲକ୍ଷ୍ୟ ନେଇ ରାଜ୍ୟ ସରକାର ବିଦ୍ୟାଳୟ ମାନଙ୍କର ପରାଚାଳନା ବ୍ୟବସ୍ଥା ଉନ୍ନତ କରିବା, ଶିକ୍ଷାଦାନରେ ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ଵ ବିକାଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।
୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବା ଏବଂ ପିଲାମାନଙ୍କୁ ସେହି ସରକାରୀ ସ୍କୁଲରେ ଭର୍ତ୍ତି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରାଥମିକ/ ଉଚ୍ଚ ପ୍ରାଥମିକ/ଉଚ୍ଚ ବିଦ୍ୟାଳୟ ଗୁଡିକୁ ଯଥାକ୍ରମେ ୧ କିଲୋମିଟର/୨ କିଲୋମିଟର/୩ କିଲୋମିଟର ପରିସର ମଧ୍ୟରେ ଥିବା ସରକାରୀ ବିଦ୍ୟାଳୟରେ ମିଶାଇ ଦିଆଯିବ । ଏହାଦ୍ଵାରା ଶିକ୍ଷକ ଅଭାବଜନିତ ସମସ୍ୟା ଏବଂ ଶିକ୍ଷାଦାନ ପାଇଁ ଅନ୍ୟାନ୍ୟ ସୁବିଧା ସୁଯୋଗର ଅଭାବ ରହିବ ନାହିଁ । ଏ କ୍ଷେତ୍ରରେ ଅନ୍ୟ ସ୍କୁଲକୁ ସ୍ଥାନାନ୍ତରିତ ହେବାକୁ ଥିବା ପିଲା ମାନଙ୍କୁ RTE Act ଅନୁଯାୟୀ Escort allowance ଦିଆଯିବ । ସେହିପରି ସ୍ଥାନାନ୍ତର ଭତ୍ତା ଭାବରେ ସର୍ବାଧିକ ୫୦୦୦ ଟଙ୍କା ଦିଆଯିବ ।
ସରକାରୀ ବିଦ୍ୟାଳୟ ନିକଟରେ ଥିବା Block Grant/ Aided/Newly Aided School ଗୁଡିକୁ ମିଶାଇ ଦିଆଯିବା ସହିତ ଚାଲୁ ନ ଥିବା ବ୍ଲଗ୍ରାଣ୍ଟ ସ୍କୁଲ ଗୁଡିକୁ ବନ୍ଦ କରିଦେବା ଏବଂ ଆବଶ୍ୟକତା ଭିତ୍ତିରେ ବ୍ଲକ ଗ୍ରାଣ୍ଟ ଓ ସରକାରୀ ଶିକ୍ଷକଙ୍କୁ ଡେପୁଟେସନ ଭିତ୍ତରେ ମୁତୟନ କରିବା ପାଇଁ ନୀତି ପ୍ରଣୟନ କରାଯିବ ।
। ଫନି ପ୍ରଭାବିତ ୫ଟି ଜିଲ୍ଲାର କ୍ଷତିଗ୍ରସ୍ତ ବ୍ଲଗ୍ରାଣ୍ଟ ସ୍କୁଲରେ ଯଦି ଅଧିକ ପିଲା ପାଠ ପଢୁଥାନ୍ତି ଏବଂ ନିକଟରେ କୌଣସି ସରକାରୀ ବିଦ୍ୟାଳୟ ନ ଥାଏ, ତେବେ ଏ କ୍ଷେତ୍ରରେ ସେହି ବ୍ଲଗ୍ରାଣ୍ଟ ସ୍କୁଲ ଗୁଡିକର ମରାମତି, ରକ୍ଷଣାବେକ୍ଷଣ ଓ ପୁନଃନିର୍ମାଣ ପାଇଁ ପାଣ୍ଠି ଯୋଗାଇ ଦିଆଯିବ । ଯଦି ନିକଟରେ ସରକାରୀ ସ୍କୁଲ ଥାଏ ଏବଂ ବ୍ଲଗ୍ରାଣ୍ଟ ସ୍କୁଲରେ କମ୍ ପିଲା ଥାଆନ୍ତି, ତେବେ ସେ କ୍ଷେତ୍ରରେ ସେହି ବ୍ଲକଗ୍ରାଣ୍ଟ ସ୍କୁଲକୁ ସରକାରୀ ସ୍କୁଲରେ ମିଶାଇ ଦିଆଯିବ ।
| ସ୍କୁଲ ଓ ଗଣଶିକ୍ଷା ବିଭାଗରେ ମୋ ସରକାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ଅଭିଭାବକ ମାନଙ୍କର ଫୋନ୍ ନମ୍ବରକୁ ଡିଜିଟାଇଜଡ୍ କରାଯିବ । ୫-ଟି କାର୍ଯ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀମାନେ ଯେପରି ତାଙ୍କର ସବୁ ସାର୍ଟିଫିକେଟ ଅନ୍ ଲାଇନରେ ପାଇପାରିବେ, ସେଥିପାଇଁ ସଂପୃକ୍ତ କପ୍ତିପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକ ତାଲିମ ପ୍ରତିଷ୍ଠାନରେ ଉଚ୍ଚଶିକ୍ଷା ବିଭାଗରୁ ଅଧ୍ୟାପକ ନିଯୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ।
Body:kConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.