ETV Bharat / city

HSRP Registration: ଅଲ ଓଡ଼ିଶା ପେଣ୍ଟିଂ ଆଟିଷ୍ଟ ୱାର୍କସ୍ ଆସୋସିଏସନର ବିକ୍ଷୋଭ

author img

By

Published : Sep 29, 2022, 8:42 AM IST

ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟର ନୂଆ ନିୟମକୁ ବିରୋଧ କରି ଅଲ ଓଡ଼ିଶା ପେଣ୍ଟିଂ ଆଟିଷ୍ଟ ୱାର୍କସ୍ ଆସୋସିଏସନର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ଅଲ ଓଡ଼ିଶା ପେଣ୍ଟିଂ ଆଟିଷ୍ଟ ୱାର୍କସ୍ ଆସୋସିଏସନର ବିକ୍ଷୋଭ
ଅଲ ଓଡ଼ିଶା ପେଣ୍ଟିଂ ଆଟିଷ୍ଟ ୱାର୍କସ୍ ଆସୋସିଏସନର ବିକ୍ଷୋଭ

ଭୁବନେଶ୍ବର: ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ(HSRP Registration)ର ନୂଆ ନିୟମକୁ ବିରୋଧ କରି ଅଲ ଓଡ଼ିଶା ପେଣ୍ଟିଂ ଆଟିଷ୍ଟ ୱାର୍କସ୍ ଆସୋସିଏସନର ବିକ୍ଷୋଭ ପ୍ରଦର୍ଶନ । ହାଇସିକ୍ୟୁରିଟି ନମ୍ବର୍ ପ୍ଲେଟ ଆଳରେ ଜୀବିକା ଛଡ଼ାଇ ନେବା ଏବଂ ଜୋରିମାନା ପାଇଁ ସାଧାରଣ ଜନତାଙ୍କ ଉପରେ ଜୁଲମ କରିବା ବିରୋଧରେ ବୁଧବାର ଲୋୟର ପିଏମଜିରେ ପ୍ରତିବାଦ କରିଛି ଅଲ ଓଡ଼ିଶା ପେଣ୍ଟିଂ ଆଟିଷ୍ଟ ୱାର୍କସ୍ ଆସୋସିଏସନ୍।

ଏହା ମଧ୍ୟ ପଢନ୍ତୁ: ହାଇସିକ୍ୟୁରିଟି ନମ୍ବରପ୍ଲେଟ ନଥିଲେ ସାବଧାନ, ଅକ୍ଟୋବର ପହିଲାରୁ କଟିପାରେ ଚାଲାଣ

ଅଲ ଓଡ଼ିଶା ପେଣ୍ଟିଂ ଆଟିଷ୍ଟ ୱାର୍କସ୍ ଆସୋସିଏସନର ବିକ୍ଷୋଭ

ଏନେଇ ଅଲ ଓଡ଼ିଶା ପେଣ୍ଟିଂ ଆଟିଷ୍ଟ ୱାର୍କସ୍ ଆସୋସିଏସନର ସମ୍ପାଦକ କହିଛନ୍ତି ଯେ, "ନମ୍ବର ପ୍ଲେଟ ନାମରେ ଜୀବିକା ଛଡାଇନେବା ଏବଂ ଜୋରିମାନା ଆଦାୟ କରିବା ପାଇଁ ଜନତାଙ୍କ ଉପରେ ଜୁଲମ କରିବା ବିରୋଧରେ ଆମେ ପ୍ରତିବାଦ କରୁଛୁ । ସଂପ୍ରତି ଯେଉଁ କେତୋଟି ଏକଚାଟିଆ କମ୍ପାନୀ ହାଇ ସିକ୍ୟୁରିଟି ନମ୍ବର୍ ପ୍ଲେଟ କରୁଛନ୍ତି ତାହାର କୌଣସି ସ୍ଥାୟୀତ୍ୱ ନାହିଁ । ତେଣୁ ଏହା ମୂଲ୍ୟହୀନ । କିନ୍ତୁ ଏଭଳି ନମ୍ବର ପ୍ଲେଟକୁ ସରକାର ପ୍ରସ୍ତୁତି କରୁଛନ୍ତି । କାରଣ ନମ୍ବର ପ୍ଲେଟ ଆଳରେ ଲୋକଙ୍କ ତଣ୍ଟି ଚାପି ଫାଇନ ଆଦାୟ କରିବେ । ଯାହା ସାଧାରଣ ଲୋକଙ୍କୁ ଉପରେ ବୋଝ ସଦୃଶ । ଖାଲି ସେତିକି ନୁହେଁ ନିର୍ଦ୍ଦିଷ୍ଟ କମ୍ପାନୀକୁ ନମ୍ବର ପ୍ଲେଟ ତିଆରି ପାଇଁ ଦେଇ ଆମ ଭଳି କଳାକାରଙ୍କୁ ଦରିଦ୍ରତା ଭିତରକୁ ଠେଲି ଦେଉଛନ୍ତି । ଏଥିପାଇଁ ଆମ୍ଭେମାନେ ବୃତ୍ତି ହରାଇ ଏଣେତେଣେ ବୁଲୁଛୁ ।’’

