ETV Bharat / city

ଥାନାରେ ପହଞ୍ଚିଲେ ବାବୁସାନ, ତୁଟିବ କି ବିବାଦ ?

author img

By

Published : Jul 30, 2022, 1:18 PM IST

Updated : Jul 30, 2022, 2:03 PM IST

ଥାନାରେ ପହଞ୍ଚିଲେ ବାବୁସାନ, ତୁଟିବ କି ବିବାଦ ?
ଥାନାରେ ପହଞ୍ଚିଲେ ବାବୁସାନ, ତୁଟିବ କି ବିବାଦ ?

ଖାରବେଳ ନଗର ପୋଲିସ ଷ୍ଟେସନରେ ପହଞ୍ଚିଲେ ବାବୁସାନ । ପାରିବାରିକ ବିବାଦକୁ ନେଇ ଜେରା କରିପାରେ ପୋଲିସ । ଅଧିକ ପଢନ୍ତୁ

ଭୁବନେଶ୍ବର: ଶେଷ ହେବକି ତୃପ୍ତି ପ୍ରକୃତି ବିବାଦ? କଣ ରହିଛି ପ୍ରକୃତି ଓ ବାବୁସାନଙ୍କ ମଧ୍ୟରେ ସମ୍ପର୍କ ? ଏନେଇ ମୁହଁ ଖୋଲିବେ କି ବାବୁସାନ ? ଚେନ୍ନାଇରୁ ଫେରିବାର ଦୁଇ ଦିନ ପରେ ଆଜି ଖାରବେଳ ନଗର ଥାନାରେ ପହଞ୍ଚିଛନ୍ତି ଅଭିନେତା ବାବୁସାନ ମହାନ୍ତି । ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କକୁ ନେଇ ବିବାଦରେ ଥିବା ବେଳେ ଆଜି ଥାନାରେ ହାଜର ହୋଇଛନ୍ତି । ଚେନ୍ନାଇ ଫେରିବାର ଅସୁସ୍ଥ ଥିବାରୁ ଘରେ ରହିଥିଲେ ବାବୁସାନ । ତେବେ ଖୁବଶିଘ୍ର ସେ ଗଣମାଧ୍ୟମକୁ ମଧ୍ୟ ପ୍ରତିକ୍ରିୟା ଦେବାକୁ କହିଥିଲେ । କିନ୍ତୁ ଆଜି ଘରୁ ସିଧା ଥାନାରେ ପହଞ୍ଚିଛନ୍ତି ।

ଥାନାରେ ପହଞ୍ଚିଲେ ବାବୁସାନ, ତୁଟିବ କି ବିବାଦ ?

ମିଡିଆକୁ ବିବାଦରେ ଛନ୍ଦି ହୋଇପଡିଛନ୍ତି ଅଭିନେତା ବାବୁସାନ । ଚେନ୍ନାଇ ଫେରିବାର ୨ଦିନ ପରେ ଆଜି ଖାରବେଳ ନଗର ଥାନାରେ ପହଞ୍ଚିଛନ୍ତି ବାବୁସାନ । ତେବେ ମିଡିଆରେ ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ସମସୟ ଆସିଲେ ସବୁ ପ୍ରଶ୍ନର ଉତ୍ତର ରଖିବା ନେଇ ସେ କହିଥିଲେ । ଆଜି ଥାନାରେ ପ୍ରକୃତିଙ୍କ ସହ ସମ୍ପର୍କ ଓ ପତ୍ନୀ ତୃପ୍ତିଙ୍କ ସହ ବିବାଦକୁ ନେଇ ପୋଲିସ ପଚରା ଉଚରା କରିପାରେ । ତେବେ ଆଜି ବାବୁସାନଙ୍କ ଜନ୍ମ ଦିନଥିବାରୁ ସେ ପତ୍ନୀ ତୃପ୍ତି ଓ ପୁଅ ପାଖକୁ ଯିବେ ବୋଲି ଶୁକ୍ରବାର କହିଥିଲେ ।

Last Updated :Jul 30, 2022, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.