ETV Bharat / city

ରାଜଧାନୀର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ: ଅଖ-ଚକ ଜାମ, ଲୋକେ ହନ୍ତସନ୍ତ

author img

By

Published : Jan 8, 2020, 2:31 PM IST

24 ଘଣ୍ଟିଆ ଭାରତ ବନ୍ଦ ପାଳୁଛନ୍ତି ସମଗ୍ର ଦେଶବାସୀ । ସେପଟେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ଆହ୍ବାନ କ୍ରମେ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଅଧିକ ପଢନ୍ତୁ...

All india strike
ରାଜଧାନୀର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ଭୁବନେଶ୍ବର: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାର ପ୍ରତିବାଦ ସହ ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ଆହ୍ବାନ କ୍ରମେ ୨୪ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ବୁଧବାର ସକାଳୁ ଦେଶ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବନ୍ଦ ପାଳନ ଜୋରଦାର ଚାଲିଛି । ତେବେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ରାଜଧାନୀର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ରାଜଧାନୀର କେତେକ ପ୍ରମୁଖ ସ୍ଥାନରେ କଂଗ୍ରେସ ଏବଂ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ବିଭିନ୍ନ ସଙ୍ଗଠନ ପକ୍ଷରୁଏହି ବନ୍ଦ ପାଳନ କରାଯାଉଛି । ମାଷ୍ଟର କ୍ୟାଣ୍ଟିନ, ରାଜମହଲ ଛକ, ଆଚାର୍ଯ୍ୟ ବିହାର, ବାଣି ବିହାର, ଜୟଦେବ ବିହାର, ଡୁମଡୁମା ଓ ଏୟାରପୋର୍ଟ ଛକ ଭଳି ପ୍ରମୁଖ ସ୍ଥାନରେ ଆନ୍ଦୋଳନକାରୀମାନେ ପିକେଟିଂ କରି ରାସ୍ତାରୋକ କରିଛନ୍ତି । ରେଳ ଷ୍ଟେସନରେ ରେଳ ବନ୍ଦ କରିଛନ୍ତି । ବିଭିନ୍ନ ଷ୍ଟେସନରେ ଟ୍ରେନ ଗୁଡିକ ଅଟକି ରହିଛି । ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସେହିପରି ବିଭିନ୍ନ ସ୍ଥାନରୁ ଆସିଥିବା ଯାତ୍ରୀମାନେ ବିମାନବନ୍ଦରରେ ଅଟକି ରହିଛନ୍ତି । ଆଉ ଯେଉଁ ଯାତ୍ରୀମାନେ ବାହାରକୁ ଯିବାର ଅଛି ସେମାନେ ମଧ୍ୟ ଘରୁ ବାହାରି ପାରୁନାହାଁନ୍ତି । ଯେଉଁଥିପାଇଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଜ ଗନ୍ତବ୍ୟସ୍ତଳରେ ପହଞ୍ଚି ପାରୁନାହାଁନ୍ତି ଯାତ୍ରୀମାନେ ।

ଭୁବନେଶ୍ବରରୁ ତାପସ ପରିଡା, ତପନ ଦାସ, ଲକ୍ଷ୍ମୀକାନ୍ତ ଦାସଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.