ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଟକର ନବ ନିର୍ବାଚିତ କର୍ପୋରେଟର ଓ ମେୟର

author img

By

Published : Mar 27, 2022, 4:18 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନବ ନିର୍ବାଚିତ କର୍ପୋରେଟର ଓ ମେୟର । ଅଧିକ ଖବର ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଟକର ନବ ନିର୍ବାଚିତ କର୍ପୋରେଟର ଓ ମେୟର
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଟକର ନବ ନିର୍ବାଚିତ କର୍ପୋରେଟର ଓ ମେୟର

ଭୁବନେଶ୍ବର: ଶନିବାର ପୌର ନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା ଏବଂ କଟକରେ ବାଜି ମାରିଥିଲା ବିଜେଡି । ରାଜ୍ୟରେ ବଜେଡିର ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନବ ନିର୍ବାଚିତ କର୍ପୋରେଟର ଓ ମେୟର । କଟକର ମେୟର ସୁବାସ ସିଂ, ବିଧାୟକ ସୌଭିକ ବିଶ୍ବାଳ, କର୍ପୋରେଟରଙ୍କ ସମେତ ନେତା ଓ କର୍ମୀ ଆସି ନବୀନଙ୍କୁ ଭେଟିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଟକର ନବ ନିର୍ବାଚିତ କର୍ପୋରେଟର ଓ ମେୟର

ନବୀନଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିବା ସହ ସହରର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାର ଗୁରୁମନ୍ତ୍ର ଦେଲେ ନବୀନ । ଏହାସହ ସହରବାସୀଙ୍କୁ ସେମାନଙ୍କ ସମର୍ଥନ ପାଇଁ କୃତଜ୍ଞତା ଜଣାଇବା ସହ ଅସନ୍ତୋଷଙ୍କୁ ବୁଝାଇ ଆଗକୁ ସହରର ଉନ୍ନତି ଦିଗରେ କାର୍ଯ୍ୟ କରିବାର ପ୍ରତିଶ୍ରୁତି ଦେଲେ ନବ ନିର୍ବାଚିତ କର୍ପୋରେଟର ଓ ମେୟର। ଏହାସହ ବିଜେଡିର ସାଂଗଠନିକ ମୁଖ୍ୟ ପ୍ରବଣ ପ୍ରକାଶ ଦାସ ନବ ନିର୍ବାଚିତଙ୍କୁ ଆଗକୁ ବଢିବା ନିମନ୍ତେ ଉତ୍ସାହିତ କରିଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.