ETV Bharat / city

ସେବାନିବୃତ ରାଶି ବୃଦ୍ଧି ଘୋଷଣା ପରେ ଅସନ୍ତୋଷ ଜାହିର କଲା ଅଙ୍ଗନୱାଡି ସଂଘ

author img

By

Published : Jan 12, 2022, 4:46 PM IST

ସେବାନିବୃତ ରାଶି ବୃଦ୍ଧି ଘୋଷଣା ନେଇ ଅସନ୍ତୋଷ ଜାହିର
ସେବାନିବୃତ ରାଶି ବୃଦ୍ଧି ଘୋଷଣା ନେଇ ଅସନ୍ତୋଷ ଜାହିର

ଦରମା ବୃଦ୍ଧି ଓ ସେବାନିବୃତ ରାଶି ବୃଦ୍ଧି ନେଇ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ଓ୍ବାକର୍ସ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ । ସେବାନିବୃତ ପ୍ରୋତ୍ସାହନ ରାଶି ଉପହାସ ଜନକ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର : ଦରମା ବୃଦ୍ଧି ଓ ସେବାନିବୃତ ରାଶି ବୃଦ୍ଧି ନେଇ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ଓ୍ବାକର୍ସ ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଭାରତୀୟ ମଜଦୂର ସଂଘ ଦ୍ବାରା ପରିଚାଳିତ ହେଉଛି ଅଲ ଓଡିଶା ଅଙ୍ଗନବାଡି ଲେଡିଜ ଓ୍ବାକର୍ସ ଆସୋସିଏସନ । ଚଳିତ ମାସ ଜାନୁଆରୀ ୮ରେ ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ଘୋଷଣା ହୋଇଥିବା ସେବାନିବୃତ ପ୍ରୋତ୍ସାହନ ରାଶି ଉପହାସ ଜନକ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି ।

ସେବାନିବୃତ ରାଶି ବୃଦ୍ଧି ଘୋଷଣା ନେଇ ଅସନ୍ତୋଷ ଜାହିର

ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନାକୁ ସଫଳ କରୁଥିବା ଏହି କର୍ମଚାରୀ କୋରୋନା ସମୟରେ ଜୀବନକୁ ବାଜି ଲଗାଇ ଘରକୁ ଘର ବୁଲି କୋରୋନା ମୁକାବିଲାରେ ଲୋକଙ୍କୁ ସଚେତନ କରୁଥିଲେ । ବାଲ୍ୟ ବିବାହ ଓ ଅପପୃଷ୍ଟି ରୋକିବା ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସତ୍ତ୍ଵେ ସରକାର ଅଙ୍ଗନୱାଡି କର୍ମଚାରୀଙ୍କ ମାନ ଦେୟ ପ୍ରତି ତିଳେମାତ୍ର ବିଚାର କରିନାହାନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ।

ଅଙ୍ଗନବାଡିରେ କାର୍ଯ୍ୟ କରିଥିବା ବିଭିନ୍ନ ଶ୍ରେଣୀର କର୍ମଚାରୀଙ୍କ ପାଇଁ ସେବା ନିବୃତ ରାଶି ୪୦ ହଜାର ୩୦ ହଜାର ଓ ୨୦ ହଜାର ଟଙ୍କା ରଖିଛନ୍ତି । ତାହା ସମୁଦ୍ରକୁ ଶଙ୍ଖେ ବୋଲି ଅସୋସେସନ ପକ୍ଷରୁ ଅଭିଯୋଗ କରାଯାଇଛି । ଗାଁ କଲ୍ୟାଣ ସମିତି କାର୍ଯ୍ୟକୁ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରା ନ ଯାଇ ଅଙ୍ଗନୱାଡି କର୍ମୀଙ୍କ ଉପରେ ଲଦିଦେବା ଏକ ପ୍ରକାର ପ୍ରହସନ ।

ଯଦି ଏହାକୁ ତୁରନ୍ତ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରା ନଯାଏ ତେବେ ଆସନ୍ତା ଫେବୃଆରୀ ୧ ରୁ କର୍ମୀମାନେ ଏହି କାର୍ଯ୍ୟ କରିବେ ନାହଁ ବୋଲି ସଂଘ ନିଷ୍ପତି କରିଛି । ସାମ୍ବାଦିକ ସମ୍ମିଳନୀରେ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ଓ୍ବାକର୍ସ ଆସୋସିଏସନର ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର, ଉପସଭାନେତ୍ରୀ ବନିତାଞ୍ଜଳୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ଆଗାମୀ ଦିନରେ ସରକାର ଯଦି ଏମାନଙ୍କ ଦାବିକୁ ନ ଶୁଣନ୍ତି । ତେବେ ମାର୍ଚ୍ଚରେ ହେବାକୁ ଥିବା ଅଧିବେଶନ ସମୟରେ ଅନିର୍ଦିଷ୍ଟ କାଳ ପାଇଁ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.