ଅନ୍ୟପଟେ ୨୦୧୧ରେ ନମ୍ବର ପ୍ଲେଟ ପରିବତ୍ତର୍ନ କରାଯାଇଥିଲା । ସେତେବେଳେ ସରକାର ପେଣ୍ଟିଂ ଆର୍ଟଷ୍ଟଙ୍କ ସହ ଆଲୋଚନା କରିଥିଲେ କିନ୍ତୁ ଚଳିତ ଥର କାହିଁକି କରିଲେ ନାହିଁ । ତେଣୁ ଏଭଳି କରି ସାଧାରଣ ଲୋକଙ୍କୁ ସରକାର ଠକିବା ବନ୍ଦ କରନ୍ତୁ ଏବଂ ଆର୍ଟିଷ୍ଟ ମାନଙ୍କୁ ସେମାନଙ୍କର ଜୀବିକା ଫେରାଇଦିଅନ୍ତୁ । ବାରମ୍ବାର ଆନ୍ଦୋଳନ କରିବା ସତ୍ତ୍ବେ ବି ସରକାର ପ୍ରତିଶ୍ରୁତି ପାଳନ କରିପାରୁଥିବା ବେଳେ ଏନେଇ କ୍ଷୋଭ ପ୍ରକାଶ କରିଛି ଓଡ଼ିଶା ପେଣ୍ଟିଂ ଆଟିଷ୍ଟ ୱାର୍କସ୍ ଆସୋସିଏସନ ।

ତେବେ HSRP କରିବାର ଡେଡଲାଇନ ଥିଲା ୩୦ ସେପ୍ଟେମ୍ବର ୨୦୨୨ । ଫଳରେ ଅକ୍ଟୋବର ୧ରୁ କଡାକଡି ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି । HSRP କରି ନଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ୫ ରୁ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ରହିଛି । IMVର ଧାରା ୧୯୨ ଆକ୍ଟ ୧୯୮୮ ଅଧୀନରେ, ଯଦି ଉପରୋକ୍ତ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡିଟି HSRP ସହିତ ପଞ୍ଜିକରଣ ନହୁଏ, ତେବେ ଅପରାଧୀ ଗାଡି ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ।

କାରଣ କେନ୍ଦ୍ର ସରକାର ସଂଶୋଧିତ CMVRର ନିୟମ ୫୦ ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଆଦେଶ ଅନୁଯାୟୀ ପରିବହନ ବିଭାଗ ଚଳିତ ବର୍ଷ ଜୁନ ୧ରୁ ସମସ୍ତ ଶ୍ରେଣୀର ପୁରୁଣା ଯାନ ପାଇଁ HSRP ବାଧ୍ୟତାମୂଳକ କରିଛି । ଏହା ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡି ପାଇଁ ମଧ୍ୟ ବାଧ୍ୟତାମୂଳକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.