ETV Bharat / city

‘ଶାସକ BJD ନିର୍ଦ୍ଦେଶରେ କେନ୍ଦ୍ରମନ୍ତ୍ରୀଙ୍କୁ ଅସହଯୋଗ କରୁଛନ୍ତି ପ୍ରଶାସନିକ ଅଧିକାରୀ’

author img

By

Published : Oct 14, 2021, 7:11 AM IST

‘ଶାସକ BJD ର ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ କେନ୍ଦ୍ର ମନ୍ତ୍ରୀଙ୍କୁ ଅସହଯୋଗ କରୁଛନ୍ତି ପ୍ରଶାସନିକ ଅଧିକାରୀ’
‘ଶାସକ BJD ର ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ କେନ୍ଦ୍ର ମନ୍ତ୍ରୀଙ୍କୁ ଅସହଯୋଗ କରୁଛନ୍ତି ପ୍ରଶାସନିକ ଅଧିକାରୀ’

କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ଗସ୍ତ ସମୟରେ ବିବାଦୀୟ ବୟାନ ନେଇ ମତ ରଖିଲେ ଦଳୀୟ ବିଧାୟକ ତଥା ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ନିତ୍ୟାନନ୍ଦ ଗଣ୍ଡ । ପ୍ରଶାସନିକ ଅଧିକାରୀଙ୍କୁ ତାଗିଦ କରିବାରୁ ମନ୍ତ୍ରୀଙ୍କ ବିରୋଧରେ କରାଯାଉଛି ଷଡଯନ୍ତ୍ର । ଅଧିକ ପଢନ୍ତୁ...

ଭୁବନେଶ୍ବର: ଶାସକ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ କେନ୍ଦ୍ରମନ୍ତ୍ରୀଙ୍କୁ ସହଯୋଗ ଓ ଅବହେଳା କରିଛି ଜିଲ୍ଲା ପ୍ରଶାସନ । ଓଡିଶା ଆଦିବାସୀ ବହୁଳ ରାଜ୍ୟ ହୋଇଥିବାବେଳେ ରାଜ୍ୟର ଆଦିବାସୀ ମାନଙ୍କର ସାମୁହିକ ବିକାଶ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଯୋଗାଇ ଦେଉଛନ୍ତି । କିନ୍ତୁ ଶାସକ ଦଳର ନିର୍ଦ୍ଦେଶରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ କେନ୍ଦ୍ରମନ୍ତ୍ରୀଙ୍କୁ କେତେବେଳେ ସହଯୋଗ ତ ଆଉ କେବେ ସହଯୋଗ କରିବାରେ ଅବହେଳା ପ୍ରଦର୍ଶନ କରୁଛି ବୋଲି ଅଭିଯୋଗ ଆଣିଛନ୍ତି ଅନୁସୂଚୀତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।

‘ଶାସକ BJD ର ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ କେନ୍ଦ୍ର ମନ୍ତ୍ରୀଙ୍କୁ ଅସହଯୋଗ କରୁଛନ୍ତି ପ୍ରଶାସନିକ ଅଧିକାରୀ’

ଉମରକୋଟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ସମୁଦାୟର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଓଡିଶାର ସାଂସଦ ବିଶେଶ୍ବର ଟୁଡୁଙ୍କୁ ଗୁରୁତ୍ବପୂର୍ଣ୍ଣ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ଦେଇଛନ୍ତି। ବିଭାଗୀୟ ମନ୍ତ୍ରୀ ଭାବେ ଟୁଡୁ ଯେତେବେଳେ ବିଭିନ୍ନ ଜିଲା ଗସ୍ତ କରି ସମୀକ୍ଷା ବୈଠକ କରୁଛନ୍ତି, ସେତେବେଳେ ରାଜ୍ୟ ସରକାରଙ୍କର ସମସ୍ତ ସହଯୋଗର ଆବଶ୍ୟକତା ରହିଛି । କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରୋଟକଲ ଅନୁସାରେ ସହଯୋଗ ଓ ସମ୍ମାନ ଦେବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି ରାଜ୍ୟ ସରକାର।

କେନ୍ଦ୍ରମନ୍ତ୍ରୀଙ୍କ ଜିଲ୍ଲାର ସମୀକ୍ଷା ବୈଠକରେ ଜିଲାପାଳ ଉପସ୍ଥିତ ନରହି ଅନ୍ୟ କନିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ବ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସକର ଏତାଦୃଶ୍ୟ ଅବହେଳା ପ୍ରଦର୍ଶନ କରିବା ପ୍ରଶାସନର ସାହାସ ନୁହଁ, ବଂର ଏଥିରେ ରାଜ୍ୟ ସରକାର ଓ ଶାସକ ଦଳର ପ୍ରଛନ୍ନ ହାତ ରହିଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ସେହିପରି ଆହୁରି ସେ ଅଭିଯୋଗ କରିଛନ୍ତି ଯେ,ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲା ଗୁଡିକର ବିକାଶ ପାଇଁ କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ବିକାଶ କାର୍ଯ୍ୟ ପରିବର୍ତ୍ତେ ପ୍ରଶାସନ ଓ ଶାସକ ଦଳର ନେତା ଏବଂ ଠିକାଦାର ମଧୁଚନ୍ଦ୍ରିକାରେ ହରିଲୁଟ କରାଯାଉଛି । ନିରପେକ୍ଷତା ପରିବର୍ତ୍ତେ ପକ୍ଷପାତିତା କରୁଛନ୍ତି। ଆଦିବାସୀଙ୍କର ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ହରିଲୁଟ କରି ଆଦିବାସୀଙ୍କର ପ୍ରତି ଅନ୍ୟାୟ କରୁଛନ୍ତି ରାଜ୍ୟ ସରକାର।

ଦଳୀୟ ସ୍ବାର୍ଥ ପାଇଁ ଅସହିଷ୍ଣୁ ହୋଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଟୁଡୁଙ୍କୁ ଅସଯୋଗ ଓ ଅସମ୍ମାନ କରିବାକୁ ପରୋକ୍ଷରେ ନିର୍ଦ୍ଦେଶ ଦେଉଛନ୍ତି ରାଜ୍ୟ ସରକାର। କେନ୍ଦ୍ର ମନ୍ତ୍ରୀଙ୍କର ସମୀକ୍ଷା ବୈଠକରେ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ଉତ୍ତର ରଖି ପାରୁନାହାନ୍ତି ପ୍ରଶାସନିକ ଅଧିକାରୀ । ଏହି ବିଷୟକୁ ନେଇ ମନ୍ତ୍ରୀ ବିଶେଶ୍ବର ଟୁଡୁ ତାଗିଦ କରିବାରୁ ଏହାକୁ ଅଲଗା ଅର୍ଥରେ ନେଇ ଭିନ୍ନ ରଙ୍ଗ ଦେବାକୁ ଚେଷ୍ଟା ଚାଲିଛି । ମିଥ୍ୟା ଓ ମନଗଢା ବିଷୟକୁ ନେଇ ଶାସକ ଦଳ ମିଥ୍ୟା ପ୍ରଚାର କରୁଛି ବୋଲି ଅଭିଯୋଗ କରିବା ବିଜେପି ତାର ଦୃଢ ନିନ୍ଦା କରୁଛି ବୋଲି ବିଧାୟକ ଗଣ୍ଡ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.